ସୁନ୍ଦରୀ କରୁଛନ୍ତି ବ୍ଲାକ୍ମେଲିଂ: ଭିଡିଓ ଅଛି, ମାଲ୍ ଛାଡ଼.. ନ ହେଲେ ଖୋଲିବି ଗୁମର..

ସହମତିରେ ସେକ୍ସ କରି ଦୁଷ୍କର୍ମ ଅଭିଯୋଗ
ଭୁବନେଶ୍ୱର,୨୮/୦୨: ଶୁଣ…କ’ଣ ହୋଇଛି ତୁମର… । ସବୁଦିନ ଟେନ୍ସନ୍ରେ ରହୁଛ । ପ୍ରତିଦିନ ତୁମ ଘର ଭିତରୁ ପାଟି ଶୁଭୁଛି । ଅଶାନ୍ତିରେ ରହୁଛ । ମୋ’ ସହ କଥା ହୁଅ… । ମୁଁ ତୁମକୁ ଶାନ୍ତି ଦେବି । ଏମିତି ଫୁସୁଲାଇ ଜଣେ ବୟସ୍କ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ୩୦ ବର୍ଷୀୟା ଯୁବତୀ । ମଉକା ଦେଖି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡିଂ କରି ଏବେ ବ୍ଲାକ୍ମେଲିଂ କରୁଛନ୍ତି । ଦାବି ମୁତାବକ ଟଙ୍କା ନମିଳିଲେ ଥାନାରେ ଦୁଷ୍କର୍ମ ଅଭିଯୋଗ କରିବେ ବୋଲି ଧମକ ଦେଉଛନ୍ତି । ଏମିତି ଏକ ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ । ସଂପୃକ୍ତ ବ୍ୟକ୍ତିଙ୍କ ସମ୍ମାନ ହାନି ହେବା ଆଶଙ୍କାରେ ପୁଲିସ୍ ତାଙ୍କ ପରିଚୟ ଗୁପ୍ତ ରଖିଛି ।
ପୁରା ଘଟଣା ଏମିତି…
କଟକ ରୋଡ୍ର ଏକ ଆପାର୍ଟମେଣ୍ଟରେ ୨ ପିଲା ଓ ପତ୍ନୀଙ୍କ ସହ ରହୁଛନ୍ତି ବ୍ୟବସାୟୀ ବିକ୍ରମ (ଛଦ୍ମନାମ, ୫୩ ବର୍ଷ) । ବିକ୍ରମ୍ଙ୍କ ଫ୍ଲାଟ୍ ସମ୍ମୁଖରେ ଭଡ଼ା ନେଇ ରହିବା ସହ ଏକ ଘରୋଇ ସଂସ୍ଥାରେ କାମ କରୁଛନ୍ତି ଜୁଲି (ଛଦ୍ମନାମ, ୩୦ ବର୍ଷ) । ଜୁଲିଙ୍କ ଅଫିସ୍ ସରିବା ପରେ ତାଙ୍କ କାମ ହେଲା ଧନୀ ଶ୍ରେଣୀର ବ୍ୟକ୍ତିଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କଠାରୁ ମୋଟା ଅଙ୍କର ଟଙ୍କା ଲୁଟିବା । ତେବେ ଏହି ସମୟରେ ସେ ଦେଖିଲେ ବିକ୍ରମ୍ଙ୍କ ଘରେ ସବୁଦିନ ପାଟିତୁଣ୍ଡ ହେଉଛି । ବିକ୍ରମ ଘରୁ ବେଳେ ବେଳେ ରାଗି ବାହାରକୁ ପଳାଇ ଯାଉଛନ୍ତି । ଏହାପରେ ଜୁଲି ଟାର୍ଗେଟ୍ କରିଥିଲେ ବିକ୍ରମ୍ଙ୍କୁ । ତାଙ୍କ ସହ କଥା ହୋଇ ଫୋନ୍ ନମ୍ବର ଆଣିଥିଲେ । ବିଳମ୍ବିତ ରାତିରେ ତାଙ୍କୁ ମେସେଜ୍ କରିଥିଲେ । ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା ।
ହଠାତ୍ ଦିନେ ବିଳମ୍ବିତ ରାତିରେ ବିକ୍ରମ ଓ ତାଙ୍କ ପତ୍ନୀଙ୍କ ମଧ୍ୟର ଖୁବ୍ ଜୋର ପାଟିତୁଣ୍ଡ ହେଲା । ବିକ୍ରମ୍ ଘରୁ ବାହାରକୁ ପଳାଇ ଆସିଲେ । ଏହି ସମୟରେ ଜୁଲି ତାଙ୍କୁ ଫୋନ୍ କରି ନିଜ ଘରକୁ ଡାକିଥିଲେ । ବିକ୍ରମଙ୍କୁ ଶାନ୍ତି କରିବାକୁ ଅନେକ କଥା ବୁଝାଇ ଥିଲେ । ସେହି ରାତିରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ଅନେକ ଥର ଶାରୀରିକ ସମ୍ପର୍କ ରହିଥିଲା । ବିକ୍ରମ୍ ଜୁଲି ପ୍ରେମରେ ଅନ୍ଧ ହୋଇ ତାଙ୍କୁ ଅନେକ ଉପହାର ଦେଇଥିଲେ । ଏହା ଭିତରେ ବିକ୍ରମ୍ଙ୍କ ଅଜାଣତରେ ଜୁଲି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କରି ଦେଇଥିଲେ । ବିକ୍ରମ୍ କେତେ ଟଙ୍କାର ମାଲିକ ତାହାର ତଥ୍ୟ ସଂଗ୍ରହ କରିଥିଲେ ।
ହଠାତ୍ ଦିନେ ଜୁଲି ବିକ୍ରମ୍ଙ୍କୁ ଫୋନ୍ କରି କହିଥିଲେ, ତୁମ ଫ୍ଲାଟ୍ ଯଦି ମୋ ନାଁରେ ନକରିବ ତେବେ ତୁମ ନାଁରେ ମୁଁ ଦୁଷ୍କର୍ମ ମାମଲା କରିବି । ଖାଲି ସେତିକି ନୁହେଁ, ଉଭୟଙ୍କ ମଧ୍ୟରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମଧ୍ୟ ପଠାଇ ଥିଲେ । ଉକ୍ତ ଭିଡିଓକୁ ପରିବାର ଲୋକଙ୍କ ପାଖକୁ ପଠାଇ ଦେବେ ବୋଲି ଧମକ ଦେଇଥିଲେ । ବିକ୍ରମ୍ ୧୦ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ । ହେଲେ ଜୁଲି ଫ୍ଲାଟ୍ ବଦଳରେ ୨୫ ଲକ୍ଷ ଟଙ୍କା ମାଗିଥିଲେ । ବିକ୍ରମ ଅଧିକ ଟଙ୍କା ଦେଇପାରିବେ ନାହିଁ ବୋଲି କହିଥିଲେ । ଏହାପରେ ଜୁଲି ଲକ୍ଷ୍ମୀସାଗର ଥାନା ଆଇଆଇସିଙ୍କୁ ଭେଟି ଘଟଣା ବିଷୟରେ ଜଣାଇବା ସହ ସବୁ ତଥ୍ୟ ପ୍ରମାଣ ଦେଇଥିଲେ । ଦୁଷ୍କର୍ମ ଦଫା ଲଗାଇ ପୁଲିସ ଆରମ୍ଭ କରିଥିଲା ତନାଘନା । ତଦନ୍ତ ସମୟରେ ପୁଲିସ୍ ଜାଣିବାକୁ ପାଇଥିଲା ଜୁଲି ତାଙ୍କ ଇଚ୍ଛାରେ ବିକ୍ରମଙ୍କ ସହ ଶାରୀରିକ ସମ୍ପର୍କ ରଖିଛନ୍ତି ।
ଏହାପରେ ପୁଲିସ୍ ବିକ୍ରମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଇ ଜାଣିବାକୁ ପାଇଛି ଏହା ଏକ ର୍ୟାକେଟ୍ କାମ । ବିଭିନ୍ନ ଧନୀ ଶ୍ରେଣୀର ବ୍ୟକ୍ତିଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହ ଶରିରୀକ ସମ୍ପର୍କ ରଖୁଛନ୍ତି । ତା’ପରେ ଫଟୋ ଓ ଭିଡିଓ ଦେଖାଇ ବ୍ଲାକ୍ମେଲିଂ କରି ଟଙ୍କା ଲୁଟନ୍ତି । ଲୋକ ଲଜ୍ଜା ଭୟରେ ଏତଲା ଦେବାକୁ କେହି ଆଗକୁ ଆସୁନାହାନ୍ତି ।