PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଡିଏଭି ପୋଖରୀପୁଟରେ ଦ୍ୱାବିଂଶତମ କାର୍ଗିଲ ବିଜୟ ଦିବସ ପାଳିତ

ଭୁବନେଶ୍ୱର ୨୬/୭: ଡିଏଭି ପୋଖରିପୁଟରେ ଦ୍ୱାବିଂଶତମ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି । କାର୍ଗିଲ ବିଜୟ ଦିବସ ଆମର ସଶସ୍ତ୍ର ସୈନ୍ୟ ବାହିନୀର ନିର୍ଭୀକ ନିଷ୍ଠା ଏବଂ ଅତୁଳନୀୟ ବୀରତାର ପ୍ରତୀକ । ଜୁଲାଇ ୧୯୯୯ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ସହିଦ ଯବାନଙ୍କ ତ୍ୟାଗ ଓ ବଳିଦାନର ସ୍ମୃତିକୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉଦଜୀବିତ କରିବା ପାଇଁ ଭର୍ଚୁଆଲ ପ୍ଲାଟଫର୍ମକୁ ବର୍ତ୍ତମାନ ପରିବେଶର ଉପଯୁକ୍ତ ମାଧ୍ୟମରୁପେ ଗ୍ରହଣ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଏନସିସି, ସ୍କାଉଟ, ଗାଇଡର ଦାୟିତ୍ୱରେ ଥିବା ଶିକ୍ଷକ-ଶିକ୍ଷୟତ୍ରୀ ଉପସ୍ଥିତ ରହିବା ସହ ସହିଦ ଅମର ଯବାନଙ୍କୁ ଗାଡ୍ ଅଫ୍ ଅନର ପ୍ରଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ତଥା ଡିଏଭି ଜୋନ ୧ର ଆଞ୍ଚଳିକ ସହ ନିର୍ଦ୍ଦେଶିକା ଡ.ସୁଜାତା ପ୍ରଦୀପ ପ୍ରଜ୍ଜଳନ ସହ ସହିଦ ଯବାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ତତସହିତ ମାନନୀୟା ଅଧ୍ୟକ୍ଷାଙ୍କ ଆହ୍ୱାନକ୍ରମେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଅମର ସହିଦମାନଙ୍କ ଅମର ଆତ୍ମାର ସଦଗତି ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଏନସିସି ବିଭାଗର ଅଫିସର ସ୍ମୃତି ନାୟକଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି ଅବସରରେ ଭର୍ଚୁଆଲ ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବିଭିନ୍ନ କ୍ରିୟାକଳାପ ଆୟୋଜିତ ହୋଇଥିଲା । ଶ୍ରେଣୀ ତୃତୀୟରୁ ଦଶମ ଶ୍ରେଣୀ ମଧ୍ୟରେ ‘ୱାର୍ ଏଣ୍ଡ ପିସ୍’ ଶୀର୍ଷକ ପୋଷ୍ଟର ମେକିଂ ପ୍ରତିଯୋଗିତା, ଜିଙ୍ଗଲ ପ୍ରତିଯୋଗିତା, ଦେଶାର୍ମବୋଧକ ସଙ୍ଗୀତ ପ୍ରତିଯୋଗିତା, ‘କାର୍ଗିଲ ବିଜେତାଙ୍କ ଏକ ଜୀବନ ଇତିହାସ’ ଶୀର୍ଷକ ପାୱାର ପଏଣ୍ଟ ଉପସ୍ଥାପନ ଭଳି ଜାତୀୟ ଭାବଧାରାକୁ କେନ୍ଦ୍ର କରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଗାଇଡ୍ କ୍ୟାପଟେନ୍ ନୀନା ତ୍ରିପାଠୀ କାର୍ଗିଲ୍ ଦିବସ ବିଷୟରେ କିଛି ମୂଲ୍ୟବାନ ସୂଚନା ପ୍ରଦାନ କରିଥିଲେ । ରେଡକ୍ରସ କାଉନସିଲର ଶ୍ରୀ ମନୋଜ କୁମାର ନାହକ ଏକ ଦେଶାତ୍ମକ ହିନ୍ଦୀ କବିତା ପାଠ କରିଥିଲେ । ସ୍କାଉଟ୍ ମାଷ୍ଟର ସଞ୍ଜୟ ସାହୁ ଏକ ଦେଶାତ୍ମବୋଧକ ଗୀତ ଗାନ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ଏନସିସି ସଙ୍ଗୀତ ‘ହମ୍ ସବ୍ ଭାରତୀୟ ହେଁ’ ଗାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ନୀରିକ୍ଷକ ଓ ନୀରିକ୍ଷିକା ଶିତିକଷ୍ଠ ପତି, ରଞ୍ଜନ କୁମାର ସ୍ୱାଇଁ, ସ୍ମରଣିକା ପଟ୍ଟନାୟକ, ପି ଅନୁରାଧା ତଥା ଏନସିସି ଶିକ୍ଷକ-ଶିକ୍ଷୟତ୍ରୀ ପିଏସ ରାଓ, ବିଶ୍ୱମୋହନ ମହାନ୍ତି ତଥା ଶିକ୍ଷକ ସନ୍ତୋଷ କୁମାର କର, ଦୀପକ ରଞ୍ଜନ ବେହେରା, ନରୋତ୍ତମ ଷଡଙ୍ଗୀ, ଶକ୍ତି ପ୍ରସନ୍ନ ମହାନ୍ତି, କେଶବ ଚନ୍ଦ୍ର ପ୍ରଧାନ ଆଦି ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।