PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଋଷ୍ ଆଣିଲା ବିଶ୍ବର ପ୍ରଥମ କରୋନା ଟୀକା : ରାଷ୍ଟ୍ରପତି ପୁଟିନ୍‌ଙ୍କ ଝିଅକୁ ଦିଆଗଲା ଟୀକା

tv9bharatvarsh.com

ମସ୍କୋ ୧୧।୮ : ଋଷ ଆଣିଲା ବିଶ୍ବର ପ୍ରଥମ କରୋନା ଟୀକା। ଋଷ ରାଷ୍ଟ୍ରପତି ପୁଟିନ୍‌ଙ୍କ ଝିଅକୁ ଦିଆଗଲା ପ୍ରଥମ ଟୀକା। ଏହି ଟିକାକୁ ମଞ୍ଜୁରୀ ଦେଇଛି ଋଷ ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଖୁବ୍‌ଶୀଘ୍ର ଅଧିକ ସଂଖ୍ୟାରେ ଟୀକା ଉତ୍ପାଦନ କରାଯିବ।

କରୋନା ଟିକା ନେଇ ଋଷ ଏକ ବଡ ଦାବି କରିଥିଲା। ଋଷ ପ୍ରଥମ କରୋନା ଟିକା ପ୍ରସ୍ତୁତ କରିବାକୁ ଦାବି କରିଥିଲା ଯାହାକୁ ଆଜି ସେ କରିଦେଖାଇଲା। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝିଅକୁ କରୋନା ଭାଇରସର ପ୍ରଥମ ଟିକା ଦିଆଯାଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି ଯେ ଏହା ହେଉଛି ବିଶ୍ୱର ପ୍ରଥମ ସଫଳ ଟିକା ଏବଂ ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ।

ଋଷର ନ୍ୟୁଜ୍ ଏଜେନ୍ସି ଏଏଫ୍‌ପି ଟ୍ୱିଟ୍ କରି ଏହି ସୂଚନା ଦେଇଛି। ଏହି ଟିକା ମସ୍କୋର ଗାମାଲିଆ ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ କରାଯାଇଛି । ମଙ୍ଗଳବାର ଦିନ ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଟିକାକୁ ସଫଳ ଘୋଷଣା କରିଛି ଏବଂ ଭ୍ଲାଦିମିର ପୁଟିନ ଦାବି କରିଛନ୍ତି ଯେ ଖୁବ୍ ଶୀଘ୍ର ଋଷରେ ଏହି ଟିକା ଉତ୍ପାଦନ ଆରମ୍ଭ ହେବ ଏବଂ ବହୁ ସଂଖ୍ୟକ ଟିକା ଦିଆଯିବ।

ସମ୍ବନ୍ଧିତ ଖବର