ଭୋଟର ତାଲିକାରେ ନାମ ନ ଥିବାରୁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ମୋହନା,୨୦।୧ ଭୋଟର ତାଲିକlରେ ନାମ ନଥିବା ଯୋଗୁଁ ମୋହନା ପଞ୍ଚାୟତ କାର୍ଯ୍ୟାଳୟ ଧନୁପଙ୍କ ଗ୍ରାମବାସୀ ଘେରାଉ କରିଛନ୍ତି । ଭୋଟର ତାଲିକାରେ ନାମ ନଥିବା ହେତୁ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ମଧ୍ୟ ଦାଖଲ କରି ପାରୁ ନାହାଁନ୍ତି । ଜିଲ୍ଲା ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ କୌଣସି ପ୍ରକାର ସନ୍ତୋଷ ଜନକ ଉତ୍ତର ମିଳୁ ନାହିଁ। ଗତ ୪ ଦିନ ହେଲା ସେମାନେ ବିଡ଼ିଓଙ୍କୁ ଜଣାଇଥିଲେ ମଧ୍ୟ ଉତ୍ତର ମିଳୁନାହିଁ । ଯାହା ଫଳରେ ମୋହନା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ଧାରଣା ଦେଇଛନ୍ତି ।