ବିଧାୟକ ନିଜ ପତ୍ନୀଙ୍କ ସହ ବେଡରୁମରେ କଲେ ଟିକ୍-ଟକ୍: ଆକାଉଣ୍ଟ ହ୍ୟାକ୍ ହେବାପରେ ଭିଡ଼ିଓ ଭାଇରାଲ

ପାଟନା ୨।୯: ବିହାରର ଜାମୁଇ ଜିଲ୍ଲାର ସିକନ୍ଦରା ନିର୍ବାଚନମଣ୍ଡଳିର କଂଗ୍ରେସ ବିଧାୟକ ସୁଧୀର କୁମାର ଓରଫ ବଣ୍ଟି ଚୌଧୁରୀ ଓ ପତ୍ନୀଙ୍କ ଟିକ ଟକ୍ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଏ ପ୍ରକାର ହଇଚଇ ସୃଷ୍ଟି ହୋଇଯାଇଛି।                           

ଏହି ଭିଡିଓରେ ତାଙ୍କ ପତ୍ନୀ ଲୋକପ୍ରିୟ ହାସ୍ୟ କଳାକାର ସୁନୀଲ ଗ୍ରୋଭରଙ୍କ ଗୀତ ‘ମେରେ ହସବ୍ୟାଣ୍ଡ ମୁଝକୋ ପ୍ୟାର ନହିଁ କରତେ’ ରେ ଅଭିନୟ କରିଛନ୍ତି। ମଝିରେ ମଝିରେ ତାଙ୍କ ସ୍ବାମୀ ବଣ୍ଟି ଚୌଧୁରୀ ମଧ୍ୟ ତାଙ୍କ ସାଥ ଦେଇଛନ୍ତି ବୋଲି ଏହି ଭିଡ଼ିଓରେ ଦେଖିବାକୁ ମିଳିଛି।

ଭିଡିଓ ଭାଇରାଲ ହେବା ପରେ ବିଧାୟକ କହିଛନ୍ତି ଯେ, ଏହି ଭିଡିଓ ଦ୍ବାରା ତାଙ୍କ ବଦନାମ ହୋଇଛି। ସେ ଅଭିଯୋଗ କରିଛନ୍ତି ​ଯେ ତାଙ୍କ ବିରୋଧିମାନେ ପତ୍ନୀଙ୍କ ମୋବାଇଲ୍ ହ୍ୟାକ୍ କରି ତାଙ୍କ ବ୍ୟକ୍ତିଗତ ଭିଡିଓ ଭାଇରାଲ କରି ଦେଇଛନ୍ତି। ଏନେଇ ସେ ଜମୁଇ ଏସପିଙ୍କୁ ଅଭିଯୋଗ କରିଛନ୍ତି।

ସିକନ୍ଦରା ବିଧାୟକ ଏସପିଙ୍କ ନିକଟରେ ଏନେଇ ଅଭିଯୋଗ କରିବା ସହ ଭିଡିଓ କେମିତି ଭାଇରାଲ ହୋଇଛି ତାର ଯାଞ୍ଚ କରିବା ଲାଗି କହିଛନ୍ତି । ଏଥିସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର