PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଦିଲ୍ଲୀ: ନାଗରିକତା ଆଇନ ବିରୁଦ୍ଧରେ ଜାମିୟାରେ ହିଂସା; ୩ ବସ୍ ଜଳିଲା, ଅଗ୍ନିଶମ ବାହିନୀ ଉପରକୁ ଆକ୍ରମଣ

ନୁଆଦିଲ୍ଲୀ ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ଉତ୍ତରପୂର୍ବ ଓ ପଶ୍ଚିମବଙ୍ଗ ପରେ ଏବେ ରାଜଧାନୀ ଦିଲ୍ଲୀର ଜାମିୟା ଓ ଶାହିନ ବାଗ ଅଞ୍ଚଳରେ ମଧ୍ୟ ହିଂସା ଦେଖିବାକୁ ମିଳିଛି । ଏଠାରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ବିକ୍ଷୋଭ ପ୍ରଦର୍ଶନକାରୀ ୩ଟି ବସକୁ ଜାଳିଦେଇଛନ୍ତି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ୪ ଗାଡି ଘଟଣାସ୍ଥଳରେ ପହଞ୍ଚିବା ତାଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ବିକ୍ଷୋଭକାରୀ ।

ଜାମିୟା ମିଲିୟା ଇସ୍ଲାମିୟା ୟୁନିଭର୍ସିଟି ଅଞ୍ଚଳରେ ଉଗ୍ର ପ୍ରଦର୍ଶନକାରୀ ବିହାର-କାଲିନ୍ଦୀ କୁଞ୍ଜ ରୋଡକୁ ବନ୍ଦ କରିଛନ୍ତି । ପ୍ରଦର୍ଶନକାରୀ ପ୍ରାଇଭେଟ୍ ଯାନ ବାହନ ସହିତ ସରକାରୀ ସମ୍ପତ୍ତିକୁ ମଧ୍ୟ ଅନେକ କ୍ଷତି ପହଞ୍ଚାଇଛନ୍ତି । ସୂଚନା ମିଳିବା ପରେ ଘଟଣାସ୍ଥଳରେ ସୁରକ୍ଷାବଳ ନିୟୋଜିତ କରାଯାଇଛି । ପୋଲିସ ଅଧିକାରୀ ହିଂସା ପ୍ରଦର୍ଶନକାରୀଙ୍କୁ ଆଇନକୁ ହାତକୁ ନନେବା ପାଇଁ ଅପିଲ୍ କରିଛନ୍ତି ।

ସମ୍ବନ୍ଧିତ ଖବର