PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

ଭିଜିଲାନ୍ସ ଜାଲରେ କୋଟିପତି ଏସିଏଫ: ଭୁବନେଶ୍ୱରରେ ୩ ମହଲା ଘର ଓ ୪ ଟି ପ୍ଲଟ୍, ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠାବ

ଭୁବନେଶ୍ୱର,୦୬/୦୮: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ପୁରୀ ୱାଇଲ୍ଡ୍‌ ଲାଇଫ୍‌ ଡିଭିଜନ୍‌ର ସହକାରୀ ଜଙ୍ଗଲ ସଂରକ୍ଷଣକାରୀ (ଏସିଏଫ୍‌) ପ୍ରଶାନ୍ତ କୁମାର ସ୍ୱାଇଁ । ତାଙ୍କର ପୁରୀ ଅଫିସ୍‌, ବାଲିଅନ୍ତାର ପୈତୃକ ଘର, ଭୁବନେଶ୍ୱରରେ ସରକାରୀ ବାସଭବନ, ଢେଙ୍କାନାଳ ସମ୍ପର୍କୀୟଙ୍କ ଘରକୁ ମିଶାଇ ମୋଟ ୫ ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା ଭିଜିଲାନ୍ସ । ଚଢ଼ଉ ସମୟରେ ତାଙ୍କ ଘରୁ ୧ କୋଟି ୧୬ ଲକ୍ଷ ୭୨ ହଜାର ୯୩୮ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଛି ।

ଭୁବନେଶ୍ୱର ସ୍ପେଶାଲ୍‌ ଜଜ୍‌ଙ୍କ (ଭିଜିଲାନ୍ସ) କୋର୍ଟରୁ ସର୍ଚ ୱାରେଣ୍ଟ ନେଇ ଚଢ଼ଉ କରିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍‌। ଏସିଏଫ୍‌ ଶ୍ରୀ ସ୍ୱାଇଁଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ଭୁବନେଶ୍ୱରରେ ୩ ମହଲା କୋଠା ଯାହାର ମୂଲ୍ୟ ୬୧ ଲକ୍ଷ ୪୬ ହଜାର ୮୪୫ ଟଙ୍କା, ବାଲିଅନ୍ତା ଥାନା ଶିଶୋଲ ଗାଁରେ ଏକ ମହଲା ଘର, ଭୁବନେଶ୍ୱରରେ ୪ଟି ଓ ଢେଙ୍କାନାଳରେ ୧ ଟି ପ୍ଲଟ୍‌ ଯାହାର ସରକାରୀ ମୂଲ୍ୟ ୧୨ ଲକ୍ଷ ୭୨ ହଜାର ୨୩୯ ଟଙ୍କା ।

ଏହା ବ୍ୟତୀତ ବିଭିନ୍ନ ବ୍ୟାଙ୍କ୍‌ରେ ଜମା ରହିଛି ୩୧ ଲକ୍ଷ ୫୨ ହଜାର ୭୧୦ ଟଙ୍କା, ୪ ଲକ୍ଷ ୩୨ ହଜାର ୩୫୬ ଟଙ୍କାର ଏଲ୍‌ଆଇସି ବଣ୍ଡ, ଦୁଇଟି ବାଇକ୍‌ ଯାହାର ମୂଲ୍ୟ ୯୬ ହଜାର ଟଙ୍କା, ୩୯ ହଜାର ଟଙ୍କାର ସୁନା ରୁପା ଅଳଙ୍କାର, ୪ ଲକ୍ଷ ୨୩ ହଜାର ୭୪୮ ଟଙ୍କାର ଦାମୀ ଗୃହ ଉପକରଣ ଓ ନଗଦ ୩୨ ହଜାର ୪୦ ଟଙ୍କା । ଏସବୁ ସମ୍ପତ୍ତିକୁ ଜବତ କରିଛି ଭିଜଲାନ୍ସ ଟିମ୍‌ । ତା’ଛଡା ସେ ତାଙ୍କ ସମ୍ପର୍କୀୟଙ୍କ ନାଁରେ କିଛି ସମ୍ପତ୍ତି କରିଥିବା ଜଣାପଡିଛି । ଶ୍ରୀ ସ୍ୱାଇଁ ଏକ ଦାମୀ କାର୍‌ ଚଳାଉଛନ୍ତି । ଉକ୍ତ କାରର ମାଲିକାନା ଅନ୍ୟ ଜଣଙ୍କ ନାଁରେ ଥିବା ଜଣାପଡ଼ିଛି । ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି ।