ପୁଣି ଅଶାନ୍ତ ପଶ୍ଚିମବଙ୍ଗ: ମତଦାନ ବେଳେ ବିଜେପି ପ୍ରାର୍ଥୀ ଭାରତୀ ଘୋଷଙ୍କୁ ମାଡ଼, ନିର୍ବାଚନ ପୂର୍ବରୁ ବିଜେପି କର୍ମୀଙ୍କୁ ହତ୍ୟା

ନୂଆଦିଲ୍ଲୀ,୧୨।୫:. ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ରବିବାର ୭ଟି ରାଜ୍ୟରେ ୫୯ଟି ଆସନ ପାଇଁ ମତଦାନ ଜାରି ରହିଛି । ସେହିପରି ପଶ୍ଚିମବଙ୍ଗରେ ୮ଟି ଆସନ ପାଇଁ ମତଦାନ ଚାଲିଛି। ଭୋଟିଂ ସମୟରେ ଆଜି ବିଜେପି ପ୍ରାର୍ଥୀ ଭାରତୀ ଘୋଷଙ୍କୁ ପୋଲିଂ ବୁଥରେ ତୃଣମୂଳ କଂଗ୍ରେସ କର୍ମୀମାନେ ମାଡ ମାରିବା ସହ ତାଙ୍କୁ ତଳେ ପକାଇ ଦେଇଥିଲେ। ତାଙ୍କର ଗାଡି ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ଭାରତୀ ଘୋଷଙ୍କୁ କାନ୍ଦୁଥିବାର ଦେଖିବାକୁ ମିଳିଥିଲା।ସେଭଳି ଅନ୍ୟପକ୍ଷେ ବାଙ୍କୁରାରେ ପୋଲିଂ ବୁଥ ନମ୍ବର ୨୫୪ରେ ବିଜେପି ଓ ଟିଏମସି ସମର୍ଥଙ୍କ ଭିତରେ ଦେଖିବାକୁ ମିଳିଥିଲା ସଂଘର୍ଷ। ବିଜେପି ମୁଖ୍ୟ ଦିଲ୍ଲୀର ଘୋଷଙ୍କ କନଭୟ ଉପରକୁ ଆକ୍ରମଣ ହୋଇଥିବାର ସୂଚନା ମିଳିଛି।

ସବୁଥର ଭଳି ଏଥର ମଧ୍ୟ  ମତଦାନ ଆରମ୍ଭ ହେବା ପୂର୍ବରୁ   ପଶ୍ଚିମବଙ୍ଗ​‌ରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ପଶ୍ଚିମବଙ୍ଗରେ ପୁଣିଥରେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଛି।   ପୂର୍ବରୁ ରାଜ୍ୟରେ ଭିନ୍ନ ଭିନ୍ନ ଘଟଣାରେ  ବିଜେପିର ୩ କର୍ମୀଙ୍କ ଉପରେ  ଆକ୍ରମଣ ହୋଇଛି। ଏହି ସମୟରେ ଜଣେ କର୍ମୀଙ୍କର ମୃତ୍ୟୁ ଘଟିଛି। ସେଭଳି ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ବିଜେପିର ଏକ ବୁଥ୍ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ହତ୍ୟାକାଣ୍ଡ ପଶ୍ଚିମବଙ୍ଗର ଝାରଗ୍ରାମରେ ଘଟିଛି । ମୃତକଙ୍କ ନାମ ହେଉଛି ରମନ ସିଂହ ।  

   ସମ୍ବନ୍ଧିତ ଖବର


ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

Truecaller ଭଳି ଆପ୍ ଲଞ୍ଚ୍ କରିବ ଗୁଗଲ, ରହିବ ଏହି ସବୁ ଫିଚର୍ସ

ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…