ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ମୁମ୍ବାଇ, ୧୯/ ୧୦: ବଲିଉଡ ଅଭିନେତା ହ୍ରିତିକ ରୋଶନ ମଙ୍ଗଳବାର ଦିନ ଆସାମର ଆଖି କାନ ଡାକ୍ତର ଅରୁପ ସେନାପତିଙ୍କୁ ଭୂରି ପ୍ରଶଂସା କରିଛନ୍ତି। ଡାକ୍ତର ଜଣକ ସିଲଚର ଚିକିତ୍ସା ମହାବିଦ୍ୟାଳୟରେ ଚିକିତ୍ସିତ ହେଉଥିବା କୋଭିଡ-୧୯ ଆକ୍ରାନ୍ତଙ୍କ ମନୋରଞ୍ଜନ ପାଇଁ ଘୁଙ୍ଗୁର ଗୀତରେ ନିଜ ଅନ୍ଦାଜରେ ଡ୍ୟାନ୍ସ କରିଥିଲେ। ତାଙ୍କ ଡ୍ୟାନ୍ସ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସିଲଚର ଚିକିତ୍ସା ମହାବିଦ୍ୟାଳୟରେ କାର୍ଯ୍ୟରତ ଡ.ସେନାପତି ହ୍ରିତ୍ବିକ ରୋଶନ୍‌ଙ୍କ ଅଭିନୀତ ଫିଲ୍ମ “ଓ୍ବାର” ଫିଲ୍ମର ଘୁଙ୍ଗୁର ଗୀତରେ ଡ୍ୟାନ୍ସ କରିଥିଲେ। ଡ୍ୟାନ୍ସର ଏକ ମିନିଟର ଭିଡିଓ ଡାକ୍ତରଙ୍କ ସହକର୍ମୀ ଡା.ସୟଦ ଫୈଜାନ ଅହମ୍ମଦ ରବିବାର ସନ୍ଧ୍ୟାରେ ଭିଡିଓଟି ସେୟାର କରିଥିଲେ। ଯାହାପରେ ଖୁବ୍‌ ଭାଇରାଲ ହେବାରେ ଲାଗିଥିଲା।

ଅହମ୍ମଦ ନିଜେ ଟୁଇଟ କରି ଲେଖିଛନ୍ତି ଯେ, କରୋନା ଆକ୍ରାନ୍ତଙ୍କ ସେବାରେ ଥିବା ସିଲଚର ଚିକିତ୍ସା ମହାବିଦ୍ୟାଳୟର ଆଖୀ କାନ ସର୍ଜନ ଏବଂ ମୋର ସହକର୍ମୀ ଅରୁପ ସେନାପତିଙ୍କ ସହ ମିଶନ୍ତୁ। କରୋନା ଆକ୍ରାନ୍ତଙ୍କ ମନୋରଞ୍ଜନ କରିବା ପାଇଁ ସେ ରୋଗୀଙ୍କ ସାମ୍ନାରେ ଡ୍ୟାନ୍ସ କରୁଥିଲେ।

ଅପରପକ୍ଷେ ହ୍ରିତ୍ବିକ ଏହି ଭିଡିଓକୁ ରିଟୁଇଟ କରି ଲେଖିଛନ୍ତି ଯେ, ଆପଣ ଡାକ୍ତର ଅରୁପଙ୍କୁ କୁହନ୍ତୁ କି ମୁଁ ତାଙ୍କ ଷ୍ଟେପ୍‌ ଶିଖୁଛି ଏବଂ ଯେବେ ବି ହେଲେ ଆସାମରେ ତାଙ୍କ ପରି ଡ୍ୟାନ୍ସ କରିବି। ବହୁତ ବଢ଼ିଆ ବୋଲି ହ୍ରିତ୍ବିକ ଲେଖିଛନ୍ତି।