ସର୍ଟଫିଲ୍ମ ‘ନଟ୍‌ଖଟ୍‌’ର ଫାଷ୍ଟ ଲୁକ୍‌ ଇନ୍‌ଷ୍ଟାଗ୍ରାମ୍‌ ସେୟାର କଲେ ବିଦ୍ୟା

ମୁମ୍ବାଇ ୨୮/୫: ଅଭିନେତ୍ରୀ ବିଦ୍ୟା ବାଲାନ୍‌ ଏବେ ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛନ୍ତି । ତାଙ୍କର ପ୍ରଥମ ସର୍ଟଫିଲ୍ମ ‘ନଟ୍‌ଖଟ୍‌’ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି ।

ସେହି ପୋଷ୍ଟରକୁ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରି ବିଦ୍ୟା ଲେଖିଛନ୍ତି, ପ୍ରଯୋଜକ ଏବଂ ଅଭିନେତ୍ରୀ ଭାବେ ମୋର ପ୍ରଥମ ସର୍ଟଫିଲ୍ମର ଫାଷ୍ଟ ଲୁକ୍‌କୁ ପ୍ରେଜେଣ୍ଟ କରୁଛି । ‘ନଟ୍‌ଖଟ୍‌’ର ପୋଷ୍ଟରରେ ବିଦ୍ୟାଙ୍କୁ ଦେଶୀ ଲୁକ୍‌ରେ ଦେଖିବାକୁ ମିଳିଛି ।

ସେ ଗୋଟିଏ ପିଲାର କେଶରେ ମାଲିସ କରୁଛନ୍ତି । କିନ୍ତୁ ତାଙ୍କର ଧ୍ୟାନ ଅନ୍ୟ କେଉଁଠି ଥିବା ଭଳି ଲାଗୁଛି । ଏହି ସର୍ଟଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶାନ ବ୍ୟାସ । ପ୍ରଯୋଜନା ଦାୟିତ୍ୱରେ ବିଦ୍ୟାଙ୍କ ସହ ରୋନି ସ୍କ୍ରିଉୱାଲା ବି ଅଛନ୍ତି । ବିଦ୍ୟାଙ୍କୁ ଶେଷ ଥର ପାଇଁ ସିଲଭର ସ୍କ୍ରିନ୍‌ରେ ‘ମିସନ୍‌ ମଙ୍ଗଲ’ରେ ଦେଖିବାକୁ ମିଳିଥିଲା ।

   ସମ୍ବନ୍ଧିତ ଖବର


ବିବାହ ପରେ ରୋହନପ୍ରୀତଙ୍କ ପାଖକୁ ଆସୁଛି ଏକ୍ସ ଗାର୍ଲଫ୍ରେଣ୍ଡଙ୍କ କଲ୍, ଇଂଷ୍ଟାରେ ଏହି ପୋଷ୍ଟର ସେୟାର କଲେ ନେହା

ବିବାହ ବନ୍ଧନରେ ବାନ୍ଧି ହେଲେ କାଜଲ ଅଗ୍ରୱାଲ

ଜାଣିଛନ୍ତି କି ‘ମିର୍ଜାପୁର’ କଳାକାର କେତେ ପାରିଶ୍ରମିକ ନେଇଛନ୍ତି ?

ଚା’ ବଗିଚାରେ ଭୂମିକା

ମହିମାଙ୍କ ପାଇଁ ବଲିଉଡ- ଓଲିଉଡରୁ ଆସୁଛି ଅଫର୍‌ ପରେ ଅଫର୍‌

‘ତାରକ ମେହେଟା କା ଉଲଟା ଚଷମା’ର ଗୋଗିଙ୍କ ଉପରେ ଆକ୍ରମଣ, ଜୀବନରେ ମାରିବାକୁ ମିଳିଲା ଧମକ