ଚଳନ୍ତା ଅଟୋରେ ଟାୟାର ବଦଳାଇବା କେବେ ଦେଖିନଥିବେ, ଭିଡିଓ ଭାଇରାଲ

ନୁଆଦିଲ୍ଲୀ ୨୪/୯: ଆପଣ କେବେ ଟାୟାର ଚେଞ୍ଜ କରିଛନ୍ତି  ? ଯଦି କରିନାହାଁନ୍ତି ତେବେ ଟାୟାର ଚେଞ୍ଜ ହେବା ଦେଖିଥିବେ ନିଶ୍ଚୟ । ଗାଡି ପଙ୍କଚର ହୋଇଗଲେ ଗାଡିରେ ଥିବା ଅତିରିକ୍ତ ଟାୟାର(ଷ୍ଟେଫିନ୍)କୁ ଅଦଳାବଦଳା କରାଯାଏ । ତେବେ ଆପଣ କେବେ ଚଳନ୍ତା ଗାଡିର ଟାୟାର ଚେଞ୍ଜ ହେବା ଦେଖିଛନ୍ତି କି ? ଆଜ୍ଞା ହଁ । ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଥିରେ ଏକ ଚଳନ୍ତା ଅଟୋର ଟାୟାର ବଦଳାଯାଉଛି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖାଯାଉଛି ଯେ ଅଟୋରିକ୍ସାକୁ ତେରଛା କରାଯାଉଛି ଏବଂ ୨ ଟି ଚକରେ ଚଲାଉଛି ଡ୍ରାଇଭର । ଏହା ପରେ ଅଟୋରିକ୍ସାର ପଛ ସିଟରେ ବସିଥିବା ଜଣ ବ୍ୟକ୍ତି ତାର ପଛ ଚକାକୁ ଖୋଲିବା ପାଇଁ ଚେଷ୍ଟା କରୁଛି ଏବଂ ଖୋଲିଲା ପରେ ଅନ୍ୟ ଏକ ଅଟୋରେ ଜଣେ ବ୍ୟକ୍ତି ନୂଆ ଚକା ଦେଉଛି । ଏହାକୁ ସେଥିରେ ଫିଟିଂ କରାଯାଉଛି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

   ସମ୍ବନ୍ଧିତ ଖବର


ଶୁଙ୍ଘିକି କରୋନା ଭାଇରସକୁ ଚିହ୍ନଟ କରିବ କୁକୁର!ବିଶ୍ବର ଏହି ସବୁ ଦେଶ ଦେଉଛନ୍ତି ଟ୍ରେନିଂ

ପାକିସ୍ତାନର ମୁଖା ଖୋଲିଲେ ନଓ୍ବାଜ ସରିଫ୍, କହିଲେ-କାର୍ଗିଲ ଯୁଦ୍ଧ ବେଳେ ସେନା ପାଖରେ ଖାଦ୍ୟ ଓ ଅସ୍ତ୍ରଶସ୍ତ୍ର ନଥିଲା

ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ