ତିନି ଆକ୍ରମଣକାରୀ ମୃତ ଓ ୬୦ ପୋଲିସକର୍ମୀ ଆହତ : ଦୁଇଟି ଥାନାରେ କର୍ଫ୍ୟୁ ପରେ ୧୧୦ରୁ ଅଧିକ ଗିରଫ

ବେଙ୍ଗାଲୁର,୧୨।୮: ଏକ ଆପତ୍ତିଜନକ ଫେସବୁକ୍ ପୋଷ୍ଟକୁ ନେଇ ବେଙ୍ଗାଲୁରରେ  ମଙ୍ଗଳବାର ରାତିରେ ମଧ୍ୟ ରାତିରେ ହୋଇଥିଲା ହିଂସାକାଣ୍ଡ। ଏଥିପାଇଁ ଉପଦ୍ରବକାରୀମାନେ ଏକ ପୋଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଥିଲେ। ଶେଷରେ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ପୋଲିସକୁ ଫାୟାରିଂ କରିବାକୁ ପଡିଥିଲା। ଏଥିରେ ୩ ଜଣ ଉପଦ୍ରବକାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ପୋଲିସକର୍ମୀ ଆହତ ହୋଇଛନ୍ତି। ସେମାନଙ୍କ ଭିତରେ ଆଡିସନାଲ ପୋଲିସ କମିଶନର ରହିଛି। ପୋଲିସର ସୂଚନା ଅନୁସାରେ, ପ୍ରାୟ ୨୦୦ ରୁ ୨୫୦ଟି ଗାଡିକୁ ଉପଦ୍ରବକାରୀମାନେ ନିଆଁ ଲଗାଇ ପୋଡି ଦେଇଛନ୍ତି।

ଏହି ହିଂସାକାଣ୍ଡ ଡିଜି ହଲ୍ଲି ଓ କେଜି ହଲ୍ଲି ପୋଲିସ ଷ୍ଟେସନ୍ ଅଞ୍ଚଳରେ ହୋଇଥିଲା। ଏବେ ସେଠାରେ କର୍ଫ୍ୟୁ ଲଗାଇ ଦିଆଯାଇଛି। ସେଭଳି ବେଙ୍ଗାଲୁରରେ ୧୪୪ ଧାରା ଜାରି କରାଯାଇଛି।  ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଟୁଇଟ୍ କରି ହିଂସାକାଣ୍ଡକୁ କଡା ନିନ୍ଦା କରିଛନତି। ସେ କହିଛନ୍ତି, ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଗଣମାଧ୍ୟମ କର୍ମୀ, ପୋଲିସ ଓ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିବା ଠିକ୍ ନୁହେଁ। ଆମେ ଏହାକୁ ବରଦାସ୍ତ କରିବୁ ନାହିଁ। ଲୋକମାନେ ଶାନ୍ତି ବଜାୟ ରଖନ୍ତୁ।

ଉଲ୍ଲେଖନୀୟ ଯେ, ବେଙ୍ଗାଲୁରରେ ହାଲି ପୋଲିସ ଷ୍ଟେସନ୍ ଅଞ୍ଚଳରେ ଏହି ଘଟଣା ଘଟିଥିଲା। କଂଗ୍ରେସ ବିଧାୟକଙ୍କ ପୁତୁରାଙ୍କ ଫେସବୁକ   ପୋଷ୍ଟକୁ ନେଇ କିଛି ଲୋକ ଆପତ୍ତି ପ୍ରକାଶ କରିଥିଲେ। ସେମାନେ ଅଭିଯୋଗ କରିବାକୁ ପୋଲିସ ଷ୍ଟେସନ୍ ଆସିଥିଲେ। କିନ୍ତୁ ପୋଲିସ ନିଜ ଢଙ୍ଗରେ ମାମଲାର ସମାଧାନ କରିବାକୁ କହିଥିଲା। ଏହାପରେ କିଛି ଲୋକ ପୋଲିସ ଷ୍ଟେସନ ବାହାରେ ରୁଣ୍ଡ ହୋଇ ନାରାବାଜି କରିବା  ଆରମ୍ଭ କରିଦେଇଥିଲେ ଭଙ୍ଗାରୁଜା ଓ ଆକ୍ରମଣ। ପୋଲିସ ଷ୍ଟେସନ୍ ଉପରକୁ ପଥରମାଡ କରିଥିଲେ। ଏହାସହିତ ବିଧାୟକଙ୍କ ଘରକୁ ମଧ୍ୟ ଟାର୍ଗେଟ କରିଥିଲେ। ଏହି ମାମଲାରେ କଂଗ୍ରେସ ବିଧାୟକଙ୍କ ପୁତୁରା ସଫେଇ ଦେଇ କହିଛନ୍ତି, ତାଙ୍କର ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ସେ କୌଣସି ଧର୍ମକୁ ନେଇ କିଛି ବି ଆପତ୍ତିଜନକ ଟିପ୍ପଣୀ ଦେଇ ନାହାନ୍ତି।

   ସମ୍ବନ୍ଧିତ ଖବର


ଓଲା, ଉବର ପାଇଁ ନୂଆ ଗାଇଡ୍‌ଲାଇନ ଜାରି: କ୍ୟାବ୍‌ ଡ୍ରାଇଭର ପାଇବେ ୮୦% ଭଡ଼ା, ମୋଟ ଭଡ଼ାର ୨୦% ରଖିପାରିବେ ଆଗ୍ରିଗେଟର

ବଢିଲା ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସମ୍ଭାବନା, ଇରାନ ପରମାଣୁ ବୈଜ୍ଞାନିକଙ୍କ ହତ୍ୟାକୁ ନେଇ ବଢୁଛି ବିବାଦ…

୭ ପାକିସ୍ତାନୀ କ୍ରିକେଟର କରୋନା ସଂକ୍ରମିତ, ନ୍ୟୁଜିଲାଣ୍ଡ ସରକାରଙ୍କ ଚେତାବନୀ-ଏବେ ନିୟମ ଭାଙ୍ଗିଲେ ପଠାଇଦେବୁ

ବମ୍ବେ ହାଇକୋର୍ଟରେ କଙ୍ଗନାଙ୍କୁ ସଫଳତା ପରେ ବିଏମସି ମେୟର ଦେଲେ ବିବାଦୀୟ ମନ୍ତବ୍ୟ, କହିଲେ ଅଭିନେତ୍ରୀ “ଦୁଇ ଟଙ୍କାର ଲୋକ”…

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି