ପ୍ରମୁଖ ଖବର
  • ଟାଟା ମୋଟର୍ସ ଚାକିରି ଦେବା ନାଁ ଠକଇେ ମାମଲା: ଅଦାଲତରେ ହାଜର ହେବେ ପ୍ରଦିପ ପାଣିଗ୍ରାହୀ
  • ||
  • ନିର୍ବାଚନ ଲଢ଼ିପାରିବେନି କଟକ- ବାରବାଟୀ ବିଧାୟକ ମହମ୍ମଦ ମୋକିମ୍,,ଦୋସୀ ସାବ୍ୟସ୍ତ ଉପରେ ଲାଗିନି ରୋକ୍
  • ||
  • ଶଙ୍ଖ ଭବନରେ ବର୍ଷା ପ୍ରିୟଦର୍ଶିନୀ, ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ORHDC ଦୁର୍ନୀତି ମାମଲା : ମହମ୍ମଦ ମୋକିମଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ, ଭିଜିଲାନ୍ସକୁ ନୋଟିସ୍
  • ||
  • ମାଲେସିଆରେ ନୌସେନାର ୨ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୦ ମୃତ
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁର ପୂର୍ବତନ ବିଧାୟିକା ଡ. ରାସେଶ୍ବରୀ ପାଣିଗ୍ରାହୀ
  • ||
  • ମାହାଙ୍ଗା ଡବଲ୍‌ ମର୍ଡର ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ବନ୍ୟାରେ ଭାସିଲା ଚୀନ୍‌: ବିପଦ ସଙ୍କେତ ଉପରେ ୪୪ ନଦୀ, ୪ ମୃତ, ହଜାରେରୁ ଅଧିକ ସ୍କୁଲ ବନ୍ଦ
  • ||
  • ଆଇପିଏଲରେ ସୁପର କିଙ୍ଗ୍‌ସ- ସୁପର ଜାଏଣ୍ଟ୍‌ସ ମଧ୍ୟ ଲଢ଼େଇ, ପୂର୍ବ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ CSK
  • ||
  • ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଜି ସୁପ୍ରିମକୋର୍ଟରେ ମହମ୍ମଦ ମୋକିମ୍‌ଙ୍କ ଭାଗ୍ୟ ପରୀକ୍ଷା
  • ||
  • ହେ ପ୍ରଭୁ! ରକ୍ଷା କର..ଆହୁରି ଭୟାନକ ହେବ ଗ୍ରୀଷ୍ମ ପ୍ରବାହ, ୨୬ରେ ତାତିର ବିସ୍ଫୋରଣ ଆଶଙ୍କା
  • ||

ଭିମସାର୍‌ ଅଚଳ ! କ୍ୱାରେଣ୍ଟାଇନ୍‌ରେ ଗଲେ ୭୦ ଡାକ୍ତର, ମେଡିସିନ୍ ବିଭାଗ‌ ଓପିଡି ୭ ଦିନ ବନ୍ଦ

ବୁର୍ଲା,୦୬/୦୮: ଭିମସାରରେ ଗତ ମଙ୍ଗଳବାର ୯ ଜଣ ଡାକ୍ତର ଆକ୍ରାନ୍ତ ହେବା ପରେ ଏହି ବଡ ମେଡିକାଲ ଏକପ୍ରକାର ଅଚଳ ହୋଇଯାଇଛି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୭୦ ଡାକ୍ତରଙ୍କୁ କ୍ୱାରେଣ୍ଟାଇନ୍‌ରେ ପଠାଇ ଦିଆଯାଇଛି । ସେପଟେ, ମେଡିସିନ୍‌ ବର୍ହିବିଭାଗ (ଓପିଡି)କୁ ଆସନ୍ତା ୧୨ ତାରିଖ ଯାଏ ଅର୍ଥାତ୍‌ ସପ୍ତାହେ ପାଇଁ ବନ୍ଦ କରି ଦିଆଯାଇଛି । ବିକଳ୍ପ ବ୍ୟବସ୍ଥା ପାଇଁ ଓପିଡି କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ରୋଗୀମାନେ ମେଡିକାଲକୁ ନ ଆସି ଟେଲିମେଡିସିନ୍‌ର ସହାୟତା ନେବାକୁ ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର ଅନୁରୋଧ କରିଛନ୍ତି ।

ଗତ ୩୧ ତାରିଖ ଦିନ ବରଗଡ ଜିଲ୍ଲା ଅତାବିରା ଅଞ୍ଚଳର ଜଣେ ରୋଗୀ ବୁର୍ଲା ମେଡିକାଲ ଏଚ୍‌ଡିୟୁରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଉକ୍ତ ରୋଗୀ ଜଣକ ଏହା ପୂର୍ବରୁ ଚାରିଦିନ ଧରି ଭିମସାର୍‌ର ମେଡିସିନ୍‌ ୱାର୍ଡରେ ଚିକିତ୍ସାଧୀନ ଥିଲେ । ରୋଗୀଙ୍କ ସଂସ୍ପର୍ଶରେ ଏକାଧିକ ଡାକ୍ତର, ନର୍ସ ତଥା କର୍ମଚାରୀ ଆସିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩୯ ଜଣଙ୍କୁ କ୍ୟୁରେଣ୍ଟାଇନ୍‌କୁ ପଠାଯାଇଥିଲା । ସେଥିରୁ ଗତକାଲି ୯ଜଣ ଡାକ୍ତରଙ୍କ ସମେତ ୨ଜଣ କ୍ୟାଜୁଆଲ୍ଟି କର୍ମଚାରୀ ଏବଂ ଜଣେ ସେବିକା କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।

ଏହାପରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବିଭିନ୍ନ ବିଭାଗର ପ୍ରଫେସର, ଆସୋସିଏଟ୍‌ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ବରିଷ୍ଠ ଆବାସିକ ଡାକ୍ତର, ହାଉସ୍‌ ସର୍ଜନ ଡାକ୍ତର ଏବଂ ପିଜି ଡାକ୍ତରଙ୍କୁ ମିଶାଇ ସମୁଦାୟ ୭୦ ଜଣ ଡାକ୍ତରଙ୍କୁ ବର୍ତ୍ତମାନ କ୍ୱାରେଣ୍ଟାଇନ୍‌ରେ ପଠାଇ ଦିଆଯାଇଥିବା ନେଇ ନିର୍ଦ୍ଦେଶକ ପ୍ରଫେସର ଲଳିତ କୁମାର ମେହେର ସୂଚନା ଦେଇଛନ୍ତି । ସେଥିମଧ୍ୟରୁ ୩୮ ଜଣ ଡାକ୍ତର କେବଳ ମେଡିସିନ୍‌ ବିଭାଗର ବୋଲି ଜଣାପଡିଛି । ଏହାଛଡା ଏହି ତାଲିକାରେ ସେବିକାମାନଙ୍କ ନାମ ସାମିଲ ହୋଇନଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ପରେ ସଂଖ୍ୟା ଶତକ ଡେଇଁବ ବୋଲି ଆକଳନ କରାଯାଇଛି ।

ଅପରପକ୍ଷେ, ଆଜି ଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ସପ୍ତାହେ ଧରି ମେଡିସିନ୍‌ ବିଭାଗ ଓପିଡି ସେବା ବନ୍ଦ ରହିବ ବୋଲି ଭିମସାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏହି ସମୟ ମଧ୍ୟରେ ରୋଗୀ ମାନେ ଟେଲିମେଡିସିନ୍‌ ନଂ ୭୬୫୫୦୫୧୫୯୮, ୭୬୫୦୫୧୬୦୧ ରେ ଫୋନ୍‌ କରି ନିଜ ସମସ୍ୟା ବିଷୟରେ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇ ପାରିବେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.