ସୋନମ୍ କପୁରଙ୍କ ଫିଲ୍ମରେ ଏଣ୍ଟ୍ରି ମାରିଲେ ବିରାଟ କୋହଲି ! ଭିଡିଓ ଭାଇରାଲ

ମୁମ୍ବାଇ ୧୦/୯: ବଲିଉଡ ଅଭିନେତ୍ରୀ ସୋନମ କପୁର ଓ ଦୁଲକର ସଲମାନଙ୍କ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ର ଟ୍ରେଲର ରିଲିଜ ହୋଇସାରିଛି । ଏହାପରେ ଏବେ ଫିଲ୍ମର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଇଣ୍ଡିଆନ୍ କ୍ରିକେଟ ଟିମର କ୍ୟାପ୍ଟେନ୍ ବିରାଟ କୋହଲି ନଜର ଆସୁଛନ୍ତି ।

ଆପଣଙ୍କୁ କହିରଖୁଛୁ ଏହି ଫିଲ୍ମରେ ବିରାଟ କୋହଲି ଅଭିନୟ କରୁନାହାଁନ୍ତି କିନ୍ତୁ ଏହି ଭିଡିଓରେ ଫିଲ୍ମର ପ୍ରମୋଶନ କରୁଥିବା ନଜର ଆସୁଛନ୍ତି । ଏହି ଭିଡିଓରେ ବିରାଟ କୋହଲି ଏକ ଲକେଟ୍ ପିନ୍ଧିଛନ୍ତି ଯେଉଁଥିରେ ସୋନମ୍ କପୁରଙ୍କ ଫଟୋ ରହିଛି । ଭିଡିଓରେ ଡ୍ରେସିଂ ରୁମରେ ବିରାଟ କୋହଲି ପ୍ରସ୍ତୁତ ହେଉଛନ୍ତି । ଅନ୍ଯପଟେ କମେଣ୍ଟେଣ୍ଟରର ସ୍ୱର ବ୍ୟାକଗ୍ରାଉଣ୍ଡରେ ଶୁଣିବାକୁ ମିଳୁଛୁ । କମେଣ୍ଟ୍ରି କହୁଛି ଯେ ‘ଭାରତର ୨ ଓପନିଂ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇସାରିଛନ୍ତି । ଏବେ ବିରାଟ କୋହଲିଙ୍କ ନମ୍ବର । ଏହା ସହିତ କୁହାଯାଉଛି ଯେ କୋହଲି ଏବେ ଜୋୟା ଫ୍ୟାକ୍ଟରକୁ ଅଧିକ ମାନିବାରେ ଲାଗିଛନ୍ତି ।’ ତେବେ କହିରଖୁଛୁ ଏହି ଭିଡିଓରେ ଯିଏ ନଜର ଆସୁଛନ୍ତି ସିଏ ପ୍ରକୃତ ବିରାଟ କୋହଲି ନୁହଁନ୍ତି ବରଂ ତାଙ୍କ ଡୁପ୍ଲିକେଟ୍ । ସେ ବିଲକୁଲ କୋହଳିଙ୍କ ଭଳି ଦେଖାଯାନ୍ତି । ଏପରିକି ଟିକଟକରେ ମଧ୍ଯ ସେ ଫେମସ ହୋଇସାରିଛନ୍ତି ।

ଏହାପରେ କୋହଲି ଡ୍ରେସିଂ ରୁମରୁ ସୋନମ୍ କପୁରଙ୍କ ଫଟେ ଥିବା ଲକେଟ୍ ପିନ୍ଧି ମଇଦାନକୁ ବାହାରୁଛନ୍ତି । ଏହି ମଜାଦାର ଭିଡିଓ ଯେମିତି ସାମ୍ନାକୁ ଆସିଛି ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ସୋନମ୍ ନିଜ ସୋସିଆଲ ମିଡିଆ ସାଇଟରେ ପୋଷ୍ଟ କରିଛନ୍ତି । ଏହା ବ୍ୟତୀତ ୟୁଟ୍ୟୁବରେ ମଧ୍ୟ ଏହି ଭିଡିଓ ଧମାଲ୍ ମଚାଉଛି ।

   ସମ୍ବନ୍ଧିତ ଖବର


ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ

ଆଜି କିଙ୍ଗ୍‌ସ ଏକାଦଶ ବ୍ୟାଟ୍ସମ୍ୟାନ୍‌ ଓ ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର

IPL-2020: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ କଡ଼ା ଟକ୍କର

ନେହା କକ୍କର ଓ ରୋହନପ୍ରୀତ ସିଂହଙ୍କ ବିବାହ ପ୍ରସ୍ତୁତି ଆରମ୍ଭ , ଫଟୋ ଭାଇରାଲ

ଇତିହାସ ରଚିଲେ ଅଟୋ ଚାଳକଙ୍କ ପୁଅ, ନିଜ ନାମରେ କଲେ ନୂଆ ରେକର୍ଡ