PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ଭିମ୍‌ସାର୍‌ କୋଭିଡ୍‌ ସ୍ଥିତି ଭୟଙ୍କର: ନିର୍ଦ୍ଦେଶକ, ମେଡିକାଲ ଅଧୀକ୍ଷକ, ପ୍ରଶାସନିକ ଅଧିକାରୀ ସଂକ୍ରମିତ, ହୋମ୍‌ ଆଇସୋଲେସନ୍‌ରେ ଚିକିତ୍ସା ଜାରି

ବୁର୍ଲା,୧୯/୦୧: କରୋନା କବଳରେ ଭିମ୍‌ସାର୍‌ର ସମସ୍ତ ବରିଷ୍ଠ ଅଧିକାରୀ । ପ୍ରଥମେ ଡାକ୍ତରୀ ଛାତ୍ର, ଡାକ୍ତର ଏବଂ କର୍ମଚାରୀଙ୍କ ପରେ ଏବେ ସମସ୍ତ ବରିଷ୍ଠ ଅଧିକାରୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଭିମ୍‌ସାର୍‌ ନିର୍ଦ୍ଦେଶକ ପ୍ରଫେସର ଡା. ଲଳିତ କୁମାର ମେହେର ଦୁଇଦିନ ପୂର୍ବରୁ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେ ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ସାମାନ୍ୟ ଲକ୍ଷଣ ଥିବା ଡା. ମେହେର କହିଛନ୍ତି ।

ଅନ୍ୟପଟେ ମଙ୍ଗଳବାର ଅନ୍ୟତମ ଦୁଇ ଅଧିକାରୀ ମେଡିକାଲ ଅଧୀକ୍ଷକ ଡା. ଲାଲ୍‌ମୋହନ ନାୟକ ଏବଂ ମେଡିକାଲ ପ୍ରଶାସନିକ ଅଧିକାରୀ ସୁବ୍ରତ କୁମାର ନାୟକ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେମାନେ ମଧ୍ୟ ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଥାଉ କିଛିଦିନ ପୂର୍ବରୁ ଭିମ୍‌ସାର୍‌ ଅଧ୍ୟକ୍ଷା ଡା. ଜୟଶ୍ରୀ ଦୋରା ମଧ୍ୟ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇ ହୋମ୍‌ ଆଇସୋଲେସନ୍‌ରେ ରହିଛନ୍ତି । ଏହି ଅଧିକାରୀମାନେ ଗତ ୧୦ ତାରିଖ ବୁଷ୍ଟର୍‌ ଡୋଜ୍‌ ନେଇଥିଲେ । ଏହାବାଦ୍‌ ଆଜି ମେଡିକାଲରୁ ପୁଣି ୪ ଜଣ ଡାକ୍ତରଙ୍କ ସମେତ ୧୦ ଜଣ ମେଡିକାଲ କର୍ମଚାରୀ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେହିପରି ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।