PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

Indian Air Force : ଏୟାର ମାର୍ଶଲ ବିଆର୍‌ ଚୌଧରୀ ହେବେ ଆଗାମୀ ଭାଇସ୍‌ ଚିଫ୍‌ , ଆଇଏଏଫ୍‌ର ଟପ୍‌ ଅଧିକାରୀଙ୍କ ମଧ୍ୟରେ ବଡ଼ ପରିବର୍ତ୍ତନ

ajtak

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ଏୟାର ଫୋର୍ସ(ଆଇଏଏଫ୍‌)ର ଟପ୍‌ ଅଧିକାରୀଙ୍କ ମଧ୍ୟରେ ଅନେକ ବଡ଼ ପରିବର୍ତ୍ତନ ହୋଇଛି । ଏୟାର ମାର୍ଶଲ ବିବେକ ରାମ ଚୌଧରୀଙ୍କୁ ଏୟାରଫୋର୍ସ ମୁଖ୍ୟାଳୟରେ ପରବର୍ତ୍ତୀ ଭାଇସ୍‌ ଚିଫ୍‌ ଅଫ୍ ଏୟାର ଷ୍ଟାଫ୍‌ ରୂପେ ନିଯୁକ୍ତ କରାଯାଇଛି । ଦୁଇ ଜଣ ନୂଆ କମାଣ୍ଡର –ଇନ୍‌ –ଚିଫ୍‌ ମଧ୍ୟ ନିଜର ନୂଆ କାର୍ଯ୍ୟଭାର ସମ୍ଭାଳିବେ । ଏୟାର ଅପରେସନ୍ସର ମହାନିର୍ଦ୍ଦେଶକ ଏୟାର ମାର୍ଶଲ ବଲ୍ଲଭ ରାଧା କୃଷ୍ଣା ଦିଲ୍ଲୀରେ ପଶ୍ଚିମୀ କମାଣ୍ଡରେ ଚୌଧରୀଙ୍କ ସ୍ଥାନ ନେବେ । ସେପଟେ ଏୟାର ମାର୍ଶଲ ଆରଜେ ଡକୱର୍ଥ ପ୍ରୟାଗରାଜରେ ମଧ୍ୟ ବାୟୁ କମାଣ୍ଡର ଭାର ସମ୍ଭାଳିବେ ।

କହି ରୁଖୁଛୁ କି ବିବେକ ରାମ ଚୌଧରୀ ଏହି ସମୟରେ ଭାଇସ୍ ଚିଫ୍ ରୂପେ କାର୍ଯ୍ୟଭାର ସମ୍ଭାଳିବେ ।ନ୍ୟାସନାଲ ଡିଫେନ୍ସ ଏକାଡେମୀର ପୂର୍ବତନ ଛାତ୍ର , ଏୟାର ମାର୍ଶଲ ଚୌଧରୀଙ୍କୁ ୨୯ଡିସେମ୍ୱର, ୧୯୮୨ରେ ଇଣ୍ଡିଆନ୍‌ ଏୟାରଫୋର୍ସର ଫାଇଟର ଷ୍ଟ୍ରୀମ୍‌ ଧାରାରେ ସାମିଲ କରାଯାଇଥିଲା ।

ଏୟାର ମାର୍ଶଲ ବିବେକ ରାମ ଚୌଧରୀ ପାଖାପାଖି ୩୮ ବର୍ଷର କ୍ୟାରିୟରରେ ବିଭିନ୍ନ ପ୍ରକାର ଲଢ଼ୁଆ  ଓ ପ୍ରଶିକ୍ଷକ ବିମାନ ଉଡ଼ାଇଛନ୍ତି । ତାଙ୍କର ମିଗ୍‌-୨୧, ମିଗ୍-୨୩ଏମ୍‌ଏଫ, ମିଗ୍ -୨୯ଓ ସୁଖୋଇ-୩୦ ଏମ୍‌କେଆଇ ଲଢ଼ୁଆ ବିମାନର ଉଡ଼ାଣ ଅଭିଜ୍ଞତା ରହିଛି ।