ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…

ନୂଆଦିଲ୍ଲୀ ୨୭/୧୧: ମଧ୍ୟ ୟୁରୋପରେ ସ୍ଥିତ ଅଷ୍ଟ୍ରିଆର ଏକ ଗାଁର ଲୋକମାନେ ନୂଆବର୍ଷରୁ ନିଜ ପରିଚୟ ବଜଳାଇବାକୁ ଯାଉଛନ୍ତି । ଅଷ୍ଟ୍ରିଆର ଏହି ଟାଉନ୍ ଜର୍ମାନୀର ସୀମା ପାଖରେ ସ୍ଥିତ । ବହୁତ କମ୍ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ନିଜ ନାଁ ପାଇଁ ବେଶ୍ ପପୁଲାର୍ । କୁହାଯାଏ ୬ଷ୍ଠ ଶତାବ୍ଦୀରେ ଏହି ଗାଁ ସ୍ଥାପନ ହୋଇଥିଲା । କିନ୍ତୁ ଏବେ ଏହି ଗାଁର ଲୋକେ ଗାଁ ନା ବଦଳାଇବାକୁ ଚାହୁଁଛନ୍ତି । ଏହି ଗାଁର ନୂଆ ନାଁ Fugging ହେବ ।

ସୂଚନା ଅନୁସାରେ ଗାଁର ମେୟର ଏଣ୍ଡ୍ରିଆ ହୋଲ୍ଜନର ଗାଁର ନାଁ ବଦଳାଇବା ନେଇ କହିଛନ୍ତି । ମେୟର ଏହା ମଧ୍ୟ କହିଛନ୍ତି କି ସ୍ଥାନୀୟ ପରିଷଦ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କିଛି ପଏଣ୍ଟକୁ ନେଇ ନାଁ ବଦଳିବାକୁ ଯାଉଛି । ନୂଆ ନାଁ ୧ ଜାନୁୟାରୀ ୨୦୨୧ରୁ ହେବ । ଏଣିକି ନାଁ ଫଗିଙ୍ଗ୍ ନାଁରେ  ଜଣାଯିବ ।  ଏହି ଗାଁର ଜନସଂଖ୍ୟା ମାତ୍ର ୧୦୦ । ଏବେ ନାଁ ବଦଳିବା ନେଇ ଭୋଟିଂ ହେବ ଏବଂ ପରେ ଆଲୋଚନା କରାଯିବ ।  ୨୦୦୧ ମସିହାରେ ହୋଇଥିବା ଜନଗଣନା ଅନୁସାରେ ଏଠାକାର ଜନସଂଖ୍ୟା ମାତ୍ର ୯୩ ଥିଲା ।