ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ

ଯାଜପୁର,୧୮।୧ ଜଣେ ହସ୍ତଶିଳ୍ପ କାରିଗରଙ୍କ ନିକଟରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁଇ ଜଣ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେମାନେ ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ପ୍ରଭାତ କୁମାର ମିଶ୍ର ଓ ମାଷ୍ଟର କ୍ରାପ୍ଟ ମ୍ୟାନ ଲଷ୍ମୀପ୍ରିୟା ମହାରଣା ।
ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ଖୋସାଲପୁର ଅଞ୍ଚଳର ହସ୍ତଶିଳ୍ପ କାରିଗର ଖଗେଶ୍ବର ମଲ୍ଲିକଙ୍କ ଏକ ବିଲ୍ କରାଇଦେବା ପାଇଁ ୧୦ ହଜାର ଟଙ୍କା ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ ମାଷ୍ଟର କ୍ରାଫ୍ଟମ୍ୟାନ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଖଗେଶ୍ବର ଯାଜପୁର ଭିଜିଲାନ୍ସ ଟିମ୍ ରେ ଜଣାଇଥିଲେ। ଯାଜପୁର ରୋଡ ସ୍ଥିତ କାର୍ଯ୍ୟାଳୟରେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ପ୍ରଭାତ କୁମାର ମିଶ୍ର ଓ ମାଷ୍ଟର କ୍ରାପ୍ଟ ମ୍ୟାନ ଲଷ୍ମୀପ୍ରିୟା ମହାରଣା ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ।