PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବିସ୍ମୟ ବାଳକଙ୍କ ଭିଡିଓକୁ ଅବାସ୍ତବ କହିଲେ କୋହଲି

ନୂଆଦିଲ୍ଲୀ ୧୫/୧୨: ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍‌ ସୋସିଆଲ୍‌ ମିଡିଆରେ ଏକ ବିସ୍ମୟ ବାଳକର ଭିଡିଓ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ସେୟାର କରିଥିଲେ । ଉକ୍ତ ଭିଡିଓରେ ଡାଇପର ପିନ୍ଧିଥିବା ଏକ ବାଳକ କଭର ଡ୍ରାଇଭ୍‌ ସମେତ ଦକ୍ଷ କ୍ରିକେଟରଙ୍କ ଭଳି ସଟ୍‌ ଖେଳୁଥିବା ଦେଖିବାକୁ ମିଳିଥିଲା ।

ସେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କୁ ଏହି ଭିଡିଓ ସେୟାର କରିବା ସହ ବିସ୍ମୟ ବାଳକଙ୍କୁ ଦଳରେ ସାମିଲ କରି ପାରିବ କି ବୋଲି ପ୍ରଶ୍ନ କରିଥିଲେ । ଭନ୍‌ଙ୍କ ପ୍ରଶ୍ନର ଉତ୍ତର ଦେଇ କୋହଲି କହିଛନ୍ତି, ସ୍ପଷ୍ଟ କର, ସେ କେଉଁ ସ୍ଥାନରେ ଅଛନ୍ତି । ପ୍ରକୃତରେ ସେ ଅବିଶ୍ୱସନୀୟ, ଅବାସ୍ତବ ।’ କୋହଲିଙ୍କ ଟ୍ୱିଟ୍‌ ପରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁପ୍ଲେସି ମଧ୍ୟ ଏଥିରେ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ, ଫକ୍ସ କ୍ରିକେଟ୍‌ ଗତ ମାସ ଟ୍ୱିଟରରେ ଏହି ଭିଡିଓ ପ୍ରଥମେ ପୋଷ୍ଟ କରିଥିଲେ । ଏଥିରେ ଭନ୍‌ ଟ୍ୱିଟ୍‌ କରି କହିଥିଲେ, ନିଶ୍ଚିତ ଯେ, ସେ ଜଣେ ଇଂଲଣ୍ଡ ବିରାଡ଼ି କିମ୍ବା କୁକୁର ।’ ବିସ୍ମୟ ବାଳକ ଏହି ଭିଡିଓ ଅନେକ ଖେଳାଳିଙ୍କ ସମେତ କ୍ରିକେଟପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛି ।