
ସମ୍ବଲପୁର ୧୯/୧୧: ଭିଜିଲାନ୍ସ ପଞ୍ଝାରେ କେଶାଇବାହାଲ ଜୁନିୟର କଲେଜ ଅଧ୍ୟକ୍ଷ ଜୟ ପ୍ରକାଶ ପଟେଲ। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଅଧ୍ୟକ୍ଷଙ୍କ ବାସଭବନ ସହ ଅଫିସରେ ଚଢାଉ। ଚଢ଼ାଉ ସମୟରେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଯାଞ୍ଚ କରୁଛି ଭିଜିଲାନ୍ସ।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ସମ୍ବଲପୁର ଜିଲ୍ଲା କେଶାଇବାହାଲ ଜୁନିୟର କଲେଜ ଅଧ୍ୟକ୍ଷ ଜୟ ପ୍ରକାଶ ପଟେଲ ନାଁ ରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହେବ ପରେ ଭିଜିଲାନ୍ସ ପକ୍ଷରୁ ଘରେ ଚଢାଉ କରାଯାଇଛି । ରାଉଲକେଲା ଭିଜିଲାନ୍ସ ଅନ୍ୟ ଏକ ଟିମ୍ ଜୟପ୍ରକାଶଙ୍କ ପୈତୃକ ବାସ ଭବନଚଢାଉ କରିଛି । ସେଠାରେ କାଗଜ ପତ୍ର ଯାଞ୍ଚ ସହ ଅସବାପତ୍ରର ଯାଞ୍ଚ ଜାରି ରଖିଛି ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
