ପୋଲିସ ଷ୍ଟେସନରେ ‘ରୋବଟ’ର ନିଯୁକ୍ତି : ଅଭିଯୋଗ ଦାଖଲ କରିବାଠୁ ସମସ୍ୟା ସମାଧାନ ପର୍ଯ୍ୟନ୍ତ କରିବ ସାହାଯ୍ୟ

ବିଶାଖାପାଟଣା ୨୦।୧୧: ସାଇବର ଅପରାଧରୁ ମୁକୁଳିବା ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ପ୍ରଥମ ଥର ପାଇଁ ରୋବଟ ‘ସାଇବିରା’ ( ସାଇବର ସିକ୍ୟୁରିଟି ଇଣ୍ଟରାକ୍ଟିଭ ରୋବାଟିକ୍ ଏଜେଣ୍ଟ)କୁ ଲଞ୍ଚ କରିଛି। ବିଶାଖାପାଟଣାର ମହାରାନୀପେଟା ପୁଲିସ ଷ୍ଟେସନରେ ଏହି ରୋବଟକୁ ରଖାଯାଇଛି ।

ଏହି ରୋବର୍ଟ ଏବେ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବ। ଏହାକୁ ଇ-କୋପ୍ ଆଧାରରେ ପ୍ରସ୍ତୁତ କରାଯାଇଛି । ଏହାର ଲକ୍ଷ୍ୟ ପୋଲିସର କାମକୁ ସହଜ କରିବା ଏବଂ ସମସ୍ୟାକୁ ସମାଧାନ କରିବା। ଲୋକମାନେ ଆସି ଏହି ରୋବଟ ସାମ୍ନାରେ ସେମାନଙ୍କ ଅଭିଯୋଗ ଦାଖଲ କରିପାରିବେ। ଏହା ପରେ ରୋବର୍ଟ ‘ସାଇବିରା’ ୨୪ ଘଣ୍ଟା ମଧ୍ୟରେ ଏହି ଅଭିଯୋଗକୁ ସମାଧାନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ କହିବ । ପ୍ରତିଟି ଅଭିଯୋଗକୁ ସମାଧାନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ତିନି ଦିନର ସର୍ବାଧିକ ସମୟ ଦିଆଯିବ। ସ୍ୱର ରେକର୍ଡିଙ୍ଗ ବା ଏହି ରୋବଟ ସହ ଲାପଟପ ସହାୟତାରେ ଅଭିଯୋଗ ଦାଖଲ କରିହେବ।

 

ରୋବୋ କପଲର ପ୍ରାଇଭେଟ ଲିମିଟେଡ଼ର ସଦସ୍ୟ ଦୀନେଶ କୁମାର କହିଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ପ୍ରଥମ ଥର ପାଇଁ ଏହାକୁ ଲଞ୍ଚ କରାଯାଇଛି। ଥାନାରେ କାମ କରୁଥିବା ପୋଲିସ କର୍ମଚାରୀଙ୍କ ଉପରେ ଅଧିକ ବୋଝ ରହୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ରୋବର୍ଟ ସେମାନଙ୍କୁ ସାହାଯ୍ୟ କରିବ ଏବଂ ସମୟ ମଧ୍ୟ ବଞ୍ଚାଇବ।

ସେ ଆହୁରି ମଧ୍ୟ କହିଛନ୍ତି କି, ଯଦି କିଛି କାରଣରୁ ଯାଞ୍ଚ ଅଧିକାରୀ କୌଣସି ମାମଲାର ନିରାକରଣ ଠିକ୍ ସମୟ ମଧ୍ୟରେ କରିପାରୁନାହାନ୍ତି ସେତେବେଳେ ରୋବର୍ଟ ତାଙ୍କର ତଥ୍ୟ  ୨୪ ଘଣ୍ଟା ମଧ୍ୟରେ ସିନିୟର ଅଫିସର ଏବଂ ମୁଖ୍ୟମନ୍ତ୍ରୀ ଅଫସକୁ ଫରଓ୍ବାର୍ଡ କରିବ। ସମସ୍ୟାର ନିରାକରଣ ପାଇଁ ଏଥିରେ ୧୩୮ ପ୍ରକାର ଆପ୍ଲିକେସନ ଇନଷ୍ଟଲ୍ କରାଯାଇଛି। ଏଥିରେ ୧୩ଟି କ୍ୟାମେରା ଲାଗିଛି ଯାହା ୩୬୦ ଡିଗ୍ରୀରେ ୨୪ ଘଣ୍ଟା ୭ ଦିନ କାମ କରିବ। ଏହାର ଫାଇଦା ଏହା କି,  ଯଦି କୌଣସି ଅପରାଧୀ କ୍ୟାମେରା ସାମ୍ନାରେ ଯିବ ତାହେଲେ ରୋବଟପାଖରୁ କଣ୍ଟ୍ରୋଲ ରୁମକୁ ମ୍ୟାସେଜ ଚାଲିଯିବ। ତେବେ ମୌଖିକ କିମ୍ବା ଲେଖିକି ଅଭିଯୋଗ ଦାଖଲ କରିପାରିବେ।

   ସମ୍ବନ୍ଧିତ ଖବର


‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମାଞ୍ଚଳ କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ

ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…

ୟୁପିର କାନପୁରରେ ପ୍ରସ୍ତୁତ ହେବ ଯବାନଙ୍କ ପାଇଁ ନାଇଟ୍ ଭିଜନ ଉପକରଣ

ଲଭ୍ ଜିହାଦ ଉପରେ ଯୋଗୀ ସରକାରଙ୍କ ବଡ ଫୈସଲା, ଧୋକାଦେଇ ଧର୍ମ ବଦଳାଇଲେ ୧୦ବର୍ଷ ପର୍ଯ୍ୟନ୍ତ ମିଳିବ ଜେଲଦଣ୍ଡ…

ନିଜକୁ ବଞ୍ଚାଇବା ପାଇଁ ଶେଷରେ ୧୫୦ ନୀରିହ ପକ୍ଷୀଙ୍କୁ ମାରିବାକୁ ପଛାଇଲାନି ପାକିସ୍ତାନ !