ମହାଦାନୀ ଭିକାରୀ : ମନ୍ଦିରକୁ ଦାନ ଦେଲେ ୮ଲକ୍ଷ ଟଙ୍କା, କହିଲେ ଏଥିରେ ବଢ଼ିବ ଆୟ

ବିଜୟୱାଡ଼ା : ଆଜିର ସମାଜରେ ଲୋକେ ଅନେକ ଉପାୟରେ ଟଙ୍କା ରୋଜଗାର କରୁଛନ୍ତି। ଆଉ ଏହି ଅର୍ଥରେ ନିଜର ଗାଡ଼ି ଓ ଘର କରି ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। କିଛି ଲୋକ ଅଛନ୍ତି ଦାନ କରିବାତ ଦୂରର କଥା ଅନ୍ୟକୁ ସାହାଯ୍ୟ କରିବାକୁ ପସନ୍ଦ କରିନଥାନ୍ତି। କିନ୍ତୁ ଏ ଭିତରେ ଜଣେ ଭିକାରୀ ଉଦାହରଣ ପାଲଟିଛନ୍ତି। ନିଜ ଭିକ୍ଷାବୃତ୍ତିରୁ ସଂଚିତ ଅର୍ଥକୁ ସେ ଏକ ମନ୍ଦରିକୁ ଦାନ କରିଛନ୍ତି । ଏହି ମହତ କାମ ପାଇଁ ସବୁଆଡ଼ୁ ତାଙ୍କୁ ମିଳିଛି ଭୂରି ଭୂରି ପ୍ରଶଂସା।

ସୂଚନା ମୁତାବକ , ୟାଦି ରେଡ୍ଡୀ ନାମକ ୭୩ ବର୍ଷିୟ ଏହି ବୃଦ୍ଧ ଭିକାରୀ ଜଣକ ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାରେ ଥିବା ଏକ ମନ୍ଦିର ବାହାରେ ନିତି ଭିକ ମାଗି ଚଳନ୍ତି। ଗତ ୭ ବର୍ଷ ଭିତରେ ସେ ସଂଚୟ କରିଥିଲେ ୮ ଲକ୍ଷ ଟଙ୍କା । ଏହାକୁ  ସେ ଏବେ ଏକ ମନ୍ଦିରକୁ ଦାନ କରିଦେଇଛନ୍ତି । ଆଉ କହିଛନ୍ତି ମନ୍ଦିରକୁ ଦାନ କରିବା ଦ୍ୱାରା ତାଙ୍କର ଅସୁବିଧା ଦୂର ହୋଇଛି । ସେ ହସ ଖୁସିରେ ଜୀବନ ବିତାଉଛନ୍ତି ।

ମନ୍ଦିର ପ୍ରଶାସନ ଭିକାରୀଙ୍କ ଏହି ଦାନଶୀଳ ଗୁଣକୁ ଖୁବ୍‌ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି , ତାଙ୍କର ସାହାଯ୍ୟରେ ମନ୍ଦରରେ ଏକ ଗୋଶାଳା ମଧ୍ୟ ନିର୍ମାଣ କରିବାକୁ ଯାଉଛନ୍ତି। ରେଡ୍ଡୀଙ୍କୁ ପଚାରିଲେ କୁହନ୍ତି , ମୁଁ ଜୀବନର ୪୦ ବର୍ଷ ରିକ୍ସା ଚଳାଇ ବଂଚିଛି । ଯେତେବେଳେ ଆଣ୍ଠୁରେ ଯନ୍ତ୍ରଣା ହେଲା ,ଏହି କାମ ଛାଡି ବାଛି ନେଲି ଭିକ୍ଷାବୃତ୍ତି ।

ରେଡ୍ଡୀ ଜୀବନରେ ପ୍ରଥମ ପାଇଁ ସାଇ ବାବାଙ୍କ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନ ରୂପେ ଦେଇଥିଲେ । ଯେତେବେଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ହେବାକୁ ଲାଗିଲା ,ସେତେବେଳେ ମୋର ଆଉ ଅଧିକ ଅର୍ଥର ଆବଶ୍ୟକତା ହେଲାନି ବୋଲି କହନ୍ତି । ଏତିକି ବେଳେ ସେ ମନ୍ଦିରକୁ ଅଧିକ ପଇସା ଦାନ ଖରିବାକୁ ନିଷ୍ପତ୍ତି ନେଇଥିଲେ ।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା