PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

୮ ଛାତ୍ରଙ୍କ ଧର୍ମାନ୍ତରୀକରଣ, ମିଶନାରୀ ସ୍କୁଲ ଉପରେ ଉତ୍ୟକ୍ତ ଲୋକଙ୍କ ଟେକା-ପଥର ମାଡ଼

ବିଦିଶା,୭।୧୨: ମଧ୍ୟ ପ୍ରଦେଶର ବିଦିଶାରେ ଏକ ମିଶନାରୀ ସ୍କୁଲରେ ଯୋରଦାର ହଙ୍ଗାମା। ସ୍କୁଲ ମ୍ୟାନେଜମେଣ୍ଟ ଉପରେ ୮ଟି ଶିଶୁଙ୍କୁ ଖ୍ରୀଷ୍ଟିଆନ୍‌ରେ ଧର୍ମାନ୍ତରୀକରଣ କରିବା ବିରୋଧରେ ସ୍କୁଲରେ ଭଙ୍ଗାରୁଜା କରାଯାଇଛି। ସ୍କୁଲ ବାହାରୁ ମଧ୍ୟ ଟେକା ପଥର ମାଡ କରାଯାଇଥିଲା। ଯେତେବେଳେ ପଥର ମାଡ କରାଯାଉଥିଲା ଭିତରେ ପିଲାଙ୍କର ପରୀକ୍ଷା ଚାଲିଥିଲା। ବିଦିଶା ଜିଲ୍ଲା ଗଞ୍ଜବସୌଦ ସହରର ସେଣ୍ଟ ଜୋସେଫ୍ ସ୍କୁଲରେ ହିନ୍ଦୁ ସଂଗଠନର କିଛି ଉତ୍ୟକ୍ତ ଲୋକ ସ୍କୁଲ ପରିସରରେ ହଙ୍ଗାମା କରିଥିଲେ। ତାଙ୍କର କହିବା ଅନୁସାରେ, ସ୍କୁଲରେ ଧର୍ମାନ୍ତରୀକରଣ  କରାଯାଉଛି। ଏହାର ବିରୋଧ ସେମାନେ କରୁଛନ୍ତି। ପିଲାଙ୍କୁ ପ୍ରଲୋଭନ ଦେଖାଇ ଧର୍ମନ୍ତରୀକରଣ କରିବାର ଅଭିଯୋଗ ଲଗାଯାଇଛି।

ଉତ୍ୟକ୍ତ ଲୋକ ସ୍କୁଲ ମ୍ୟାନେଜମେଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦାବିକୁ ନେଇ ଏକ ଜ୍ଞାପନ ଦେଇଥିଲେ। ଉଲ୍ଲେଖନୀୟୟ ଯେ, ଗତ କିଛି ଦିନ ହେବ ସେଣ୍ଟ ଜୋସେଫ ସ୍କୁଲର ୮ ଜଣ ପିଲାଙ୍କର ଧର୍ମାନ୍ତରୀକରଣ ମାମଲା ସାମନାକୁ ଆସିଥିଲା। ଳଗାତାର ଗତ କିଚି ଦିନ ହେବ ଜ୍ଞାପନ ଦିଆଯାଉଥିଲା। ହଙ୍ଗାମାକୁ ଦେଖି ସହରର ସ୍ଥାନୀୟ ଚର୍ଚ, ଭାରତ ମାତା କନଭେଣ୍ଟ ସ୍କୁଲ ଓ ସେଣ୍ଟ ଜୋସେଫ୍ ସ୍କୁଲରେ ପୋଲିସ ମୁତୟନ କରାଯାଇଛି।  

ସମ୍ବନ୍ଧିତ ଖବର