PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଗାଁରୁ ୫୪ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଘୋଷଣା


ମୁନିଗୁଡା,୩ ।୬ ରାୟଗଡା ଜିଲା ମୁନିଗୁଡା ବ୍ଲକ ଶିବପଦର ପଞ୍ଚାୟତ ହାତୀପଦର ଗାଁରୁ ୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ପ୍ରଶାସନ ପକ୍ଷରୁ ହାତୀପଦର ଗାଁକୁ ୧୪ ଦିନ ଯାଏ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

ରାୟଗଡା ଜିଲାରୁ ବୁଧବାର ୨୯୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ମୁନିଗୁଡା ବ୍ଲକରେ ସର୍ବାଧିକ ୯୦ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଶିବପଦର ପଞ୍ଚାୟତ ହାତୀପଦର ଗାଁର ୫୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ଜିଲାପାଳ ଉକ୍ତ ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ।

ମେ ୨୯ ତାରିଖରେ ଏହି ଗାଁର ୧୦୦ ଜଣଙ୍କ ଆରଟିପିସିଆର ଟେଷ୍ଟ ପାଇଁ ପଠାଯାଇଥିଲା । ସେଥିରୁ ୫୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧ ଜଣ ମହିଳା, ୨୧ ପୁରୁଷ ଓ ୨ ଜଣ ଶିଶୁ ରହିଛନ୍ତି ।

ରିପୋର୍ଟ ଆସିବା ପରେ ସ୍ୱାସ୍ଥ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ଔଷଧ ବଣ୍ଟନ କରିଥିଲେ । ବିଡିଓ, ତହସିଲଦାର, ଏସଡିପିଓ ଗାଁରେ ପହଞ୍ଚି ଲୋକମାନଙ୍କୁ ସଙ୍ଗରୋଧରେ ରହିବାକୁ ବୁଝାଇଥିଲେ ।