PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

IPL ସ୍ପନସରଶିପ୍‌ ପାଇଁ ପତଞ୍ଜଳିର ଆଗ୍ରହ – VIVO ସ୍ଥାନରେ ନିଲାମୀରେ ନେବ ଭାଗ

www.theweek.in

ନୂଆଦିଲ୍ଲୀ , ୧୦ ଅଗଷ୍ଟ – ଆଇପିଏଲ୍‌ର  ୧୩ତମ  ସିଜନ୍‌ରୁ ଭିଭୋକୁ ହଟାଇ ଦେବା ପରେ  ଲୋକଙ୍କ ପାଇଁ ପ୍ରାୟୋଜକ ସ୍ଥାନ ଖାଲି ରହିଛି ।  ଏହି ସ୍ଥିତିରେ ଯୋଗ ଗୁରୁ ବାବା ରାମଦେବଙ୍କର ଆୟୁର୍ବେଦ କମ୍ପାନୀ ପତଞ୍ଜଳି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ( ଆଇପିଏଲ) ସିଜନ୍‌ ୧୩ର ଟାଇଟଲ୍‌ ସ୍ପନ୍ସରଶିପ୍‌ ପାଇଁ ନିଲାମୀ ଡାକିବାକୁ ବିଚାର କରୁଛି। ଏବେ ବିସିସିଆଇ  ପକ୍ଷରୁ ଏହା ଉପରେ କିଛି ବୟାନ ଦିଆଯାଇ ନାହିଁ ।

ପତଞ୍ଜଳିର ପ୍ରବକ୍ତା ଏସ୍‌କେ ତିଜାରାୱାଲା ପିଟିଆଇକୁ କହିଛନ୍ତି ,  ଆମେ ଏହା ଉପରେ ବିଚାର କରୁଛୁ । ଏହା  ଭୋକଲ ଫର୍‌ ଲୋକଲ ପାଇଁ ଅଟେ ଏବଂ  ଜଣେ ଭାରତୀୟ ବ୍ରାଣ୍ଡକୁ  ଗ୍ଲୋବାଲ କରିବା ପାଇଁ  ଏହା ପ୍ରକୃତ ମଞ୍ଚ । ଆମେ ଏହା ଉପରେ ବିଚାର କରୁଛୁ ।

ତିଜାରାୱାଲା ଏହା ମଧ୍ୟ କହିଛନ୍ତି କି ପତଞ୍ଜଳିର ଏହି ବିଷୟ ଉପରେ ଶେଷ ନିଷ୍ପତ୍ତି ନେବା ବାକି ରହିଛି । ତିଜାରାୱାଲା କହିଛନ୍ତି , ଆମେ ଶେଷ ଥର ପାଇଁ ନିର୍ଣ୍ଣୟ କରିବୁ , ଏହାକୁ ଆମେ ନେବୁ ନା ନାହିଁ ।

ଆଇପିଏଲ୍‌  ୨୦୨୦ ସିଜନ୍‌  ପାଇଁ ବିସିସିଆଇ  ନୂଆ ଟାଇଟଲ ସ୍ପନ୍ସରର ସନ୍ଧାନରେ ଆଜି ଟେଣ୍ଡର ଜାରି କରିପାରେ । ଭିଭୋ ଯିବା ପରେ ଆଇପିଏଲ୍‌ର ଟାଇଟଲ ସ୍ପନ୍ସରଶିପ୍‌ ପାଇଁ ଜିୟୋ ,ଆମାଜନ , ଟାଟା ଗ୍ରୁପ୍‌ , ଡ୍ରିମ୍‌ ୧୧ ଓ ଭାୟଜୁସ୍‌ ଭଳି କମ୍ପାନୀ  ଇଚ୍ଛା ଦେଖାଇଛନ୍ତି ।  ବିସିସିଆଇ ଆଇପିଏଲ୍‌-୧୩ ର ନୂଆ ପ୍ରୋୟୋଜକ ପାଇଁ ପୁରା ପାରଦର୍ଶିତା ଓ ପ୍ରକ୍ରିୟାର ପାଳନ କରିବେ ।

ବିଶେଷଜ୍ଞଙ୍କ ଅନୁଯାୟୀ , ଭିଭୋ  ସ୍ଥାନରେ  ଟାଇଟଲ  ସ୍ପନ୍ସରଶିପ୍‌ ହାସଲ  କରିବା ପାଇଁ  ଭିଭୋର ଦାମ୍‌ ୪୪୦ କୋଟିରୁ କମ୍‌ ଦାମ୍‌ ଲଗାଇବାକୁ ହେବ । ଯେକୌଣସି କମ୍ପାନୀ ପାଇଁ ଏହା ଭଲ ସ୍ଥିତି ହେବ ।

ଉଲ୍ଲେଖନୀୟ ଯେ , ଭିଭୋ ୨୦୧୮ରୁ ୨୦୨୨ ଯାଏ  ୫ ବର୍ଷ ପାଇଁ ୨୧୯୦ କୋଟି ଟଙ୍କାରେ ( ପ୍ରତ୍ୟେକ ବର୍ଷ  ୪୪୦ କଟି ଟଙ୍କା )  ଆଇପିଏଲ୍‌ ଟାଇଟଲ୍‌ ପ୍ରାଯୋଜକ ଅଧିକାର ହାସଲ କରିଥିଲା । ଆସନ୍ତା ବର୍ଷ  ଭିଭୋ ମୁଖ୍ୟ ପ୍ରାଯୋଜକ ରୂପରେ ଫେରିପାରେ ।