PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଦିନିକିଆ ପରେ ଟେଷ୍ଟରେ ମଧ୍ୟ କୋହଲି ନମ୍ବର ୧ ବ୍ୟାଟସମ୍ୟାନ୍, ଟପ୍ ୧୦ରେ ବାବର୍ ଆଜମ୍

ନୂଆଦିଲ୍ଲୀ, ୨୪|୧୨:  ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟେଷ୍ଟ୍ ସିରିଜ୍ ଗତକାଲି ଶେଷ ହୋଇଛି। ଦଶ ବର୍ଷ ପରେ ନିଜ ମାଟିରେ ଟେଷ୍ଟ୍ ମ୍ୟାଚ ଖେଳୁଥିବା ପାକ୍ ବିଜୟ ହାସଲ କରିଛି। ସିରିଜ୍ ଶେଷ ହେବା ପରେ ଆଇସିସି ନୂଆ ଟେଷ୍ଟ୍ ରାଙ୍କିଂ ଜାରି କରିଛି।

ବ୍ୟାଟ୍ସମ୍ୟାନ୍ ତାଲିକାରେ ପାକିସ୍ତାନୀ ବ୍ୟାଟସମ୍ୟାନ ବାବର ଆଜମ ଉପରକୁ ଉଠିଛନ୍ତି। କିନ୍ତୁ ଟପ୍ ୫ରେ କୌଣସି ପରିବର୍ତ୍ତନ ହୋଇନାହିଁ। ବାବର ସିରିଜରେ ଦୁଇଟି ଶତକ ଓ ଅର୍ଧଶତକ ସାହାଯ୍ୟରେ ୨୫୦ରୁ ଅଧିକ ରନ୍ କରିଥିଲେ। ଏହାସହ ସେ ତିନୋଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଁଚିଛନ୍ତି।

ରାଙ୍କିଂରେ ଭାରତୀୟ ଅଧିନାୟକ ବିରାଟ କୋହଲି ୯୨୮ ଅଙ୍କ ସହ ବର୍ଷ ଶେଷରେ ପ୍ରଥମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ୯୧୧ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଏହି ତାଲିକାରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ୱିଲମସନ, ଚେତେଶ୍ୱର ପୂଜାରା ଓ ମାନର୍ସ୍ ଲାବୁସାନେ ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି। ଏହା ବ୍ୟତୀତ ବାବର ଆଜମ ଷଷ୍ଠ ସ୍ଥାନରେ ପହଁଚିଛନ୍ତି। ତେବେ ଆଜିଙ୍କ୍ୟ ରାହାଣେ, ଡେଭିଡ୍ ଓ୍ୱାର୍ଣ୍ଣର ଓ ଜୋ ରୁଟ୍ ଗୋଟିଏ ସ୍ଥାନ ତଳକୁ ଖସି ସପ୍ତମ, ଅଷ୍ଟମ ଓ ନବମ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ ରସ୍ ଟେଲର ଦଶମ ସ୍ଥାନରେ ରହିଛନ୍ତି।