ଉତ୍ତାପ ଦେବ ଆଶ୍ୱସ୍ତି: ଉଷ୍ଣ ଜଳବାୟୁରେ କମିବ ସଂକ୍ରମଣ

ଭୁବନେଶ୍ୱର୨୫/୩: କରୋନାକୁ ନେଇ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି  । ମେରିଲ୍ୟାଣ୍ଡ ଇନଷ୍ଟିଚ୍ୟୁଟ୍ ୟୁନିଭର୍ସିଟିର ଭାଇରୋଲୋଜି(ଭୂତାଣୁ ସମ୍ବନ୍ଧୀୟ ଅଧ୍ୟୟନ) ପ୍ରଫେସରଙ୍କ କହିବାନୁସାରେ ଉଷ୍ଣ ପାଣିପାଗ ଯୋଗୁଁ କୋଭିଡ୍-୧୯ ଭୂତାଣୁକୁ ସଂକ୍ରମଣରେ ଅସୁବିଧା ହେଉଛି । ଅର୍ଥାତ୍ ଏହା ଏକ ଭଲ ଖବର ଯେ ଉଷ୍ଣ ଜଳବାୟୁ ଯୋଗୁଁ ଏହି ଭାଇରସ ସଂକ୍ରମଣରେ ବାଧା ସୃଷ୍ଟି ହେଉଛି । ନଚେତ୍ ଏହା ଅଧିକ ମାତ୍ରାରେ ସଂକ୍ରମଣ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ଥିଲା ।

ମେରିଲ୍ୟାଣ୍ଡ ଇନଷ୍ଟିଚ୍ୟୁଟ୍ ୟୁନିଭର୍ସିଟିର ଭାଇରୋଲୋଜି ପ୍ରଫେସରଙ୍କ କହିବାନୁସାରେ ଏପର୍ଯ୍ୟନ୍ତ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ସେଥିରୁ ଏହା ଜଣା ପଡିଛି କି ଉଷ୍ଣ ପରିବେଶରେ ଏହି ଭାଇରସ ଅଧିକ ସଂକ୍ରମଣ ହୋଇପାରେନି । ଉତ୍ତାପ ବା ଉଷ୍ଣ ପରିବେଶରେ ଏହି ଭାଇରସ ଅଧିକ ସଂକ୍ରମଣ ହୋଇପାରେନି । ଯଦିଓ ଏହା ସଂକ୍ରମଣ ହୋଇଥାଏ କିନ୍ତୁ ଥଣ୍ଡା ପାଣିପାଗ ଅପେକ୍ଷା ଏହା ସାମାନ୍ୟ କମ୍ ସଂକ୍ରମଣ ହୋଇଥାଏ । କହିରଖୁଛୁ ସବୁ ପ୍ରକାର ଜଳବାୟୁରେ ଏହି ଭାଇରସ ବଞ୍ଚିପାରେ । କିନ୍ତୁ ଗୋଟେ ଶରୀରରୁ ଅନ୍ୟ ଶରୀରକୁ ଯିବା ପାଇଁ ଏହାକୁ ଥଣ୍ଡା ପରିବେଶ ଅଧିକ ସୁହାଇଥାଏ । ଉଷ୍ଣତା ଯୋଗୁଁ ଏହାର ସଂକ୍ରମଣ ସାମାନ୍ୟ କମିଥାଏ ।

ପୂର୍ବରୁ ଚୀନ୍‌ର ବେଇହାଙ୍ଗ ସିଙ୍ଘୁଆ ବିଶ୍ୱ ବିଦ୍ୟାଳୟରେ ମଧ୍ୟ କିଛି ଗବେଷକ ଏପରି ଦାବି କରିଥିଲେ । ଗବେଷକଙ୍କ ସୂଚନା ଅନୁସାରେ ଉତ୍ତାପ ଯୋଗୁଁ କରୋନା ଭାଇରସ୍‌ ନଷ୍ଟ ହୁଅନ୍ତି ନାହିଁ କିନ୍ତୁ ସଂକ୍ରମଣ ହ୍ରାସ ପାଇଥାଏ । ଗବେଷଣା ଅନୁସାରେ ଥଣ୍ଡା ଓ ଶୁଷ୍କ ପରିବେଶ ସହ ଗରମ ଓ ଆଦ୍ର ପରିବେଶରେ ମଧ୍ୟ ଏହି ଭାଇରସ ବଞ୍ଚିପାରେ । ମାତ୍ର ଉଷ୍ଣ ଜଳବାୟରୁ ବା ଗ୍ରୀଷ୍ମ ଋତୁରେ ଏହାର ସଂକ୍ରମଣ କମିଥାଏ । ଏଭଳି ପରିବେଶରେ ଚୀନ୍‌ରେ ସଂକ୍ରମଣ ସଂଖ୍ୟା ଅନେକ କମିଥିବା ଏହି ଗବେଷକମାନେ ଦାବି କରିଥିଲେ । ଗବେଷଣା ଅନୁସାରେ ଏବେ ଗ୍ରୀଷ୍ମ ଋତୁ ଆସୁଥିବାରୁ ଚୀନ୍‌ର ୧୦୦ ସହରରେ ତାପମାତ୍ରା ବୃଦ୍ଧି ପାଇଛି । ଏଥିଯୋଗୁଁ କରୋନା ସଂକ୍ରମଣ ମାମଲା କମିଥିବା ନଜର ଆସିଛି ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌