ଧୋନି ଓ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ଭିତରେ ସଂଘର୍ଷ, ଟୁଇଟ୍ କରି ସେହଓ୍ବାଗ କହିଲେ-ପାଗଳଙ୍କ ଭଳି ହୁଅନି

ନୂଆଦିଲ୍ଲୀ,୨୩।୮: ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ ଆଇପିଏଲ ଇତିହାସର ସବୁଠାରୁ ସଫଳ ଟିମରେ ସାମିଲ। ଏହି ଦୁଇ ଟିମର କ୍ୟାପଟେନଙ୍କ ପ୍ରଶଂସକ କିଛି କମ୍ ନୁହନ୍ତି। ତେବେ ବହୁବାର ପ୍ରଶଂସକମାନେ ନିଜ ଟିମ ପାଇଁ ପରସ୍ପର ସହିତ ଲଢେଇ କରିବାକୁ ପଛାନ୍ତି ନାହିଁ। ଏଭଳି ସ୍ଥିତି ସେତେବେଳେ ଭୟଙ୍କର ହୋଇଯାଏ, ଯେବେ ଏହି ସଂଘର୍ଷ ସୋସିଆଲ ମିଡିଆରେ ନୁହେଁ ବଂର ମୁହାଁମୁହି ହୋଇଥାଏ।

ମିଳିଥିବା ଖବର ଅନୁସାରେ, ଏମଏସ୍ ଧୋନି ଓ ରୋହିତ ଶର୍ମାଙ୍କ ପ୍ରଶଂସକ ଶନିବାର ମହାରାଷ୍ଟ୍ରର କୋହ୍ଲାପୁର କୁରୁଦ୍ବାଦରେ ପରସ୍ପର  ଭିତରେ ମୁହାଁମୁହିଁ ହୋଇଥିବା ନେଇ ଜଣାପଡିଛି। ବିବାଦ ଏତେ ବଢିଯାଇଥିଲା ଯେ, ଜଣେ ପ୍ରଶଂସକଙ୍କୁ ଆଖୁ କ୍ଷେତରେ ନିଧୁମ ମାଡ କରାଯାଇଥିଲା ଏନେଇ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହଓ୍ବାଗ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଦୁଇ ଖେଳାଳିଙ୍କ ପ୍ରାଂସକଙ୍କୁ ପାଗଳ ବୋଲି କହିଛନ୍ତି।

ଦୁଇ ଖେଳାଳିଙ୍କ ପ୍ରଶଂସକ ନିଜ ନିଜର ପ୍ରିୟ ଖେଳାଳୀଙ୍କ ପୋଷ୍ଟର ନେଇ ଯୋଶରେ ରାସ୍ତାକୁ ଓହ୍ଲାଇଥିଲେ। ଧୋନିଙ୍କ ଫ୍ୟାନ୍ସ ତାଙ୍କର ଅବସର ନେବାର ଖବର ପରେ ରାସ୍ତାକୁ ପୋଷ୍ଟର ଧରି ବାହାରିଥିଲେ। ଅନ୍ୟପକ୍ଷେ ରୋହିତଙ୍କୁ ରାଜୀବ ଗାନ୍ଧି ରେଳରତ୍ନ ପୁରସ୍କାର ପାଇଁ ଚୟନ କରାଯାଇଥିବା ତାଙ୍କ ପ୍ରଶଂସକ ପାଇଁ ଏହା କୌଣସି ଉତ୍ସବଠାରୁ କମ୍ ନୁହେଁ। ଏହା ଭିତରେ କିଛି ଅଜଣା ଲୋକ ରୋହିତ ଶର୍ମାଙ୍କ ପୋଷ୍ଟର ଚିରି ଦେଇଥିଲେ। ଏହାପରେ ଦୁଇ ଖେଳାଳୀଙ୍କ ଫ୍ୟାନଙ୍କ ଭିତରେ ଆରମ୍ଭ ହୋଇଯାଇଥିଲା ଲଢେଇ। ଜଣଙ୍କୁ କିଛି ଲୋକ ଆଖୁ କ୍ଷେତ ଭିତରେ ଯୋରଦାର ମାଡ ମାରିଥିଲେ।

ଏହି ଘଟଣା ବିଷୟରେ ଭାରତୀୟ ଟିମର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହଓ୍ବାଗ ଏକ ଖବରର ଏକ ସ୍କ୍ରିନଂସଟ୍ ସେୟାର କରି ଟୁଇଟ୍ କରି ଲେଖିଛନ୍ତି, କ’ଣ କରୁଛ? ପାଗଳଙ୍କ ଭଳି ହୁଅନି। ଖେଳାଳିମାନେ ପରସ୍ପରକୁ ଖୁବ୍ ଭଲ ପାଆନ୍ତି କିମ୍ବା କଥା ଅଧିକ କୁହନ୍ତି ନାହିଁ, କିନ୍ତୁ କିଛି ଫ୍ୟାନ୍ସ ଅଲଗା ଲେବଲର ପାଗଳ। ପରସ୍ପର ଭିତରେ ଝଗଡା ଲାଗନି। ଟିମ୍ ଇଣ୍ଡିଆକୁ ଏକ ଟିମ୍ ଭାବରେ ମନେ ରଖ।’

ଉଲ୍ଲେଖନୀୟ ଯେ, ଦୁଇ ଖେଳାଳି ନିଜ ନିଜର ଟିମ୍ ସହିତ ଆଇପିଏଲର ୧୩ତମ ସିଜିନ ପାଇଁ ୟୁଏଇରେ ଗସ୍ତରେ ଅଛନ୍ତି। ରୋହିତଙ୍କ କ୍ୟାପଟେନସିପରେ ଯେଉଁଠି ମୁମ୍ବାଇ ଇଣ୍ଡିଆନ୍ସ ୪ ଥର ଚମ୍ପିଆନ୍ସେ ହୋଇଛି ସେଠାରେ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍ ୩ଥର ଚମ୍ପିଆନ୍ ହୋଇଛି। ଖବର ଅନୁସାରେ, ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ସିଜିନର ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ଭିତରେ ଖେଳାଯିବ। ଗତ ସିଜିନର ଫାଇନାଲ ମଧ୍ୟ ଏହି ଦୁଇଜଣଙ୍କ ଭିତରେ ଖେଳାଯାଇଥିଲା, ଯେଉଁଠି ବାଜିମାତ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ।

   ସମ୍ବନ୍ଧିତ ଖବର


ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହିଳା ଓ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ୍…

କେନ୍ଦ୍ର ସରକାରଙ୍କ ନୂଆ କରୋନା ଗାଇଡ଼ଲାଇନ୍ : ଡିସେମ୍ବର ମାସ ପାଇଁ କ’ଣ ବଦଳିଲା କ’ଣ ବଳବତ୍ତର ରହିଲା, ଜାଣନ୍ତୁ…

ପୁଣି କରୋନା ନେଲା ୫ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୪୪କୁ ବୃଦ୍ଧି

କରୋନାମୁକ୍ତ ରାସ୍ତାରେ ଓଡ଼ିଶା: ୨୪ଘଣ୍ଟା ଆଉ ୩୭୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ପାର୍

ମହାନତା ଦେଖାଇଲେ କ୍ରିକେଟ୍‌ର ‘ଭଗବାନ’: ୬ଟି ରାଜ୍ୟର ୧୦୦ ଶିଶୁଙ୍କ ଚିକିତ୍ସା କରାଇଲେ ସଚିନ

କାର୍ତ୍ତିକେଶ୍ୱର ଭସାଣି ପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୧୬ ପ୍ଲାଟୁନ୍‌ ଫୋର୍ସ ମୁତୟନ: ବିସର୍ଜନ ପାଇଁ ପ୍ରସ୍ତୁତ ରହିଛି ୧୦ ଅସ୍ଥାୟୀ ଜଳାଶୟ