PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ଚୀନ୍ ସହିତ ବିବାଦର ପ୍ରଭାବ, IPLରୁ ଅଲଗା ହେବ ଚାଇନିଜ୍ ମୋବାଇଲ୍ କମ୍ପାନୀ VIVO!

https://zeenews.india.com/

ନୂଆଦିଲ୍ଲୀ ୪/୮: ଭାରତ ଓ ଚୀନ୍ ମଧ୍ୟରେ ବଢୁଥିବା ରାଜନୈତିକ ତିକ୍ତତା ଯୋଗୁଁ ଚାଇନିଜ୍ ଫୋନ୍ କମ୍ପାନୀ ଭିଭୋ(VIVO) ଚଳିତ ବର୍ଷ ଆଇପିଏଲର ‘ଟାଇଟଲ ସ୍ପୋନ୍ସରସିପ୍’ରୁ ପଛକୁ ହଟିପାରେ ଏବଂ ଆପୋଷ ବୁଝାମଣା ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ ସହିତ ଆଲୋଚନା ଚାଲିଛି ।

ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ପିଟିଆଇକୁ କହିଛନ୍ତି କି ବିସିସିଆଇର ପଦାଧିକାରୀମାନେ ଏବଂ କମ୍ପାନୀର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଏଥିରେ ପୂରା ସମ୍ଭାବନା ରହିଛି କି ଚଳିତ ବର୍ଷ ଟାଇଟଲ୍ ପ୍ରୟୋଜକ ଭିଭୋ ହେବନି । ପୂର୍ବ ଲଦାଖରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ହିଂସା ମାମଲା ପରେ ବିସିସିଆଇ କହିଥିଲା କି ସେ ଚୁକ୍ତିର ସମୀକ୍ଷା କରିବ । ସେହି ହିଂସାରେ ୨୦ ଭାରତୀୟ ସୈନିକ ସହିଦ ହୋଇଥିଲେ ଯାହା ପରେ ଚୀନର କମ୍ପାନୀ ଏବଂ ପ୍ରଡକ୍ଟର ବହିଷ୍କାର ଦାବି କରାଯାଉଛି ।

ଆଇପିଏଲର ସଞ୍ଚାଳନ ପରିଷଦ ରବିବାର କହିଥିଲା କି ଭିଭୋ ସମେତ ତାର ସମସ୍ତ ପ୍ରୟୋଜକ ପୂର୍ବ ଭଳି ରହିବେ । ଭିଭୋ ୨୦୨୨ ପର୍ଯ୍ୟନ୍ତ ୫ ବର୍ଷର ଚୁକ୍ତି ପାଇଁ ୪୪୦ କୋଟି ଟଙ୍କା ବାର୍ଷିକ ଦେଉଛି । ବୋର୍ଡର ଅଧିକାରୀ କହିଛନ୍ତି କି ନିଷ୍ପତ୍ତି ଯେବେ ବି ନିଆଯିବ ପରସ୍ପର ସହମତି ହେବ ଏବଂ ବୋର୍ଡ ବ୍ୟାଙ୍କ ଗ୍ୟାରେଣ୍ଟିକୁ ପୈଠ ଉପରେ ବିଚାର କରୁନି । ଅଧିକାରୀ କହିଛନ୍ତି କି ଅଲଗା ଅଲଗା ପରିସ୍ଥିତିରେ ଯଦି ପ୍ରୟୋଜକ ପ୍ରତିଶୃତି ପୂରା କରିପାରୁନି ତେବେ ବୋର୍ଡ ବ୍ୟାଙ୍କ ଗ୍ୟାରେଣ୍ଟି ପୈଠ ଯାହା ପୁର୍ବରୁ ମଧ୍ୟ କରାଯାଇଥିଲା ।

କେନ୍ଦ୍ ସରକାର ୬୦ ଚାଇନିଜ୍ ଆପ ଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଚାଇନିଜ୍ ପ୍ରୟୋଜକଙ୍କୁ ସ୍ଥିର ରଖିବା ପାଇଁ ବିସିସିଆଇର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠୁଥିଲା । ଅଧିକାରୀ ଜଣକ କହିଛନ୍ତି ‘ଏହା ସମ୍ବେଦନଶୀଳ ସମୟ ଏବଂ ଆମକୁ ସାବଧାନତା ଅବଲମ୍ବନ କରିବାକୁ ପଡିବ । ଆଉ ଥରେ ଆମେ କହିରଖୁଛୁ କି ପ୍ରାୟୋଜନର ସମୀକ୍ଷା କରିବୁ ଏବଂ ପରେ କିଛି ନକଲେ ଏନେଇ ଚାଇନିଜ୍ କମ୍ପାନୀ ସହିତ ସମ୍ବନ୍ଧକୁ ନେଇ ପ୍ରଶ୍ନ ଉଠିବ ।‘

ବିସିସିଆଇ ଏକ ବର୍ଷର ସ୍ପୋନ୍ସରସିପ୍ ଚୁକ୍ତି ପାଇଁ ଭାରତୀୟ କମ୍ପାନୀଗୁଡିକ ସହିତ ମଧ୍ୟ ଆଲୋଚନା କରୁଛି । ଅଧିକାରୀ କହିଛନ୍ତି କି ‘ଏତେ କମ୍ ସମୟରେ ଏତେ ବଡ ରାଶି(୪୪୦ କୋଟି ଟଙ୍କା) ମିଳିବା କଷ୍ଟ ଏବଂ ଟୁର୍ଣ୍ଣାମେଣ୍ଟ ମଧ୍ୟ ବିଦେଶରେ ହେଉଛି । ଖାଲି ଷ୍ଟାଡିୟମରେ ମ୍ୟାଚ୍ ହେବ । ଯେତେବେଳେ ଭିଭୋ ଅଫିସିଆଲି ଅଲଗା ହୋଇଯିବ ସେତେବେଳେ ଏନେଇ ଆଲୋଚନା ହେବ ।’