ମାଙ୍କଡ଼ ବାଇକ୍‌ ଚଢ଼ି ଆସି ଅପହରଣ କରି ନେଇଯାଉଥିଲା କୁନି ଝିଅକୁ ! ଭିଡ଼ିଓ ଭାଇରାଲ୍

ଆମେରିକା ୫/୦୫ : ସୋସିଆଲ ମିଡ଼ିଆରେ ଏକ ଆଶ୍ଚର୍ଯ୍ୟ କଲା ଭଳି  ଭିଡ଼ିଓ  ଭାଇରାଲ ହେଉଛି। ଏକ ମାଙ୍କଡ଼ ବାଇକ୍‌ ଚଢ଼ି ଆସୁଛି ଓ  ଗଳିରାସ୍ତାରେ ବସିଥିବା ଏକ  କୁନି ଝିଅକୁ ତଳେ ଘୋଷାଡ଼ି ଘୋଷାଡ଼ି ଟାଣି ଟାଣି ନେଇଯାଉଛି । ଲୋକେ ଏହି ଘଟଣାକୁ  ‘କିଡନାପିଂ ପାଇଁ ଚେଷ୍ଟା’  ବୋଲି କହୁଛନ୍ତି ।

ଭିଡ଼ିଓରେ ନଜର ଆସୁଛି କୁନି ଝିଅଟି ଘର ବାହାରେ ବସିଥିଲା । ସେତେବେଳେ ଗୋଟିଏ  ମାଙ୍କଡ଼ ଏକ ବାଇକ୍‌ରେ ଜୋରରେ ଆସି ସେଠାରେ ପହଞ୍ଚିଥିଲା ଏବଂ ବାଇକ୍‌କୁ ତଳେ ପକାଇ ଦେଇ କୁନି ଝିଅଟିକୁ ଘୋଷାଡ଼ି ଘୋଷାଡ଼ି ନେଇଯାଉଥିଲା । ଲୋକେ ଏହା ଦେଖି ରାସ୍ତା ଉପରକୁ ଚାଲି ଆସିଥିଲେ ।ଆଉ ମାଙ୍କଡ଼ଟି କିଛି ଦୂର ଝିଅଟିକୁ ଟାଣି ଟାଣି ନେବା ପରେ ଘାବରେଇ ଯାଇ ଛାଡ଼ି ପଳାଇଥିଲା । କୁନି ଝିଅଟି ପୁଣି ଯେଉଁ ସ୍ଥାନରେ ବସିଥିଲା ସେଠିକି ଯାଇ ବସିଲା ।

ସୂଚନା ଯେ , ଏହି ଭିଡ଼ିଓଟି ଆମେରିକାର ପୂର୍ବତନ ବାସ୍କେଟ୍‌ବଲ ପ୍ଲେୟାର ରେକ୍ସ ଚ୍ୟାମ୍ପମ୍ୟାନ  ଶେୟାର  କରିଛନ୍ତି । ଭିଡ଼ିଓ ସେୟାର କରି  , ସେ କ୍ୟାପସନରେ  ଲେଖିଛନ୍ତି ,  ‘ମୋର ମନେନାହିଁ ପ୍ରଥମେ କେବେ ଏମିତି ମୁଁ ମାଙ୍କଡ଼ ବାଇକ୍‌ ଚଳାଇବା ଏବଂ ପିଲାକୁ କିଡ୍‌ନାପ୍‌ କରିବାର ଚେଷ୍ଟା କରିଥିବାର ଦେଖିଥିଲି  । ‘

ଏହି ମଜାଦର ଭିଡ଼ିଓଟିରେ ଏବ ସୁଦ୍ଧା ୪.୫ ମିଲିୟନ ଭ୍ୟୁଜ୍‌ ହୋଇଛି । ଏହାସହ ୫୮ ହଜାରରୁ ଅଧିକ ଲାଇକ୍ସ ଆସିଛି ।   

   ସମ୍ବନ୍ଧିତ ଖବର


ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟସଆପ୍‌ଠାରୁ ମଧ୍ୟ ଆହୁରି ସୁରକ୍ଷିତ

ମନ୍ତ୍ରୀ ହେବାପରେ ତେଜସ୍ବୀ ଯାଦବଙ୍କୁ ମିଳିଥିଲା ୪୨ ହଜାର ବିବାହ ପ୍ରସ୍ତାବ, ଝିଅମାନଙ୍କ ସ୍ବପ୍ନର ରାଜକୁମାର ଥିଲେ ତେଜସ୍ବୀ…

ଶ୍ରମିକ ଓ ଛୋଟ ଦୋକାନୀଙ୍କ ପାଇଁ ଖୁସି ଖବର, ସରକାର ଆଣୁଛନ୍ତି ଏହି ନୂଆ ଯୋଜନା

ବିଦେଶୀ କମ୍ପାନୀର ସେୟାରରେ ପଇସା ଲଗାଇବା ହେଲା ସହଜ, ଆଉ କରନ୍ତୁନି ବିଳମ୍ବ

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’