ବିଶାଖାପଟନମ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ : ମୃତ ସଂଖ୍ୟା ୯କୁ ବୃଦ୍ଧି, ୫ ହଜାରରୁ ଅଧିକ ଅସୁସ୍ଥ, ସ୍ଥିତି ଅନୁଧ୍ୟାନ ପାଇଁ ଘଟଣାସ୍ଥଳକୁ ଯିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଅମରାବତୀ ୭।୫: ଆନ୍ଧ୍ରପ୍ରଦେଶର ସ୍ଥିତ ବିଶାଖାପାଟନମରେ ଆରଏସ୍ ଭେଙ୍କଟାପୁରମ୍ ଗ୍ରାମରେ ଗୁରୁବାର ସକାଳେ ଏଲଜି ପଲିମର ଇଣ୍ଡଷ୍ଟ୍ରିରେ ରାସାୟନିକ ଗ୍ୟାସ୍ ଲିକ୍ ହୋଇଛି। ଏହି ଅଘଟଣରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୯ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ହଜାରରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇଛନ୍ତି।

ଗ୍ୟାସ୍ ଲିକ୍‌ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହ ମନ୍ତ୍ରଣାଳୟ ଏବଂ ଏନଡିଏମଏ ଅଧିକାରୀଙ୍କ ସହ କଥା ହୋଇଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମଗ୍ର ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଯଥା ସମ୍ଭବ ସାହାଯ୍ୟ ଯୋଗାଇଦେବା ପାଇଁ ଚେଷ୍ଟା କରାଯାଉଛି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ସୁରକ୍ଷା ଏବଂ ସୁସ୍ଥ ହେବା ନେଇ କାମନା କରିଛନ୍ତି ।

ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏମଏ ଅଧିକାରୀଙ୍କ ଏକ ବୈଠକ ଡକାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ବିଶାଖାପାଟନମରେ ଘଟିଥିବା ଘଟଣା ବିଚଳିତ କରୁଛି । NDMA ଅଧିକାରୀ ଏବଂ ସମ୍ପୃକ୍ତ ଅଧିକାରୀଙ୍କ ସହ କଥା ହୋଇଛନ୍ତି । ଆମେ ନିରନ୍ତର ଏବଂ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ।

ସୂଚନାଯୋଗ୍ୟ ଯେ, ବିଶାଖାପାଟନମ୍ ନାଇଡୁକୋଟା ଅଞ୍ଚଳ ଆର.ଆର. ଭେଙ୍କଟାପୁରମ୍‌ରେ ଥିବା ବିଶାଖା ଏଲଜି ପଲିମର କମ୍ପାନୀରୁ ବିପଜ୍ଜନକ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି । ଗ୍ୟାସ୍ ଲିକ୍ ହେବା ଫଳରେ ଲୋକଙ୍କ ଆଖିରେ ପ୍ରଥମେ ପୋଡ଼ା ଜଳ ଉତ୍ତେଜନା ଏବଂ ଶ୍ୱାସ ନେବାରେ ଅସୁବିଧା ହେବା ପରେ ଲୋକଙ୍କୁ ଡାକ୍ତରଖାନା ନିଆଯାଇଛି। ପୋଲିସ, ଅଗ୍ନିଶମ ବାହିନୀ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ଜିଲ୍ଲା ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ଯେ ଆର.ଆର ଭେଙ୍କଟାପୁରାମ ଗ୍ରାମରେ ଅବସ୍ଥିତ ଏଲଜି ପଲିମର ଇଣ୍ଡଷ୍ଟ୍ରିରେ ରାସାୟନିକ ଗ୍ୟାସ ଲିକ ହେବା ପରେ ଶିଶୁ ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି।

୯ ଜଣଙ୍କ ମୃତ୍ୟୁକୁ ନଗର କମିଶନର ନିଶ୍ଚିତ କରିଛନ୍ତି। କମିଶନରଙ୍କ ଅନୁଯାୟୀ ଏହି ମୃତ୍ୟୁ ସଂଖ୍ୟା ଅଧିକ ହୋଇପାରେ। ମିଳିଥିବା ସୂଚନା ଅନୁଯାୟୀ, ଏହି ଗ୍ୟାସ୍ ତିନି କିଲୋମିଟର ବ୍ୟାସାର୍ଦ୍ଧରେ ବ୍ୟାପିଛି ଏବଂ ବର୍ତ୍ତମାନ ୫ଟି ଗାଁକୁ ଖାଲି କରାଯାଇଛି । 

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ରାଉରକେଲା ସ୍କର୍ପିଓ ପୋଡି ଘଟଣା; ଗୋମାଂସ ଚାଲାଣ ସନ୍ଦେହରେ ଦୁର୍ବୃତ୍ତ ଜାଳିଥିଲେ ଗାଡି, ଡ୍ରାଇଭର ସମେତ ୪ ଗିରଫ

କଟକ ସହର ପାଇଁ ଆଉ ଏକ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା : ସ୍କିପ୍ସ ପ୍ରୋଜେକ୍ଟରେ ପ୍ରଥମ ଗ୍ରୀଡ୍ ଲୋକାର୍ପିତ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ