ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ: ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗ

ବାଲେଶ୍ୱର ୨୨/୯:ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଶନିବାର ସାରଗାଁ ପଞ୍ଚାୟତ ଅନ୍ତର୍ଗତ କଞ୍ଚନିବାଗ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ନାୟକଙ୍କ ଘରେ ଚଢ଼ଉ କରାଯାଇଛି । ଚଢ଼ଉ ବେଳେ ଶିକ୍ଷୟିତ୍ରୀ ଜଣକ ୫କୋଟି ୫୪ଲକ୍ଷ ୨୯ ହଜାର ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ମାଲିକାଣୀ ହୋଇଥିବା ଜଣାପଡ଼ିଛି । ପୂର୍ବରୁ ଶ୍ରୀମତୀ ନାୟକ ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ଭିଜିଲାନ୍ସ ନିକଟରେ ହୋଇଥିଲା । ଏ ନେଇ ଭିଜିଲାନ୍ସ ଏସ୍‌ପି ସୁନିଲ ସେନାପତିଙ୍କ ନିର୍ଦ୍ଦେଶକ୍ରମେ ୫ଟି ଟିମ୍‌ ଗଠନ କରାଯାଇଥିଲା । ଏହି ଟିମ୍‌ ସକାଳେ ବାଲେଶ୍ୱରର ବଙ୍କାଖେଜୁରିସ୍ଥିତ ଶ୍ରୀମତୀ ନାୟକଙ୍କ ନିଜ ଘର, ବାହାନଗା ବ୍ଲକ ଅନ୍ତର୍ଗତ ସୁଠଙ୍ଗ ଗ୍ରାମର ବାପାଙ୍କ ଘର, ବଡ଼କିଆର ଶ୍ୱଶୁରଘର, ଆଇଟିଆଇ ଛକ ନିକଟସ୍ଥ ବିକାଶ ନଗର ପୁତୁରାଘର ଓ ଗୁଡ଼ୁପାହୀରେ ଥିବା ସ୍ୱାମୀ ଉମାକାନ୍ତ ଦାସଙ୍କ ଘରେ ଚଢ଼ଉ କରିଥିଲା ।

ଚଢ଼ଉ ସମୟରେ ଭିଜିଲାନ୍ସ ଟିମ୍‌ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ଏହା ବ୍ୟତୀତ ଶ୍ରୀମତୀ ନାୟକଙ୍କ ନାମରେ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ୧ କୋଟି ୭୯ ଲକ୍ଷ ୯ ହଜାର ଟଙ୍କା ମୂଲ୍ୟର ୨୩ଟି ପ୍ଲଟ୍‌ ଥିବା ଜାଣିବାକୁ ପାଇଛି । କେବଳ ଏତିକି ନୁହେଁ, ୧ କୋଟି ୩୬ ଲକ୍ଷ ୭୦ ହଜାର ଟଙ୍କା ମୂଲ୍ୟର ୪ ମହଲା କୋଠା, ୯୭ ଲକ୍ଷ ୯୬ ହଜାର ୪୪୫ ଟଙ୍କା ମୂଲ୍ୟର ଚିଙ୍ଗୁଡ଼ି ଫାର୍ମ ତାଙ୍କ ନାମରେ ରହିଥିବା ଜଣାପଡ଼ିଛି । ଏହା ବ୍ୟତୀତ ବିଭିନ୍ନ ବ୍ୟାଙ୍କରେ ୧୬ ଲକ୍ଷ ୩୭ ହଜାର ୧୮୫ ହଜାର ଟଙ୍କାର ଡିପୋଜିଟ୍‌, ୭୮ ଲକ୍ଷ ୭୪ ହଜାର ଟଙ୍କାର ଇନ୍‌ସ୍ୟୁରାନ୍ସ କାଗଜପତ୍ର ଭିଜିଲାନ୍ସ ଟିମ୍‌ ହାତରେ ପଡ଼ିଛି । ଚଢ଼ଉ ବେଳେ ଶ୍ରୀମତୀ ନାୟକଙ୍କ ଘରୁ ନଗଦ ୨ ଲକ୍ଷ ୫୭ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ଏହା ସହିତ ପ୍ରାୟ ୭ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ତିନୋଟି ବାଇକ୍‌, ଗୋଟିଏ ସ୍କୋର୍ପିଓ, ଗୋଟିଏ ଟ୍ରକ ଥିବା ଭିଜିଲାନ୍ସ ଟିମ୍‌ ସୂଚନା ଦେଇଛି ।

ତେବେ ତାଙ୍କ ସ୍ୱାମୀ ଉମାକାନ୍ତ ଦାସ ଜଣେ ସଫଳ ଚିଙ୍ଗୁଡ଼ି ଚାଷୀ । ଉମାକାନ୍ତଙ୍କର ବିଭିନ୍ନ ସ୍ଥାନରେ ଚିଙ୍ଗୁଡ଼ି ଫାର୍ମ ମଧ୍ୟ ଅଛି ।

   ସମ୍ବନ୍ଧିତ ଖବର


ଦିନ ଦ୍ୱିପ୍ରହରେ ଲୁଟ୍, ସାଢେ ୩ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

ପତ୍ନୀକୁ ଠେଙ୍ଗାରେ ପିଟି ହତ୍ୟା

ମହିଳାମାନଙ୍କୁ ଭିଡିଓ କଲ୍ କରି ଉଲଗ୍ନ ହୋଇଯାଉଥିଲା, ଖୋଜି ଖୋଜି ଗିରଫ କଲା ପୋଲିସ

ଖଣ୍ତାରେ ଜନ୍ମଦିନ କେକ୍ କାଟିଲେ ଯୁବକ , ଭିଡ଼ିଓ ଭାଇରାଲ ହେବା ପରେ ଗିରଫ କଲା ପୁଲିସ୍

ନବ ଦମ୍ପତ୍ତିଙ୍କୁ କତରର ହନିମୁନ୍ ପ୍ୟାକେଜ୍ ଦେଇ ଫଶାଇଲେ ଆଣ୍ଟି, ଡ୍ରଗ୍ଦ କେସରେ ସଜା କାଟୁଛନ୍ତି ସ୍ବାମୀ-ସ୍ତ୍ରୀ

ରାଜଧାନୀରେ ବେଲଗାମ ଅପରାଧୀ, ଚଳନ୍ତି ବସ୍‌ରେ ଦିଲ୍ଲୀ ପୁଲିସ୍‌ର କନେଷ୍ଟବଳଙ୍କୁ ଅପହରଣ