PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

୪୦୦ ବର୍ଷ ଧରି ଏହି ଗାଁରେ ଜନ୍ମହୋଇନି ଗୋଟିଏ ବି ଶିଶୁ,କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଭୋପାଳ,୨୯।୮: ଆଜି ଏକବିଂଶ ଶତାବ୍ଦୀରେ  ଆମ ଦେଶର ବୈଜ୍ଞାନିକ ଚନ୍ଦ୍ରପୃଷ୍ଠରେ ପହଁଞ୍ଚିଲେଣି। ଉନ୍ନତ ଟେକ୍ନୋଲୋଜି ସାହାରାରେ ମଣିଷର ହାତ ପାଆନ୍ତାରେ ସବୁକିଛି ସୁଖ ସୁବିଧା ଉପଲବ୍ଧ ହୋଇସାରିଛି। କିନ୍ତୁ ଆମ ଦେଶରେ ଏଭଳି କିଛି ରାଜ୍ୟ ରହିଛି ଯେଉଁଠାରେ ଏବେ ବି ଲୋକଙ୍କ ଭିତରେ ଅନ୍ଧବିଶ୍ବାସ ଭରି ରହିଛି। ଏଭଳି ଅନ୍ଧବିଶ୍ବାସ ମଧ୍ୟପ୍ରଦେଶର ରାଜଗଡ ନିକଟରେ ଥିବା ସାକା ଜାଗିର ଗାଁରେ ରହିଛି।  ଏହି ଗାଁରେ କେବେ କୌଣସି ପିଲାର ହସି ଶୁଣିବାକୁ ମିଳିନାହିଁ। କାରଣ ଏହି ଗାଁର ମହିଳାମାନେ ଗତ ୪୦୦ ବର୍ଷ ହେବ କେବେ ମା’ ହୋଇନାହାନ୍ତି। ଗାଁ ଲୋକଙ୍କ କହିବା ଅନୁସାରେ ଏହି ଗାଁକୁ ପ୍ରତି ଏକ ଅଭିଶାପ ରହିଛି। ତେବେ ଆସନ୍ତୁ ଜାଣିବା ପୁରା ଘଟଣା ସମ୍ପର୍କରେ।

ମଧ୍ୟ ପ୍ରଦେଶର ଏହି ଛୋଟିଆ ଗାଁ ରାଜଧାନୀ ଭୋପାଳ ଠାରୁ ମାତ୍ର ୭୦ କିଲୋମିଟର ଦୂରରେ ରହିଥିଲେ ମଧ୍ୟ ଏବେ ବି ଅନ୍ଧବିଶ୍ବାସ ଭରି ରହିଛି। ଗାଁ ଲୋକଙ୍କ କହିବା ଅନୁସାରେ ୧୬ଶହ ଶତାବ୍ଦୀରେ ଗାଁରେ ଦେବତାଙ୍କ ମନ୍ଦିର ରହିଥିଲା। ସେତେବେଳେ ଜଣେ ହିନ୍ଦୁ ମହିଳା ଗହମ ପେଶିବାକୁ  ଚକି ଚଲାଉଥିଲେ। ଏହି କାରଣରୁ ଦେବାତାଙ୍କ ଧ୍ୟାନ ଭଙ୍ଗ ହୋଇଥିଲା, ତେଣୁ ଦେବତାଙ୍କ ମନ୍ଦିର ତିଆରି ହେବାରେ ଅସୁବିଧା ହୋଇଥିଲା। ଏଥିପାଇଁ ଗାଁ ଲୋକଙ୍କୁ ଅଭିଶାପ ଦିଆଯାଇଥିଲା ଗାଁରେ କୌଣସି ପିଲା ଯେପରି ଜନ୍ମ ହୋଇପାରିବ ନାହିଁ। ଅର୍ଥାତ ଗାଁ ଭିତରେ କୌଣସି ମହିଳା ନିଜ ସନ୍ତାନକୁ ଜନ୍ମ ଦେଇପାରିବେ ନାହିଁ।

ଦେବତାଙ୍କ ଅଭିଶାପ କହି ଗାଁ ଲୋକଙ୍କ ମନ ଭିତରେ ଭୟ ସୃଷ୍ଟି ହୋଇଥିଲା। ତେଣୁ କୌଣସି ମହିଳା ଗର୍ଭବତୀ ହେଲେ ତାଙ୍କୁ ତାଙ୍କୁ ଗାଁ ଭିତରେ ପ୍ରସବ କରିବାକୁ ଦିଆଯାଏ ନାହିଁ। ଗାଁ ବାହାରେ ଥିବା ହସ୍ପିଟାଲ କିମ୍ବା ଅତି ଜରୁରୀ ହେଲେ ଗାଁ ବାହାରେ ଏକ ଘର ତିଆରି କରାଯାଇଛି, ଯେଉଁଠି ପ୍ରସବ କରାଯାଇଥାଏ।

ସେଭଳି ଗାଁର କିଛି ଲୋକ ଏହା ପଛରେ ଅନ୍ୟ କାରଣ ରହିଛି ବୋଲି କୁହନ୍ତି। କିଛି ଲୋକଙ୍କ ମତରେ ସେଠାରେ ଶ୍ୟାମ ମନ୍ଦିର ଥିଲା। ମନ୍ଦିରର ପବିତ୍ରତା ରକ୍ଷା କରିବା ପାଇଁ ଗାଁର ବୈଜ୍ୟଷ୍ଠ ଲୋକମାନେ  ମହିଳାଙ୍କ ପ୍ରସବ ଗାଁ ବାହାରେ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ଏହି ପ୍ରଥା ଗାଁରେ ଶହ ଶହ ବର୍ଷ ଧରି ଚାଲିଆସୁଛି।

ସମ୍ବନ୍ଧିତ ଖବର