ସୋସିଆଲ ମିଡିଆରେ ଟ୍ରୋଲ ହେଲେ କୋହଲି: ୟୁଜର୍ସ କହିଲେ ଟ୍ରାଫିକ୍ ଚାଲାଣ ଭରିଛନ୍ତି ବିରାଟ, ଦେଖନ୍ତୁ ଭାଇରାଲ ଫଟୋ

ନୁଆଦିଲ୍ଲୀ ୫/୯: ଭାରତୀୟ ଟିମ୍ କ୍ୟାପ୍ଟେନ୍ ବିରାଟ କୋହଲି ସୋସିଆଲ ମିଡିଆରେ ନିଜର ଏକ ସର୍ଟଲେସ୍ ଫଟୋ ସେୟାର କରିଛନ୍ତି । ଏହା ପରେ କ୍ରିକେଟ୍ ଫ୍ୟାନ୍ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଏପରିକି କିଛି ୟୁଜର୍ସ କହିଛନ୍ତି ଯେ ନୂଆ ଟ୍ରାଫିକ୍ ନିୟମ ପରେ କୋହଲି ଜୋରିମାନା ଦେଇଛନ୍ତି ଏବଂ ତାଙ୍କ ଅବସ୍ଥା ଏମିତି ହୋଇଯାଇଛି । କହିରଖୁଛୁ ନୂଆ ଟ୍ରାଫିକ୍ ନିୟମ ପରେ ସାରା ଦେଶରେ ଚାଳକଙ୍କ ମଧ୍ୟରେ ଭାଳେଣି ପଡିଯାଇଛି । କିଏ ୧୫ ହଜାର ସ୍କୁଟି ପାଇଁ ୨୩ ହଜାର ତ ଆଉ କିଏ ୨୬ ହଜାରର ଅଟୋ ଚଲାଇ ୪୭ ହଜାର ଟଙ୍କାର ଜୋରିମାନା ଭରିଛନ୍ତି ।

କୋହଲି ନିଜ ଫଟୋ ସେୟାର କରି ଲେଖିଛନ୍ତି ଯେ ଯେତେବେଳେ ଆମେ ନିଜ ଅନ୍ତର୍ମନରେ ଝାଙ୍କିକି ଦେଖିବା ସେତେବେଳେ ଆମକୁ କିଛି ବି ବାହାରେ ସନ୍ଧାନ କରିବା ଆବଶ୍ୟକ ନାହିଁ । ଏହାପରେ ୟୁଜର୍ସ ତାଙ୍କ ମଜାଉଡାଇବା ଆରମ୍ଭ କରିଦେଲେ । ୟୁଜର୍ସ କହିଛନ୍ତି ଯେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିବା ପରେ ମୋଟା ରକମର ଜୋରିମାନା ଦେଇଛନ୍ତି କୋହଲି ।

ଜଣେ ଲେଖିଛନ୍ତି ଯେ ଟ୍ରାଫିକ୍ ଚାଲାଣ ଭରିବା ପରେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟରଙ୍କ ଅବସ୍ଥା । ଅନ୍ଯ ଜଣେ କହିଛନ୍ତି ଯେ ଏହା ଫଟୋ ସୁଟ୍ ନୁହେଁ । କୋହଲି କେବଳ ଜୋରିମାନା ଦେଇଛନ୍ତି ।

ଏହା ବ୍ୟତୀତ ଅନ୍ଯ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ କଣ ହେଲା ? ଅନୁଷ୍କା ଘରୁ ବାହାର କରିଦେଲେ କି ?

   ସମ୍ବନ୍ଧିତ ଖବର


ଆଇପିଏଲ୍‌ରେ ବୁମ୍‌ରାଙ୍କ ନୂଆ ରେକର୍ଡ: ପ୍ରଥମ ୱିକେଟ୍‌ ବିରାଟ ଓ ଶହେତମ ୱିକେଟ୍ ବି ଶିକାର ହେଲେ ବିରାଟ

ଇଚ୍ଛାଧାରୀ ନାଗୁଣୀ ହେବେ ଶ୍ରଦ୍ଧା

ହାତରେ ଗୌତମଙ୍କ ନାଁରେ ଲାଗିଲା ମେହେନ୍ଦି, କାଲି ବାଜିବ ସାହାନାଇ : ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ

ବଙ୍ଗାଳୀ ଲୁକ୍‌ରେ ଫଟୋସୁଟ୍ କଲେ ରଶ୍ମି, ଭାଇରାଲ ହେଉଛି ଭିଡ଼ିଓ

ଦିନେ ତେଲ-ପାଉଡର-ଆଇସ୍କ୍ରିମ୍‌ର ବିଜ୍ଞାପନ କରୁଥିଲେ ଅଭିନେତ୍ରୀ, ମା’ଙ୍କ ପରାମର୍ଶ ବଦଳାଇଦେଲା ତାଙ୍କ ଭାଗ୍ୟ

ମୋଦିଙ୍କ ଜୀବନୀକୁ ନେଇ ୱେବ୍‌ସିରିଜ: ଦ୍ବିତୀୟ ସିଜନ୍ ରହିଛି ମୁଖ୍ୟମନ୍ତ୍ରୀ ଠାରୁ ପ୍ରଧାନମନ୍ତ୍ରୀ ହେବାର କାହାଣୀ