ବିଧାୟକଙ୍କ ଉପରେ ମରଣାନ୍ତକ ଆକ୍ରମଣ, ପେଟ୍ରୋଲ ପକାଇ ଜାଳିବା ଯୋଜନାରେ ଥିଲେ ଆକ୍ରମଣକାରୀ

ରୁଦ୍ରପ୍ରୟାଗ,୮।୧୧: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ଅଗସ୍ତ୍ୟମୁନିର ବାଡଓ୍ବ ନାମକ ଏକ ଗାଁରେ ଜଣେ ବିଧାୟକଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। କେଦାରନାଥରୁ କଂଗ୍ରେସ ବିଧାୟକ ଥିବା ମନୋଜ ରାଓ୍ବତଙ୍କ ଗନମ୍ୟାନ୍ ଓ ଅନ୍ୟ ଲୋକଙ୍କ ଉପରେ କିଛି ଆକ୍ରମଣକାରୀ ପେଟ୍ରୋଲ ପକାଇ ପୋଡି ମାରିଦେବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ପୋଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି। ବିଧାୟକଙ୍କ କହିବା ଅନୁସାରେ ବେଆଇନ ମଦ ବ୍ୟବସାୟରେ ଲିପ୍ତ ଥିବା ଲୋକମାନେ ତାଙ୍କୁ ଷଡଯନ୍ତ୍ର କରି ମାରିଦେବାକୁ ଚେଷ୍ଟା କରିଥିଲେ।

ମିଳିଥିବା ଖବର ଅନୁସାରେ, ବିଧାୟକ ମନୋଜ ରାଓ୍ବତ ଗତ ବୁଧବାର ରାତିରେ ରହଣୀ ପାଇଁ ବାଡଓ୍ବ ନାମକ ଏକ ଗାଁରେ ପହଁଞ୍ଚିଥିଲେ। ସେଠାରେ ସେ ଯୋଗେମ୍ବର ସିଂଙ୍କ ଘରେ ରହିଥିଲେ। ସେତେବେଳେ ମଦ ନିଶାରେ ଥିବା କିଛି ଲୋକଙ୍କ ସହିତ ତାଙ୍କର କଥା କଟାକଟି ହୋଇଥିଲା। ଶୁକ୍ରବାର ସକାଳେ ସେ ଯେତେବେଳେ ପ୍ରାତଃ ଭ୍ରମଣରେ ଯାଇ ଗାଁର ଏକ ପ୍ରାଥମିକ ସ୍କୁଲ ନିକଟରେ ପହଁଞ୍ଚିଥିଲେ ସେଠାରେ ସେହି ଲୋକମାନେ ତାଙ୍କୁ ଖରାପ ବ୍ୟବହାର କରିଥିଲେ।

ବିଧାୟକ ସେଠାରୁ ଚାଲିଆସି ସକାଳ ୧୧ଟା ବେଳେ ରାଜକୀୟ ହାଇସ୍କୁଲରେ ପହଁଞ୍ଚି ସ୍କୁଲର ଶିକ୍ଷକଙ୍କ ସହ କଥା ହେଉଥିବା ବେଳେ କିଛି ଲୋକ ସେଠାରେ ପହଁଞ୍ଚି ତାଙ୍କୁ ଆକ୍ରମଣ କରିଥିଲେ। ବିଧାୟକଙ୍କ ଗନମ୍ୟାନ ଆକ୍ରମଣକାରୀ ହାତରୁ ପେଟ୍ରୋଲ କେନ୍ ଛଡାଇ ନେବାପରେ ଆକ୍ରମଣକାରୀ ଜଣକ ସେଠାରୁ ଖସି ପଳାଇଥିଲା। ଉଲ୍ଲେଖନୀୟ ଯେ,ବିଧାୟକ ମନୋଜ ରାଓ୍ବତ  ବେଆଇନ ମଦ କାରବାରୀଙ୍କ ବିରୋଧରେ ଲଗାତାର ଭାବରେ ସ୍ବର ଉତ୍ତୋଳନ କରି ଆସୁଛନ୍ତି। ତେଣୁ ଏହି ବ୍ୟବସାୟ କରୁଥିବା ଲୋକମାନେ ତାଙ୍କୁ ହତ୍ୟା କରିବାକୁ ଏଭଳି ଷଡଯନ୍ତ୍ର କରିଥିଲେ। ଏହି ଘଟଣା ପରେ ବିଧାୟକଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି।

   ସମ୍ବନ୍ଧିତ ଖବର


ଅନ୍‌ଲକ୍-୫ ଗାଇଡ୍‌ଲାଇନ୍‌ ଜାରି -୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ

ଟ୍ରେନିଂ ଦେବା ବାହାନାରେ ନାବାଳିକାଙ୍କୁ ନେଇ କରୁଥିଲେ ଏମିତି କାମ…ଧରାପଡ଼ିଲେ ଆଶାକର୍ମୀ

ଦିବ୍ୟାଙ୍ଗ ଯୁବତୀ ୮ମାସର ଗର୍ଭବତୀ – ଦୁଷ୍କର୍ମ କରିଥିବା ବିବାହିତ ଯୁବକ ଫେରାର

ନିଖୋଜ ମହିଳା ୨ ବର୍ଷ ପରେ ମିଳିଲେ – ସମୁଦ୍ରରେ ଭାସୁଥିଲେ, ମାଛ ଧରାଳି କଲେ ଉଦ୍ଧାର

ସୁଇସାଇଡ୍ ଜ୍ୟାକେଟ୍ ତିଆରି କରିବାର ଭିଡିଓ ଡାଉନଲୋଡ୍ କରି ଛାତ୍ର ଗିରଫ, ମିଳିଲା ୫ ବର୍ଷର ଜେଲଦଣ୍ଡ

ଅକ୍ଟୋବର ୪ରେ ହେବ ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା