PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଫିଲ୍ମ ‘ଶକୁନ୍ତଳା ଦେବୀ’ରେ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢ଼ି ‘ଗାଣିତିକ ସମୀକରଣ’ ହେବ ନିଲାମ

google.com

ଭୁବନେଶ୍ୱର ୧୮।୮ : ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ି ‘ଗାଣିତିକ ସମୀକରଣ’ ସହିତ ମୁଦ୍ରିତ, ଯାହା ସେ ତାଙ୍କ ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ’ର ପ୍ରମୋସନ ପାଇଁ ପିନ୍ଧିଥିଲେ, ତାହା ଅନଲାଇନ୍‌ରେ ନିଲାମ ହେବ। ଫିଲ୍ମ ଶକୁନ୍ତଳା ଦେବୀରେ ସମ୍ବଲପୁରୀ ବାନ୍ଧ ଶାଢ଼ି ପିନ୍ଧି ବେଶ୍‌ ସୁନ୍ଦର ଦେଖାଯାଉଥିଲେ ବିଦ୍ୟା। ଏହି ଶାଢ଼ି ପିନ୍ଧିବା ଫଟୋ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା।

ବ୍ରାଣ୍ଡ ଉତ୍କଳ ଅମ୍ରୀତାର ସହ-ପ୍ରତିଷ୍ଠାତା ଅନୀତା ସାବତ ଏବଂ ଅମୃତା ସାବତଙ୍କ ଅନୁଯାୟୀ ନିଲାମରୁ ପ୍ରାପ୍ତ ଅର୍ଥ ପ୍ରସିଦ୍ଧ ଶାଢ଼ିର ବୁଣାକାର ଭଗବତ ମେହେରଙ୍କୁ ଦିଆଯିବ ।ସାବତ ଏକ୍ସପୋର୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରତିଷ୍ଠାତା ବିଦ୍ୟା ବାଲାନଙ୍କ ନିକଟରେ ଏହି ଶାଢ଼ି ପହଞ୍ଚାଇଥିଲେ। ସେମାନେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଆଉ କହିଛନ୍ତି କି, ପ୍ରତି ରାତି ୧୦ଟାରେ ଦିନର ହାଇଏଷ୍ଟ ବିଡର ଓ ମୂଲ୍ୟ ଘୋଷଣା କରାଯିବ। ସୋସିଆଲ ମିଡ଼ିଆ, ଟ୍ବିଟର, ଫେସବୁକ୍‌ ଓ ଇନଷ୍ଟାଗ୍ରାମରେ ଏହାକୁ ଚେକ୍‌ କରିହେବ।

ପ୍ରକାଶ ଥାଉକି, ଅନୀତା ମୁମ୍ବାଇରେ ଏକ ପ୍ରଦର୍ଶନୀ ସମୟରେ ବିଦ୍ୟାଙ୍କ ଟିମ୍‌କୁ ଭେଟିଥିଲେ। ଏକ ନମୁନା ଦେଖିବା ପରେ ଅଭିନେତ୍ରୀ ବିଦ୍ୟା ଏହାକୁ ପସନ୍ଦ କରିଥିଲେ ଏବଂ ରିଲିଜ୍ ହେବାର ଗୋଟିଏ ଦିନ ପୂର୍ବରୁ ଏହାକୁ ପିନ୍ଧିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ବିଦ୍ୟା ତାଙ୍କ ଶାଢ଼ି ପିନ୍ଧିଥିବାର ଏକ ଭିଡିଓ ସେୟାର କରି ଏହାର ବୁଣାକାରଙ୍କୁ ପ୍ରଶଂସା କରିଥିଲେ। ସେ ଶାଢ଼ି ଫେରାଇବା ପରେ ଅନେକ ଲୋକ ଏହି ଶାଢ଼ି କିଣିବାକୁ ଆଗ୍ରହ ଦେଖାଇଲେ ଯାହା ସହ-ପ୍ରତିଷ୍ଠାତାମାନେ ଏହାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଳରେ ଅଗଷ୍ଟ ୧୫ରୁ ଅନ୍‌ଲାଇନ୍‌ରେ ଏହାର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହା ଆସନ୍ତା ୨୦ ତାରିଖ ରାତି ୧୦ଟା ଯାଏ ଚାଲିବ। ନିଲାମରେ ଭାଗ ନେବାକୁ ଇଚ୍ଛୁକ ବ୍ୟକ୍ତି ଗୁଗୁଲ ଫର୍ମସରେ ଆବେଦନ କରିପାରିବେ। ନିଲାମରୁ ଯେଉଁ ଅର୍ଥ ସଂଗୃହିତ ହେବ, ତାକୁ ବୁଣାକାର ଭାଗବତ ମେହେରଙ୍କୁ ଦିଆଯିବ। ଟିକିରିପଡା ଗାଁର ସମ୍ବଲପୁରୀ ଇକାଟ ବୁଣାକାର ଭାଗବତ ମେହେର ଅଭିନେତ୍ରୀଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି। ସେ ୨୦୧୬ରେ ଏହି ଶାଢ଼ି ଡ଼ିଜାଇନ୍‌ କରିଥିଲେ।