PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

PoK ନିର୍ବାଚନ: ଇମ୍ରାନଙ୍କ ଦଳ ପକ୍ଷରୁ ହିଂସାକାଣ୍ଡ,ବିରୋଧୀ କହିଲା ଆମେ ଭାରତକୁ ଡକାଇବୁ ,ତୁମଠାରୁ ସେ …

https://navbharattimes.indiatimes.com

ନୂଆଦିଲ୍ଲୀ,୨୬।୭: ପିଓକେର ୪୫ ଟି ବିଧାନସଭା ଆସନରେ ଆଜି ପାକିସ୍ତାନୀ ସରକାର  ଅବୈଧ ଭାବରେ ମତଦାନ କରୁଛନ୍ତି। ଏହି ମୁକାବିଲା ଇମ୍ରାନ ଖାନ୍‌ଙ୍କ ଦଳ ପିଟିଆଇ ଓ ନଓ୍ବାଜ ସରିଫଙ୍କ ପାର୍ଟି ପାକିସ୍ତାନ ମୁସଲିମ ଲିଗ୍-ନଓ୍ବାଜ(ପିଏମଏଲ-ଏନ୍) ଓ ବିଲାଓ୍ବଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲସ୍ ପାର୍ଟି(ପିପିପି) ମଧ୍ୟରେ ମନେ କରାଯାଉଛି। ରିପୋର୍ଟ ରହିଛି ଯେ, କ୍ଷମତା ଓ ପ୍ରଶାସନ ବଳରେ ଇମ୍ରାନ୍ ଖାନଙ୍କ ପାର୍ଟିର କାର୍ଯ୍ୟକର୍ତ୍ତା ବହୁ ପୋଲିଂ ଷ୍ଟେସନରେ ଅବୈଧ ଭାବରେ କବଜା କରିବାର ଚେଷ୍ଟା କରୁଥିଲେ।

ପିଓକେରେ ନିର୍ବାଚନ ବେଳେ ପ୍ରଶାସନ ଓ ଇମ୍ରାନ୍‌ଙ୍କ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ  ଅତ୍ୟାଚାରରେ ଅତିଷ୍ଟ ହୋଇ ନଓ୍ବାଜ ସରିଫ୍‌ଙ୍କ ପାର୍ଟିର ପାର୍ଥୀ ଇସ୍ମାଇଲ ଗୁଜ୍ଜର ଭାରତକୁ ଡକାଇବାର କଥା କହିଥିଲେ। LA 35 ନିର୍ବାଚନ କ୍ଷେତ୍ରରେ ନିର୍ବାଚନ ଲଢୁଥିବା ଇସ୍ମାଇଲ କହିଛନ୍ତି ସରକାରଙ୍କ ହିଂସା ଉପରେ ରୋକ ଲଗାଇବା ଦରକାର ନହେଲେ ସ୍ଥିତି ଖରାପ ହୋଇଯିବ। ଯଦି ଏପରି ନହୁ, ତେବେ ଲୋକ ମରିବେ। କ’ଣ ଆମକୁ ନିର୍ବାଚନ ଲଢିବାର ହକ୍ ନାହିଁ। ଯଦି ଏଭଳି ସ୍ଥିତି ରୁହେ ତେବେ ଭାରତକୁ ଡକାଇବି। ଆପଣଙ୍କଠାରୁ ସେ ଭଲ। ସେ ଅତି କମ୍‌ରେ ଏଭଳି କାମ କରେନ, ଯାହା ଆପଣ କରିଛନ୍ତି।

ପିଓକେର କୋଟଲି ଜିଲ୍ଲାରେ ଏକ ମତଦାନ କେନ୍ଦ୍ରରେ ପିପିପି କର୍ମୀଙ୍କ ସହିତ ସଂଘର୍ଷରେ ପିଟିଆଇର ଅତିକମ୍‌ରେ ଦୁଇଜଣ କର୍ମୀଙ୍କର ମୃତ୍ୟୁ ହୋଇଥିଲା। ପୋଲିସର କହିବା ଅନୁସାରେ, କୋଟଲିର  ଚାରହୋଇରେ ନାର ଥାନା ଏକ ଏକ ମତଦାନ କେନ୍ଦ୍ରରେ ଅଜଣା ବ୍ୟକ୍ତିମାନେ ପିଟିଆଇର ଦୁଇକର୍ମୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ନାର ପୋଲିସ ଷ୍ଟେସନ୍‌ର ଜଣେ ଅଧିକାରୀ ମହମ୍ମଦ ଶବିର ମୃତକଙ୍କ ଚିହ୍ନଟ ୪୦ ବର୍ଷୀୟ ଜହିର ଅହମ୍ମଦ ଓ ୫୦ ବର୍ଷୀ ରମଜାନ ରୂପରେ କରିଛନ୍ତି।

ସମ୍ବନ୍ଧିତ ଖବର