PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ହସ୍ପିଟାଲ ଷ୍ଟାଫ୍‌ଙ୍କ ଦାଦାଗିରି ! ଲାଠି-ଠେଙ୍ଗାରେ ରୋଗୀଙ୍କ ସଂପର୍କୀୟଙ୍କୁ ପିଟିଲେ , ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଉତ୍ତରାଖଣ୍ଡ : ଗୋଟିଏ ସାଧାରଣ କଥାକୁ ନେଇ ମହାଭାରତ । ବିବାଦ ଏତେ ବଢି ଗଲା ଯେ,  ଲାଠି –ଠେଙ୍ଗା କଥା କହିଲା । ଉପସ୍ଥିତ ଲୋକେ ଭୟଭୀତ ହୋଇଗଲେ । ଘଟଣାଟି ଉତ୍ତରାଖଣ୍ଡର ଉଧମ ସିଂହ ନଗରେ ଘଟିଛି। ଏହାକୁ ଦେଖି ଆଖପାଖରେ ଆତଙ୍କର ମାହୋଲ ସୃଷ୍ଟି ହୋଇଗଲା । ଉକ୍ତ ଘଟଣାକୁ କେହି ଜଣେ ନିଜର ମୋବାଇଲ୍‌ରେ ଲାଇଭ୍‌ କଏଦ୍‌ କରି ନେଇଥିଲେ ଏବଂ ସୋସିଆଲ ମିଡ଼ିଆରେ ଭିଡ଼ିଓ ଅପଲୋଡ୍‌ କରି ଦେଇଥିଲେ । ଏବେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଘଟଣାଟି ବୁଧବାର ଦିନ ଘଟିଥିବା କୁହାଯାଇଛି ।

Viral Video Ruckus in Hospital

ଆପଣଙ୍କୁ କହି ରଖୁଛୁ କି ଉଧମ ସିଂହନଗରର କାଶିପୁରରେ ମୁରାଦାବାଦ ରୋଡ୍‌ ସ୍ଥିତ ସହୋତା ହସ୍ପିଟାଲରେ ମାଡ଼ପିଟର ମାମଲା ସାମନାକୁ ଆସିଛି । ଜଣେ ପୀଡ଼ିତ ପରିବାରର ସଂପର୍କୀୟଙ୍କ ପୁଅ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପୀଡ଼ିତ ଜଣକ କହିଥିଲେ କି ସହୋତା ହସ୍ପିଟାଲ ବାହାରେ ପୀଡ଼ିତଙ୍କ ବାଇକ୍‌  ରଖା ହୋଇ ଥିଲା। ବାଇକ୍‌କୁ ମେଡିକାଲ ଷ୍ଟୋରର ଜଣେ ବ୍ୟକ୍ତି ନେଇଯାଇଥିଲେ ।

Viral Video Ruckus in Hospital

ପୀଡ଼ିତ ଏହାର ଅଭିଯୋଗ ବାସଫୋଡାନ ପୁଲିସ୍‌ ଛକରେ କରିଥିଲେ । ଏହି କଥାକୁ ନେଇ ସହୋତା ହସ୍ପିଟାଲର କର୍ମଚାରୀମାନେ ଓ ପୀଡ଼ିତ ପରିବାର ଲୋକଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଗଲା । ଏହି କଳି ଏତେ ବଢ଼ିଗଲା ଯେ,  ମାମଲା ମହାଯୁଦ୍ଧରେ ପରିଣତ ହୋଇଗଲା । ମାଡ଼ପିଟ୍‌ରେ ଦୁଇ ଜଣ ଲୋକଙ୍କର ମୁଣ୍ଡ ଫାଟିଗଲା । ଏବେ ଉକ୍ତ ମାମଲାରେ ପୁଲିସ୍‌ ପଞ୍ଜୀକ଼ତ କରି ନିଜର ଯାଞ୍ଚ ଆରମ୍ଭ କରିଦେଇଛି ।