ମା’ ହେବାକୁ ଯାଉଛନ୍ତି ଅନୁଷ୍କା ଶର୍ମା, ଫଟୋ ସେୟାର କରି ଗୁଡ୍‌ ନ୍ୟୁଜ୍‌ ଦେଲେ ବିରାଟ

ମୁମ୍ବାଇ ୨୭।୮ : ସୁପରଷ୍ଟାର କ୍ରିକେଟର ବିରାଟ କୋହଲି ପିତା ହେବାକୁ ଯାଉଛନ୍ତି। ସେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ସେ କହିଛନ୍ତି ଯେ, ୨୦୨୧ ରେ ନୂଆ ଅତିଥି ତାଙ୍କ ଘରକୁ ଆସିବାକୁ ଯାଉଛି।

ଲକଡାଉନ ସମୟରେ ଅନେକ ଖେଳାଳି ନିଜ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ। ବର୍ତ୍ତମାନ ଏହି ତାଲିକାରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମଧ୍ୟ ସାମିଲ ହୋଇଯାଇଛନ୍ତି। ଲକଡାଉନ୍ ସମୟରେ ବିରାଟ ନିଜ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ବିରାଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ମାଧ୍ୟମରେ ପିତା ହେବାର ଏକ ଖୁସି ଖବର ସେୟାର କରିଛନ୍ତି। ଏହି ଫଟୋରେ ଅନୁଷ୍କାଙ୍କ ବେବି ବମ୍ପ ନଜର ଆସୁଛି।

ଦୀର୍ଘ ଦିନ ଧରି ଅନୁଷ୍କା ଶର୍ମାଙ୍କ ଗର୍ଭବତୀ ହେବାର ଖବର ଶୁଣିବାକୁ ମିଳୁଥିଲା। କିନ୍ତୁ ବିରୁଷ୍କା ଏହି ଖବର ଉପରେ କୌଣସି ମନ୍ତବ୍ୟ ଦେଇନଥିଲେ। କିନ୍ତୁ ବର୍ତ୍ତମାନ ବିରାଟ କୋହଲି ନିଜେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଏବଂ ସେ ପିତା ହେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି।

ବିରାଟ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି – ‘ମୁଁ ବାପା ହେବାକୁ ଯାଉଛି। ଶୀଘ୍ର ଆମେ ତିନି ହେବାକୁ ଯାଉଛୁ। ଆମ ବେବି ୨୦୨୧ରେ ଆସିବ।’ ଏହି ଫଟୋରେ ଅନୁଷ୍କା ଶର୍ମା ଏକ କଳା ପୋଷାକ ପିନ୍ଧିଛନ୍ତି, ଯେଉଁଥିରେ ତାଙ୍କର ବେବି ବମ୍ପ ନଜର ଆସୁଛି।

View this post on Instagram

And then, we were three! Arriving Jan 2021 ❤️🙏

A post shared by Virat Kohli (@virat.kohli) on

   ସମ୍ବନ୍ଧିତ ଖବର


ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍

ଡେଭିଡ୍‌ ୱାର୍ଣ୍ଣରଙ୍କ ସ୍ଥାନରେ ଓପନ କରିପାରନ୍ତି ଲାବୁସାନ୍

ମାରାଡୋନାଙ୍କୁ ଗୋଲ୍‌ ଉତ୍ସର୍ଗ ଗଲେ ମେସି

ଶିବସେନାରେ ଯୋଗଦେଲେ ଉର୍ମିଲା ମାତୋଣ୍ଡକର

ଗର୍ଭାବସ୍ଥାରେ ଅନୁଷ୍କାଙ୍କ ଶୀର୍ଷାସନ : ଫଟୋ ସେୟାର କରି ଲେଖିଲେ, ‘ଡାକ୍ତର କହିଥିଲେ…’

ବାପା ଉଦିତ ନାରାୟଣଙ୍କ ଜନ୍ମଦିନରେ ଏମିତି ଉପହାର ଦେଲେ ପୁଅ ଆଦିତ୍ୟ, ଯାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ