ଆଗକୁ ୩ ବର୍ଷ ପାଇଁ ସବୁ ଫର୍ମାଟରେ ସକ୍ରିୟ ରହିବାକୁ ନିଜକୁ ପ୍ରସ୍ତୁତ କରୁଛି : ବିରାଟ କୋହଲି

ୱେଲିଂଟନ୍‌ ୧୯|୦୨: ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ବିରାଟ କୋହଲି। ଯିଏକି ଏବେ ଖୁବ୍‌ ଚର୍ଚ୍ଚାରେ । ଦିନକୁ ଦିନ ନୂଆ ନୂଆ ରେକର୍ଡ କରିଚାଲିଛନ୍ତି। ଏବେ ସେ ପୁରା ଦମ୍‌ରେ ପ୍ରସ୍ତୁତ ହେଉଛନ୍ତି । ଆଗକୁ ସେ ୩ ବର୍ଷ ପାଇଁ ସେ ସବୁ ଫର୍ମାଟରେ ସକ୍ରିୟ ରହିବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି ।

ଏହି ୩ ବର୍ଷରେ ସେ ଭାରତୀୟ କ୍ରିକେଟ୍‌ରେ ଆଗକୁ ଦୁଇଟି ଟି-୨୦ ଓ ୫୦ଓଭରର ୱାର୍ଲ୍ଡ କପ୍‌କୁ ନେଇ ବଡ଼ ଛବି ଦେଖିବାକୁ ଚାହିଁଛନ୍ତି । ତାପରେ ସେ ୩ଟି ଫର୍ମାଟରୁ ୨ଟିରେ ଖେଳିବା ପାଇଁ ନିଷ୍ପତ୍ତି ନେଇପାରନ୍ତି ।

ଯେତେବେଳେ ତାଙ୍କୁ ୨୦୨୧ ୱର୍ଲ୍ଡ କପ୍‌ ଟି-୨୦ପରେ କେଉଁ ଫର୍ମାଟରୁ ଅବସର ନେବାର ପ୍ରଶ୍ନ ପଚରା ଯାଇଥିଲା , ସେତେବେଳେ କୋହଲି କହିଥିଲେ ,ବର୍ତ୍ତମାନ ଠାରୁ ମୁଁ ବଡ଼ ସ୍ୱପ୍ନ ନେଇ ୩ ବର୍ଷ ପାଇଁ ମାଇଣ୍ଡ ସେଟ୍‌ କରିଛି , ଆଉ ସେହି ଭାବେ ନିଜକୁ ତିଆରି କରୁଛି। ତାପରେ ବିଚାର କରିବି ଯାହା ମୋ ପାଇଁ ଭଲ ହେବ ।

ଶୁକ୍ରବାର ଦିନ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷରେ ୨ଟି ଟେଷ୍ଟ ସିରିଜ୍‌ ପାଇଁ ଖେଳିବାକୁ ଯାଉଛନ୍ତି ବୋଲି ମିଡ଼ିଆକୁ କହିଛନ୍ତି କୋହଲି।  

ଚଳିତ ବର୍ଷ ୩୧ ବର୍ଷରେ ପାଦ ଦେବାକୁ ଯାଉଥିବା କୋହଲି କହିଛନ୍ତି ,ପିରିୟଡ଼ିକ୍‌ ବ୍ରେକ୍‌ ମୋ ପାଇଁ ଖେଳିବାରେ ବହୁତ ସାହାଯ୍ୟ କରିଛି। ଏହା ନୁହେଁ ଯେ କେହି ରେଷ୍ଟ ନେବାକୁ ଚାହୁଁନାହାନ୍ତି , ଆମର ବ୍ୟସ୍ତ ସିଡ୍ୟୁଲ ଭିତରେ ବି ଆମେ ଚାହୁଁଛୁ ଟିକେ ବ୍ରେକ୍‌ ନେବାକୁ। ଏହା ସେହି ମାନଙ୍କ ପାଇଁ ଯେଉଁମାନେ ସବୁ ଫର୍ମାଟ ଖେଳୁଛନ୍ତି , ବ୍ରେକ୍‌ ନିହାତି ଜରୁରୀ। ମୋତେ ବ୍ରେକ୍‌ ନେଇ ଖେଳିଲେ ବହୁତ ଫାଇଦା ହୋଇଛି।  

   ସମ୍ବନ୍ଧିତ ଖବର


ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ, ୬୬ ରନରେ ଜିତିଲା କଙ୍ଗାରୁ ବାହିନୀ

ସିରାଜ ଓ ସାଇନିଙ୍କୁ କ୍ଷମା ମାଗିଲେ ଅଷ୍ଟ୍ରେଲିଆର ପୂର୍ବତନ ଓ୍ବିକେଟକିପର ଗିଲଖ୍ରୀଷ୍ଟ, କହିଲେ…

ନିଜ ରେକର୍ଡ ନିଜେ ଭାଙ୍ଗିଲେ ଚହଲ, ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ହାସଲ କଲେ ଅଲୋଡା ରେକର୍ଡ

ଓସିଏର ନୂଆ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଭଞ୍ଜନ ମଲ୍ଲିକ

ଭାରତର ଅଷ୍ଟ୍ରେଲିଆ ଗସ୍ତ: ଆଜି ପ୍ରଥମ ଦିନିକିଆ ସିରିଜ୍