ସୁଶାନ୍ତଙ୍କୁ ନେଇ ଅଙ୍କିତାଙ୍କ ବୟଫ୍ରେଣ୍ଡ ପ୍ରଥମ ଥର ମୁହଁ ଖୋଲିଲେ, ସୋସିଆଲ ମିଡିଆରେ ସେୟାର କଲେ ଏହି କଥା

ମୁମ୍ବାଇ,୧୪।୮: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେବାକୁ ଲାଗିଛି। ସୁଶାନ୍ତଙ୍କ ବାପା କେକେ ସିଂ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ପ୍ରତିଦିନ ଏହି ଘଟଣାରେ ନୂଆ ଟ୍ବିଷ୍ଟ ହେବାରେ ଲାଗିଛି। ଏବେ ଏହି ମାମଲାରେ ଆଜି ପ୍ରଥମ ଥର ପାଇଁ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କର ବର୍ତ୍ତମାନର ବୟଫ୍ରେଣ୍ଡ ଭିକ୍କି ଜୈନ ପ୍ରଥମ ଥର ସୋସିଆଲ ମିଡିଆରେ ନିଜର ନିଜର ମତ ରଖିଛନ୍ତି।

ଅଙ୍କିତାଙ୍କ ବୟଫ୍ରେଣ୍ଡ ଭିକ୍କି ଜୈନ ଇନଷ୍ଟାଗ୍ରାମରେ ସୁଶାନ୍ତଙ୍କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଆପଣ ସମସ୍ତଙ୍କୁ ଅନୁରୋଧ ୧୫ ଅଗଷ୍ଟ ସକାଳ ୧୦ଟା ବେଳେ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେୟାର ମିଟରେ ନିଶ୍ଚିତ ଭାବରେ ସାମିଲ  ହୁଅନ୍ତୁ। ଭିକ୍କିଙ୍କ ଏହି ପୋଷ୍ଟ ଉପରେ ଅଙ୍କିତା ଲୋଖଣ୍ଡେ ହାର୍ଟ ଇମୋଜି କରି କମେଣ୍ଟ ଦେଇଛନ୍ତି।  ସୁଶାନ୍ତଙ୍କ ମୃତ୍ୟକୁ ୨ ମାସ ହୋଇଥିବା ବେଳେ ଅଙ୍କିତା ତାଙ୍କୁ ମନେପକାଇ ଇମୋସନାଲ ପୋଷ୍ଟା ସେୟାର କରିଥିଲେ। ଅଙ୍କିତା ନିଜର ପୋଷ୍ଟରେ ଲୋକଙ୍କୁ ୧୫ ଅଗଷ୍ଟ ସକାଳ ୧୦ଟା ବେଳେ ଗ୍ଲୋବାଲ ପ୍ରେୟାର ମିଟରେ ସାମିଲ ହେବାକୁ ଓ ସୁଶାନ୍ତଙ୍କ ପାଇଁ ପ୍ରାର୍ଥନା କରିବାକୁ ଅପିଲ କରିଥିଲେ। ଏହା ପୂର୍ବରୁ ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କୀର୍ତ୍ତୀ ମଧ୍ୟ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପାଇଁ ପ୍ରାର୍ଥନା କରିବା ସହ ନ୍ୟାୟ ଦେବାକୁ ଅପିଲ କରିଥିଲେ।

ଉଲ୍ଲେଖନୀୟ ଯେ,ଗତ ୧୪ ଜୁନରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ବାନ୍ଦ୍ରାସ୍ଥିତ ଘରୁ ଉଦ୍ଧାର ହୋଇଥିଲା। ପ୍ରାଥମିକ ତଦନ୍ତ ପରେ  ମୁମ୍ବାଇ ପୋଲିସ କହିଥିଲା ଏହି ଆତ୍ମହତ୍ୟା। କିନ୍ତୁ ଏହି ମାମଲାରେ ସୁଶାନ୍ତଙ୍କ ବାପା କେକେ ସିଂ ପାଟନାରେ ରିୟା ଚକ୍ରବର୍ତ୍ତୀଙ୍କ ସହିତ ଅନ୍ୟ ୫ ଜଣଙ୍କ ବିରୋଧରେ ମାମଳା ରୁଜୁ କରିଥିଲେ। ଏବେ ମାମଲା ସୁପ୍ରିମକୋର୍ଟରେ ପହଁଞ୍ଚିଥିବା ବେଳେ ସିବିଆଇ ତଦନ୍ତ ଦାବି ଜୋର ଧରିଛି।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ