ବିରାଟ ପୁଣି ନମ୍ବର ୧, ବୁମରାହଙ୍କ ରାଜୁତି ଶେଷ, ଏବେ ନମ୍ବର ୧ ବୋଲର ଟ୍ରେଣ୍ଟ୍ ବୋଲଟ୍

ନୂଆଦିଲ୍ଲୀ, ୧୨|୦୨: ନ୍ୟୁଜିଲାଣ୍ଡରେ ଜସପ୍ରିତ ବୁମରାହଙ୍କ ବୋଲିଂ ପ୍ରଭାବହୀନ ସାବ୍ୟସ୍ତ ହୋଇଛି। ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ୦-୩ରେ ପରାଜିତ ହୋଇଛି। ବୁମରାହ ଏହି ତିନୋଟି ମ୍ୟାଚରେ ଗୋଟିଏ ହେଲେ ଓ୍ୱିକେଟ୍ ହାସଲ କରିପାରି ନାହାଁନ୍ତି। ଏହି ନିରାଶଜନକ ପ୍ରଦର୍ଶନ ପରେ ବୁମରାହଙ୍କ ନମ୍ବର ୧ ରାଙ୍କ୍ ମଧ୍ୟ ହରାଇଛନ୍ତି।

ଆଜି ଆଇସିସି ଦ୍ୱାରା ସଦ୍ୟ ପ୍ରକାଶିତ ଟପ୍ ୧୦ ବୋଲର ତାଲିକାରେ ୨୬ ବର୍ଷୀୟ ବୁମରାହ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ଏହି ଡାହାଣହାତୀ ବୋଲରଜଣଙ୍କ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ ବୋଲିର ଟ୍ରେଣ୍ଟ୍ ବୋଲଟ୍ ଗୋଟିଏ ସ୍ଥାନ ଉପରକୁ ଉଠି ଏକ ନମ୍ବର ବୋଲର ହୋଇଛନ୍ତି। ବୋଲଟ୍ ୭୨୭ ପଏଁଣ୍ଟ୍ ସହ ଟପରେ ରହିଥିବା ବେଳେ ବୁମରାହ ୭୧୯ ପଏଁଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ତେବେ ବିରାଟ କୋହଲି ବ୍ୟାଟସମ୍ୟାନ୍ ତାଲିକାରେ ପ୍ରଥମ ସ୍ଥାନରେ ପୂର୍ବପରି ଅଟଳ ରହିଛନ୍ତି। ସେ ସିରିଜରେ ୫୧,୧୫ ଓ ୯ ରନର ପାଳି ଖେଳିଥିଲେ। କୋହଲି ଓ ରୋହିତ ଶର୍ମା ୮୬୯ ଓ ୮୫୫ ପଏଁଣ୍ଟ ସହ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।  

   ସମ୍ବନ୍ଧିତ ଖବର


ଜିମ୍‌ରେ ଧୋନୀଙ୍କ ଷ୍ଟଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ ; ଭିଡ଼ିଓ ଭାଇରାଲ

ପୃଥ୍ୱୀଙ୍କ ଉପରେ ଭରସା କରନ୍ତି ବିରାଟ, କୋହଲି କହିଲେ…

ଅଣ୍ଡର-୧୯ ମହିଳା କ୍ରିକେଟ୍‌ରେ ଇତିହାସ ରଚିଲେ କାଶଭି: ଦିନିକିଆ ମ୍ୟାଚ୍‌ରେ ନେଲେ ୧୦ ୱିକେଟ୍‌

ଆଇପିଏଲ୍‌-୧୩: ଅଭ୍ୟାସ୍‌ ପାଇଁ ହୋମ୍ ଗ୍ରାଉଣ୍ଡକୁ ଫୋରିଲେ ମାହୀ, ୨ତାରିଖରୁ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ଦଳ ସହ ଆରମ୍ଭ କରିବେ ଅଭ୍ୟାସ