ବ୍ରୋଞ୍ଜ ପଦକ ସହ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କଲେ ଭିନେଶ

ନୂଆଦିଲ୍ଲୀ,୧୮ା୯(ଏଜେନ୍ସି): କାଜାଖସ୍ତାନର ନୁର-ସୁଲତାନ ଠାରେ ଚାଲିଥିବା ବିଶ୍ୱ ରେସଲିଂ ଚାମ୍ପିଅନ୍‌ସିପ୍‌ରେ ଭାରତର ଭିନେଶ ଫୋଗଟ୍‌ ୫୩କିଲୋ ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରି ଗୌରବପୂର୍ଣ୍ଣ ଅଧ୍ୟାୟ ରଚନା କରିଛନ୍ତି । ରିପିଚେଜ ରାଉଣ୍ଡ୍‌ରେ ଅପରାଜେୟ ରହିବା ସହ ଭାରତର ପ୍ରଥମ ରେସଲର ଭାବେ ସେ ୨୦୨୦ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଆଜି ବ୍ରୋଞ୍ଜ ପଦକ ମ୍ୟାଚ୍‌ ପୂର୍ବରୁ ଭିନେଶ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିସାରିଥିଲେ । ୫୩କିଲୋ ବର୍ଗ ରିପିଚେଜ ରାଉଣ୍ଡର ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟ ସହ ଭିନେଶଙ୍କୁ ଅଲିମ୍ପିକ୍ସ ଟିକେଟ୍‌ ମିଳିଯାଇଥିଲା । ରିପିଚେଜ ରାଉଣ୍ଡର ପ୍ରଥମ ମ୍ୟାଚ୍‌ରେ ଭିନେଶ ପୂର୍ବତନ ବିଶ୍ୱ ଚାମ୍ପିଅନ୍‌ସିପ୍‌ ବ୍ରୋଞ୍ଜ ପଦକ ବିଜୟିନୀ ୟୁକ୍ରେନ୍‌ର ୟୁଲିୟା ଖାଲଭାଝିଙ୍କୁ ୫-୦ରେ ଓ ଦ୍ୱିତୀୟ ମ୍ୟାଚ୍‌ରେ ଆମେରିକାର ସାରହ ହିଲ୍‌ଡରବ୍ରାଣ୍ଡଙ୍କୁ ୮-୨ରେ ହରାଇଥିଲେ ।

ବ୍ରୋଞ୍ଜ ପଦକ ମୁକାବିଲାରେ ଭିନେଶ ଗ୍ରୀସ୍‌ର ମାରିଆ ପ୍ରେଭୋଲାରିକିଙ୍କୁ ଏକତରଫା ଭାବେ ହରାଇଥିଲେ । ମ୍ୟାଚ୍‌ ଆରମ୍ଭରୁ ଭିନେଶଙ୍କୁ ଗୋଟିଏ ପଏଣ୍ଟ ହରାଇବାକୁ ପଡ଼ିଥିଲା । ପ୍ରଥମ ପିରିୟଡ୍‌ରେ ମାରିଆ ୧-୦ରେ ଆଗୁଆ ରହିଥିଲେ । ଲଢେଇ ବେଳେ ଭିନେଶଙ୍କ ହାତ ବାଜି ମାରିଆଙ୍କ ମୁହଁରେ କ୍ଷତ ସୃଷ୍ଟି ହୋଇଥିଲା । ଫଳରେ ମାରିଆଙ୍କୁ ଗୋଟିଏ ପଏଣ୍ଟ ମିଳି ଯାଇଥିଲା । ଏହାପରେ ମାରିଆ ରକ୍ଷଣାତ୍ମକ ଶୈଳୀ ଆପଣେଇଥିଲେ । ଭିନେଶଙ୍କୁ ପଏଣ୍ଟ ହାତେଇବାକୁ ସୁଯୋଗ ଦେଇ ନଥିଲେ । ହେଲେ ଭିନେଶ ଚତୁରତାର ସହ ମାରିଆଙ୍କୁ ତଳେ ପକାଇ ଏକସଙ୍ଗେ ୪ ପଏଣ୍ଟ ହାତେଇଥିଲେ । ଭିନେଶଙ୍କ କବ୍‌ଜାରୁ ମାରିଆ ମୁକୁଳି ପାରି ନଥିଲେ । ୪-୧ ପଏଣ୍ଟ ବ୍ୟବଧାନରେ ଭିନେଶ ବିଜୟ ହାସଲ କରିଥିଲେ ।

   ସମ୍ବନ୍ଧିତ ଖବର


ମହିଳା ଟେନିସ୍‌ ତାରକା ‌ ସିମୋନା ହାଲେପଙ୍କୁ କରୋନା

ବସ୍‌ ତୁମକୁ କେବେ ୧୦୦ କରିବାକୁ ଦେବିନି, ୭ ବର୍ଷ ତଳେ ଏମିତି ପ୍ରତିଜ୍ଞା କରିଥିଲେ ଜୋଫ୍ରା ଆର୍ଚର; ଆଉ ଆଇପିଏଲରେ ତାହା କରି ଦେଖାଇଲେ

ଆଜି ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ମଧ୍ୟରେ କଡ଼ା ଟକ୍କର

ISL‌-7 ପାଇଁ କ୍ରୀଡ଼ାସୂଚୀ ଘୋଷଣା: ଉଦ୍‌ଘାଟନୀ ମ୍ୟାଚ୍‌ରେ ହାଇଦ୍ରାବାଦକୁ ଭେଟିବ ଓଡ଼ିଶା, ଏଥର ସିଜନରେ ୧୧୫ଟି ମ୍ୟାଚ୍‌ ଖେଳାଯିବ

‘ମୋ ପରିବାର ଲୋକ ମୋତେ ଗ୍ରହଣ କରୁ ନାହାନ୍ତି’: ଦୂତି

IPL-2020: ଆଜି ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା, ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିବାକୁ ଶକ୍ତି ଖଟାଇବ ‘କ୍ୟାପିଟାଲ୍ସ ‘