ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଙ୍କିତାଙ୍କ ଭିଡିଓ, ରାଗରେ ସୁଶାନ୍ତଙ୍କ ଫ୍ୟାନ୍ କହିଲେ- ୭ ବର୍ଷର…

ନୂଆଦିଲ୍ଲୀ,୨୧।୧୦: ଛୋଟ ପରଦାରୁ ଫିଲ୍ମ ଜଗତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଙ୍କିତା ଲୋଖଣ୍ଡେ ଇନଷ୍ଟାଗ୍ରାମରେ ଖୁବ୍ ଆକ୍ଟିଭ। ନିଜର ଆକାଉଣ୍ଟରେ ଲାଟେଷ୍ଟ ଫଟୋ ଓ ଭିଡିଓ ସେୟାର କରିଥାନ୍ତି। ଏହି କ୍ରମରେ ଅଙ୍କିତା ମଙ୍ଗଳବାର ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ନେଇ ୟୁଜରମାନେ ଯୋରଦାର ଭାବରେ ଟ୍ରୋଲ କରୁଛନ୍ତି। ଅଙ୍କିତାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ଅଙ୍କିତା ହେଉଛନ୍ତି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ପ୍ରେମିତା। ଦୁହିଁଙ୍କ ଭିତରେ ଦୀର୍ଘ ବର୍ଷର ପ୍ରେମ ସମ୍ପର୍କ ପରେ ହୋଇଯାଇଥିଲା ବ୍ରେକଅପ୍। ଗତ ଜୁନ୍ ମାସ ସୁଶାନ୍ତଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକ ଏବଂ ଫ୍ୟାନମାନେ ତାଙ୍କୁ ନ୍ୟାୟ ଦେବା ପାଇଁ ନିଜର ସଂଗ୍ରାମ ଜାରି ରଖିଛି। ଏଭଳି ସ୍ଥିତିରେ ଅଙ୍କିତାଙ୍କ ଏହି ଭିଡିଓ  ୟୁଜରଙ୍କୁ ଟିକେ ବି ପସନ୍ଦ ଆସିନାହିଁ। ଅଙ୍କିତାଙ୍କୁ ୟୁଜରମାନେ ଯୋରଦାର ସମାଲୋଚନା କରିଛନ୍ତି।

ଭିଡିଓରେ ଅଙ୍କିତା ବଲିଉଡର ଏକ ଗୀତ ‘ହଓ୍ବା କେ ଝୋକେଁ ଆଜ୍ ମୌସମ ସେ ରୁଠ ଗୟେ…’ ଗୀତରେ ଶାଢୀ ପିନ୍ଧା ଡ୍ୟାନ୍ସ କରୁଥିବାର ଦେଖିବାକୁ ପାଇବେ। ଏହି ଭିଡିଓ ସେୟାର କରି ଅଙ୍କିତା ନିଜର ପୋଷ୍ଟରେ ଲେଖିଛନ୍ତି, ଶାଢୀ ଡ୍ୟାନ୍ସ ଓ ସୁନ୍ଦର ଗୀତ…. କି କମ୍ବିନେସନ୍।’ ଅଙ୍କିତାଙ୍କ ଏହି ଭିଡିଓ ଦେଖି ଜଣେ ୟୁଜର ତାଙ୍କୁ କମେଣ୍ଟରେ ଲେଖିଥିଲେ କେହି କେମିତି ନିଜର ୭ ବର୍ଷର ପ୍ରେମକୁ ଭୁଲିପାରେ? ତୁମଠାରୁ ତ ଏସଏସଆରଙ୍କ ଫ୍ୟାନ୍ସ ଭଲ, ଯିଏକି ତାଙ୍କୁ ଭୁଲି ପାରିନାହାନ୍ତି, ଯେଉଁମାନେ କି ତାଙ୍କୁ ନ୍ୟାୟ ଦେଇକି ରହିବେ।’