୫ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ଶୁକଳ ଜିଆର୍‌ଏସ୍‌

ସାକ୍ଷୀଗୋପାଳ ୮/୩: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଶୁକଳ ପଞ୍ଚାୟତ ଜିଆର୍‌ଏସ୍‌ (ଗ୍ରାମ ରୋଜଗାର ସେବକ) ଛବିନାରାୟଣ ପଣ୍ଡାଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଓ ପୁରୀ ଭିଜିଲାନ୍ସ ଅଧିକାରୀମାନେ ଲାଞ୍ଚ ନେବାବେଳେ ଶନିବାର ଗିରଫ କରିଛନ୍ତି । ଗିରଫ ପରେ ତାଙ୍କୁ ପୁରୀ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟ ତାଙ୍କୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଶୁକଳି ପଞ୍ଚାୟତ ଅନ୍ତର୍ଗତ ବାମବରଡ଼ା ଗ୍ରାମର ଇନ୍ଦ୍ରମଣି ପଣ୍ଡାଙ୍କୁ ଆବାସ ଯୋଜନାରେ ଗୃହ କରାଇ ଦେବା ନିମନ୍ତେ ଛବିନାରାୟଣ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ପ୍ରଥମେ ୫ହଜାର ଟଙ୍କା ଓ କାର୍ଯ୍ୟାଦେଶ ପରେ ଆଉ ୧୦ ହଜାର ଟଙ୍କା ନିମନ୍ତେ ଜିଆର୍‌ଏସ୍‌ ଦାବି କରିଥିଲେ । ଏ ନେଇ ଇନ୍ଦ୍ରମଣି ପୁରୀ ଭିଜିଲାନ୍ସ ଡିଏସ୍‌ପି ହରନାରାୟଣ ପତିଙ୍କୁ ଖବର ଦେଇଥିଲେ । ଯୋଜନା ମୁତାବକ ଶନିବାର ସକାଳ ୮ଟାରେ ଟଙ୍କା ଦେବା ନିମନ୍ତେ ଇନ୍ଦ୍ରମଣି ଜିଆର୍‌ଏସ୍‌ଙ୍କୁ ଶୁକଳ ଚାରିଛକସ୍ଥିତ ୟୁକୋ ବ୍ୟାଙ୍କ ଶାଖା ନିକଟକୁ ଡାକିଥିଲେ । ଇନ୍ଦ୍ରମଣି ଏଟିଏମ୍‌ରୁ ଟଙ୍କା ଆଣିବା ଅଭିନୟ କରି ଭିଜିଲାନ୍ସ ବିଭାଗ ଦ୍ୱାରା ଦିଆଯାଇଥିବା କେମିକାଲ ବୋଳା ୫ ହଜାର ଟଙ୍କା ନେଇ ତାଙ୍କୁ ଦେଇଥିଲେ । ପୂର୍ବରୁ ପ୍ରସ୍ତୁତ ରହିଥିବା ଭିଜିଲାନ୍ସ ଟିମ୍‌ ଶ୍ରୀ ପଣ୍ଡାଙ୍କୁ ଘଟଣାସ୍ଥଳରେ ମାଡ଼ି ବସିଥିଲେ ।

   ସମ୍ବନ୍ଧିତ ଖବର


ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ

କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ

କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର

ଯୁବ ଇଂଜିନିୟର୍‌ଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ: ଯୁବତୀଙ୍କ ହଷ୍ଟେଲ୍‌ ସମ୍ମୁଖରେ ହାଲ୍ଲାବୋଲ କରିବାରୁ ନିସ୍ତୁକ ଛେଚିଲେ ଦେଖଣାହାରୀ