ବିରାଟଙ୍କ ବଡ଼ ଭାଇଙ୍କ ସିକ୍ସ ପ୍ୟାକ୍‌ ବଡ଼ି ସୋସିଆଲ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ ୧୬-୦୩ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ନିଜର  ଫିଟ୍‌ନେସ୍‌ ପ୍ରତି ବହୁତ ଗୁରୁତ୍ୱ ଦେଇଥାନ୍ତି । ଯଦି ସେ ଗ୍ରାଉଣ୍ଡରେ ନଥାନ୍ତି ତ ଜିମ୍‌ରେ ଝାଳ ବୁହାଇବାରେ ବ୍ୟସ୍ତ ଥାନ୍ତି ।

ବିରାଟ ଅନେକ ଥର ନିଜର ଜିମ୍‌ ଭିଡ଼ିଓ ପୋଷ୍ଟ କରିଛନ୍ତି। ପ୍ରଶଂସକ ତାଙ୍କର ଭିଡିଓ ଦେଖି ମୋଟିଭେଟ୍‌ ମଧ୍ୟ ହୁଅନ୍ତି। ଆଉ ପ୍ରଶଂସା କରନ୍ତି। ଅନେକ ଥର ତାଙ୍କର ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ବିରାଟ ଏକ୍ସରସାଇଜ୍‌ କରିବାର ନଜର ଆସିଛନ୍ତି । କିନ୍ତୁ ଏହିଥର ବିରାଟ କୋହଲିଙ୍କର ବଡ଼ ଭାଇ ବିକାଶ କୋହଲି ଖବରରେ ରହିଛନ୍ତି । ସେ ଇନଷ୍ଟାଗ୍ରାମରେ ନିଜର ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ  ସେ ନିଜର ଏବ୍ସକୁ  ଦେଖାଇବାର ନଜର ଆସିଛନ୍ତି ।

ବିକାଶ କୋହଲି ଇନଷ୍ଟାଗ୍ରାମରେ ଫଟୋ ପୋଷ୍ଟକରି  କ୍ୟାପସନରେ ଲେଖିଛନ୍ତି , ‘ କାମ ଜାରି ରହିଛି …’ କହି ରଖୁଛି କି ବିକାଶ କୋହଲି ସୋସିଆଲ ମିଡ଼ିଆରେ ଖୁବ୍‌ ଆକ୍ଟିଭ ଥାନ୍ତି ।  ନିଜର  ଲୁକ୍ସ ଓ ଷ୍ଟାଇଲ ପାଇଁ ସେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି ।  ବିକାଶ କୋହଲିଙ୍କ ବ୍ୟତୀତ ତାଙ୍କର ପତ୍ନୀ ମଧ୍ୟ ଖୁବ୍‌ ଆକ୍ଟିଭ୍‌  ରହୁଛନ୍ତି ସୋସିଆଲ ମିଡ଼ିଆରେ । ତାଙ୍କର ନାଁ ଚେତନା ।

ବିକାଶ ଓ ଚେତନା କୋହଲିଙ୍କର ଏକ ପୁଅ ଅଛି । ଯାହାଙ୍କ ନାଁ ଆର୍ଯ୍ୟନ କୋହଲି । ଛୋଟ ଭାଇ କୋହଲିଙ୍କ ପରି ବିକାଶ ମଧ୍ୟ  ପ୍ରତିଦିନ ଜିମ୍‌ ଯାଆନ୍ତି ।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

NZ vs WI: ବର୍ଷା ପାଇଁ ବାତିଲ ହେଲା ତୃତୀୟ ଟି-୨୦, ୨-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ଓଡ଼ିଶା ଏଫ୍‌ସି ଓ ଜାମସେଦପୁର ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମୁକାବିଲା ୨-୨ ଗୋଲ୍‌ରେ ଡ୍ର’