PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ଜିଲ୍ଲାରେ ୧୯ ତାରିଖରୁ ବନ୍ଦ ରହିବ ସବୁ ଅଙ୍ଗନବାଡ଼ି କେନ୍ଦ୍ର, ଟ୍ୱିଟ୍‌ କରି ସୂଚନା ଦେଲେ ଜିଲ୍ଲାପାଳ ଜ୍ଞାନ ଦାସ
  • ||
  • କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଗାଇଡ୍ ଲାଇନ୍ ଜାରି କଲେ ଏସ୍ଆରସି- କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଶ୍ରଦ୍ଧାଳୁ
  • ||
  • ଏସ୍‌ସିବିରୁ ହାଇଦର ଫେରାର ଘଟଣାରେ ୩ଅଭିଯୁକ୍ତ ଗିରଫ , ୨ ଜଣ ଯୁବକ ଓ ଜଣେ ଯୁବତୀ ଗିରଫ
  • ||
  • ୨୦ ଜିଲ୍ଲାର ସହରରେ ଆଜି ୯ଟାରୁ ଆରମ୍ଭ ହେଲା ନାଇଟ୍ କର୍ଫ୍ୟୁ, ସବୁ ସହରରେ ପୁଲିସର କଡ଼ାକଡ଼ି ଯାଞ୍ଚ
  • ||
  • କୋଭିଡ୍ ସ୍ଥିତିର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବୈଠକରେ ବରିଷ୍ଠ ଅଧିକାରୀ ଉପସ୍ଥିତ
  • ||
  • ବିଷ ପିଇଥିବା ମହିଳାଙ୍କର ଭଦ୍ରକରୁ କଟକ ଯିବା ବାଟରେ ଭଣ୍ଡାରିପୋଖରୀ ନିକଟରେ ମୃତ୍ୟୁ
  • ||
  • ଆଜି ଭୁବନେଶ୍ୱରରୁ ୪୫୧ କରୋନା ପଜିଟିଭ୍ ଆକ୍ରାନ୍ତ, କ୍ୱାରେନଣ୍ଟାଇନ୍ କଣ୍ଟାକ୍ଟରୁ ୯୧, ଲୋକାଲ୍ କଣ୍ଟାକ୍ଟ ୩୬୦ ଚିହ୍ନଟ
  • ||
  • ବ୍ୟାରେଜ୍‌ ନିର୍ମାଣ ନେଇ ଆନ୍ଧ୍ରକୁ ସହଯୋଗ କରାଯାଉ – ନବୀନଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଚିଠି
  • ||
  • କୋଭିଡ୍‌ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ କରିବେ ସମୀକ୍ଷା , ରାତି ୮ଟାରେ ବୈଠକ ଡାକିଲେ ମୋଦି , ଟିକାକରଣ ନେଇ ମଧ୍ୟ କରିପାରନ୍ତି ସମୀକ୍ଷା , ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ରହିବେ ଉପସ୍ଥିତ
  • ||
  • ଆସିକାରୁ ପୋଲସରା ଯାଉଥିବା ମିନି ବସ୍ କବିସୂର୍ଯ୍ୟନଗର ଥାନା ନିକଟରେ ଓଲଟି ପ୍ରାୟ ୧୦ ଗୁରୁତର
  • ||
  • ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ପ୍ରେସ୍‌ମିଟ୍ – ଆଜି ରାତି ୯ଟାରୁ ଟ୍ୱିନ୍‌ ସିଟିରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ , କଟକଣା ପାଳନ କରିବାକୁ ଲୋକଙ୍କ କଲେ ନିବେଦନ
  • ||
  • ଦେଶରେ କୋଭିଡ୍‌ ଟିକାର ଅଭାବ ନାହିଁ – ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
  • ||
  • ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ, ଚା’ ପିଉଥିଲା ବେଳେ ହଠାତ ଟଳି ପଡିଲେ ଯୁବକ
  • ||
  • ନନ୍ଦପୁର: ଗାଁ ବନ୍ଧରେ ବୁଡ଼ି କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଶାଶୁଙ୍କ ଦେହାନ୍ତ
  • ||
  • ପାରଦୀପ: ପାରଦୀପ ମାଛଧରା ବନ୍ଦରରୁ ମାଛ ଧରା ଡଙ୍ଗା ଚୋରି, ଡଙ୍ଗା ଥିଲା ୧୦ ଲକ୍ଷ ଟଙ୍କା
  • ||
  • କଟକ: ନୂଆପାଟଣା ବାଲିଘାଟକୁ ନେଇ ଏନଜିଟିଙ୍କ କଡା ଆଦେଶ, ଯେଉଁ ଏସ୍କାଭେଟରରେ ବାଲି ଖନନ ହୋଇଥିଲା ସେ ସବୁ ମେସିନକୁ ଜବତ କର
  • ||
  • କଟକ: ରେଭେନ୍ସାରେ ପୁଣି ଧାରଣା ଦେଲେ ଛାତ୍ରଛାତ୍ରୀ, ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ବିରୋଧ
  • ||
  • ରାୟଗଡା: ଗୁମା ଘାଟିରେ ଅଘଟଣ, ମହୁମାଛି ଆକ୍ରମଣରେ ୪ଜଣ ଆହତ
  • ||
  • ଭୁବନେଶ୍ୱର: ବେପାରୀଙ୍କ ଠାରୁ ୧୫ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର କଲା ଏସଟିଏଫ୍
  • ||
  • ସୁନ୍ଦରଗଡ଼: ଝାଡ଼ଖଣ୍ଡରୁ ଝିରପାଣି ଦେଇ ଯାଇଥିବା ରାଉରକେଲା ପ୍ରବେଶ ପଥକୁ ସିଲ କଲା ପ୍ରଶାସନ
  • ||

ମାଛ ପେଟରୁ ବାହାରିଲା ମଣିଷ ରୂପୀ ଚେହେରା ଥିବା ପିଲା, ଗୋଲ୍ ଗୋଲ୍ ଆଖି ବଢାଉଛି ଦ୍ବନ୍ଦ…

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରୁ ଅନେକ ଆଶ୍ଚର୍ଯ୍ୟଜନକ ଜିନିଷ ସାମ୍ନାକୁ ଆସିଥାଏ । ଶିଶୁର ଜନ୍ମ ସହିତ ଜଡିତ ଅନେକ ମାମଲା ମଧ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ । କିଛି ପିଲା ଏତେ ସୁନ୍ଦର ଯେ ସେମାନଙ୍କ ଉପରୁ କ୍ଷଣିକ ପାଇଁ ମଧ୍ୟ ନଜର ହଟିନଥାଏ । ତେବେ  ଦୁର୍ଭାଗ୍ୟବଶତ କିଛି ପିଲା କିଛି ବ୍ୟାଧି ସହିତ ଜନ୍ମ ହୁଅନ୍ତି । ନିକଟରେ ଇଣ୍ଡୋନେସିଆରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି ।

ଏଠାରେ ଏକ ମାଛ ମଣିଷ ପରି ଚେହେରା ଥିବା ପିଲାକୁ ଜନ୍ମ ଦେଇଛି । ସୋସିଆଲ ମିଡିଆରେ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଇଣ୍ଡୋନେସିଆର ଇଷ୍ଟ ନୁସା ତେଙ୍ଗାରା ପ୍ରଦେଶର ବାସିନ୍ଦା ୪୮ ବର୍ଷିୟ ଅବଦୁଲ୍ଲା ନୁରାନ୍ ବୃତ୍ତି ଅନୁଯାୟୀ ଜଣେ ମତ୍ସ୍ୟଜୀବୀ । ସେ ନିଜ ଜାଲରେ ଫସି ରହିଥିବା ଏକ ମାଛର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଦେଖୁ ଦେଖୁ ସାର୍କ ଶିଶୁର ଚିତ୍ର ଭାଇରାଲ ହୋଇଛି । ଏହି ଭାଇରାଲ୍ ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବାସ୍ତବରେ ଶାର୍କର ସେହି ଶିଶୁର ଚେହେରା ମନୁଷ୍ୟର ଚେହେରା ସହିତ ଠିକ୍ ମେଳ ଖାଉଥିଲା ।

ସାରା ବିଶ୍ୱରେ ଅନ୍ଧବିଶ୍ୱାସର ଅଭାବ ନାହିଁ  । ଶିଶୁ ଶାର୍କର ମାନବ ଚେହେରା ଦେଖିବାକୁ ଅବଦୁଲ୍ଲାଙ୍କ ଘର ବାହାରେ ଭିଡ଼ ଜମିଥିଲା । ତାଙ୍କୁ ପୂଜା କରିବା ପାଇଁ ଗ୍ରାମବାସୀ ଏକତ୍ରିତ ହୋଇଥିଲେ । ମତ୍ସ୍ୟଜୀବୀ ଅବଦୁଲ୍ଲା କହିଛନ୍ତି ଯେ ଏକ ଗର୍ଭବତୀ ସାର୍କ ହଠାତ୍ ତାଙ୍କ ଜାଲରେ ଫସି ରହିଥିଲା । ମାଛଟିକୁ ଘରକୁ ଆଣିବା ପରେ ସେ ତାଙ୍କ ପେଟ ଚିରିଥିଲେ ।  ସେଥିରୁ ୩ଟି ପିଲା ବାହାରକୁ ଆସିଥିଲେ |। ସେହି ପିଲାମାନଙ୍କ ମଧ୍ୟରୁ ୨ ଜଣ ସ୍ୱାଭାବିକ ହୋଇଥିବାବେଳେ ଜଣଙ୍କର ମାନବ ଚେହେରା ଥିଲା । ବେବି ସାର୍କ ମଣିଷ ଚେହେରା ପରି ଦେଖାଯାଉଥିଲା।  ତା ମୁହଁରେ ୨ଟି ଗୋଲାକାର ଆଖି ଥିଲା । ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।