PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଛାତ୍ରୀଙ୍କୁ କମେଣ୍ଟ ମାରି ଯୁବକ ହଟହଟା: ଚପଲରେ ପିଟି ପୁଲିସ ଜିମା ଦେଲେ ଛାତ୍ରୀଙ୍କ ‘ମା’

ରଣପୁର ୧୮/୧୨: ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ କମେଣ୍ଟ ମାରି ଜଣେ ଯୁବକ ହରଡ଼ଘଣାରେ ପଡ଼ିଛି । ଛାତ୍ରୀଙ୍କ ମା’ ସଂପୃକ୍ତ ଯୁବକକୁ କାବୁ କରିବା ସହ ତାକୁ ଚପଲରେ ପିଟି ପିଟି ପୁଲିସ ଜିମା ଦେଇଥିବା ଜଣାଯାଇଛି ।

ସୂଚନା ଯୋଗ୍ୟ ଯେ, ରଣପୁର ଅଞ୍ଚଳର ଏକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ସ୍କୁଲ ଯିବା ବାଟରେ ଜଣେ ଯୁବକ କମେଣ୍ଟ କରି ଆସୁଥିଲା । ଏଥିରେ ଅତିଷ୍ଠ ହୋଇ ଛାତ୍ରୀ ତାଙ୍କ ମା’ଙ୍କୁ ଜଣାଇଥିଲେ । ସଂପୃକ୍ତ ଯୁବକକୁ ପାନେ ଦେବା ପାଇଁ ଆଜି ଛାତ୍ରୀଙ୍କ ମା’ ବାଟରେ ଛପି ରହିଥିଲେ । ଛାତ୍ରୀ ଜଣକ ସେହି ବାଟ ଦେଇ ଯିବା କ୍ଷଣି ସଂପୃକ୍ତ ଯୁବକ ତାଙ୍କୁ କମେଣ୍ଟ ମାରିବା ଆରମ୍ଭ କରିଥିଲା । ଏହି ସମୟରେ ମହିଳା ଜଣକ ଛପିବା ଜାଗାରୁ ବାହାରି ଆସି ସଂପୃକ୍ତ ଯୁବକକୁ କାବୁ କରିବା ସହ ତାକୁ ଚପଲରେ ପିଟି ପିଟି ଥାନା ପର୍ଯ୍ୟନ୍ତ ନେଇଥିଲେ । ଥାନା ଅଧିକାରୀ ରଶ୍ମିରଂଜନ ଦାସ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଜଣକ ପୂର୍ବରୁ ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରୁଥିବା ବେଳେ ଜଣେ ମହିଳା ଏସ୍‌ଆଇଙ୍କୁ ତାଙ୍କ ଭଡ଼ାଘରେ ପଶି ଅସଦାଚରଣ କରିବା ଅଭିଯୋଗରେ ଜେଲ୍‌ ମଧ୍ୟ ଯାଇଥିଲା । ଅଭିଯୁକ୍ତର ଘର ରଣପୁର ନିକଟସ୍ଥ ରଘୁନାଥପୁର ଗ୍ରାମରେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର