ଆଜିଠୁ କଲ୍ କରିବା ହେଲା ମହଙ୍ଗା: ଏୟାରଟେଲ୍ ଓ ଭୋଡାଫୋନ୍-ଆଇଡିଆ ୟୁଜର୍ସଙ୍କ ଖର୍ଚ୍ଚ ବଢିଗଲା, ଜାଣନ୍ତୁ…

ନୁଆଦିଲ୍ଲୀ ୩/୧୨: ଭାରତୀ ଏୟାରଟେଲ୍, ଭୋଡାଫୋନ୍ ଓ ଆଇଡିଆ ନୂଆ ରିଭାଇଜ୍ଡ ଟାରିଫ୍ ପ୍ଲାନ୍ ଘୋଷଣା କରିଦେଇଛନ୍ତି । କମ୍ପାନୀର ଏହି ରିଭାଇଜ୍ଡ ପ୍ଲାନ୍ ୩ ଡିସେମ୍ବର ଅର୍ଥାତ୍ ଆଜିଠାରୁ ୟୁଜର୍ସଙ୍କ ପାଇଁ ଆରମ୍ଭ ହୋଇଯାଇଛି । କମ୍ପାନୀ ଏହି ଘୋଷଣା Adjusted Gross Revenue (AGR)  କୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ କରିଛି । ଆସନ୍ତୁ ଜାଣିବା ଏହି ୨ କମ୍ପାନୀର ପ୍ଲାନ୍ ଓ ବଢିଥିବା ଦାମ୍ ସମ୍ପର୍କରେ…

ରିଭାଇଜ ହେବା ପରେ ଏୟାରଟେଲ୍ ପ୍ଲାନର ଦାମ୍ ବଢିଛି
ଏୟାରଟେଲ୍ ନିଜ ପ୍ଲାନ୍ସରେ ୨୦-୩୦ ଟଙ୍କା ପର୍ଯ୍ଯନ୍ତ ବୃଦ୍ଧି କରିଛି । ରିଭିଜନ୍ ପରେ କମ୍ପାନୀର ୧୨୯ ଟଙ୍କା ଟାରିଫ୍ ପ୍ଲାନ୍ ୧୪୮ ଟଙ୍କାରେ ମିଳିବ । ଏଥିରେ କଷ୍ଟମର୍ସଙ୍କୁ ୨୮ ଦିନ ପର୍ଯ୍ଯନ୍ତ ଅନଲିମିଟେଡ୍ କଲିଂ, ୩୦୦ ଏସଏମଏସ୍ ଓ ୨ ଜିବି ଡାଟା ମିଳିବ ।

ଏୟାରଟେଲ୍‌ର ନୂଆ ପ୍ଲାନ୍ ତାଲିକା

୨୪୮ ଟଙ୍କାର ପ୍ଲାନ୍
କମ୍ପାନୀର ୧୬୯ ଟଙ୍କା ଓ ୧୯୯ ଟଙ୍କାର ପ୍ଲାନକୁ ମର୍ଜ କରି ୨୪୮ ଟଙ୍କିଆ ଏକ ପ୍ଲାନ୍ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଅନଲିମିଟେଡ୍ କଲିଂ, ୧୦୦ ଏସଏମଏସ୍ ପ୍ରତିଦିନ ଓ ପ୍ରତିଦିନ ୧.୫ ଜିବି ଡାଟା ମିଳିବ ।

୧୬୯୯ ଟଙ୍କିଆ ପ୍ଲାନ୍
ଏୟାରଟେଲର ୨୪୯ର ପ୍ଲାନ୍ ଏବେ ୨୯୮ ଟଙ୍କା ହୋଇଯାଇଛି । ଏଥିରେ ପୂର୍ବଭଳି ଅନଲିମିଟେଡ୍ କଲ୍ସ, ୧୦୦ ଏସଏମଏସ୍ ପ୍ରତିଦିନ ଓ ୧.୫ ଜିବି ଡାଟା ପ୍ରତିଦିନ ମିଳିବ । ଏହା ବ୍ୟତୀତ ୮୨ ଦିନ ପାଇଁ ମିଳୁଥିବା ୪୪୮ ଓ ୪୯୯ ଟଙ୍କିଆ ପ୍ଲାନକୁ ରିଭାଇଜ୍ କରି ୮୪ ଦିନ ପାଇଁ ମିଳୁଥିବା ୫୯୮ ଓ ୬୯୮ର ଟାରିଫ୍ ପ୍ଲାନରେ ବଦଳାଯାଇଛି । କମ୍ପାନୀର ୧୬୯୯ ଟଙ୍କିଆ ପ୍ଲାନର ଦାମ୍ ୨୩୯୮ ଟଙ୍କା କରିଦିଆଯାଇଛି ।

ଭୋଡାଫୋନ୍ ପ୍ଲାନରେ ବଢିଥିବା ଦାମ୍
ଭୋଡାଫୋନର ନୂଆ ରିଚାର୍ଜ ପ୍ଲାନକୁ ଅନେକ ଶ୍ରେଣୀରେ ବିଭକ୍ତ କରାଯାଇଛି । ଏଥିରେ କମ୍ବୋ ଭାଉଚର, ଅନଲିମିଟେଡ୍ ପ୍ୟାକ(୨୮ ଦିନ ଓ ୮୪ ଦିନର ବୈଧତା) , ଅନଲିମିଟେଡ୍ ବାର୍ଷିକ ପ୍ଲାନ୍ ମଧ୍ୟ ରହିଛି ।

ଭୋଡାଫୋନର ନୂଆ ତାଲିକା

କମ୍ବୋ ଭାଉଚର୍
କମ୍ପାନୀ ୪୯ ଟଙ୍କିଆ ପ୍ଲାନରେ ୩୮ ଟଙ୍କାର ଟକଟାଇମ୍ ମିଳିବ । ଏହି ପ୍ଲାନର ବୈଧତା ୨୮ ଦିନ । ଗ୍ରାହକଙ୍କୁ ଏଥିରେ ୧୦୦ ଏମବି ଡାଟା ଦିଆଯିବ । ୭୯ ଟଙ୍କାର ପ୍ଲାନରେ ୬୪ ଟଙ୍କାର ଟକଟାଇମ୍ ମିଳିବ । ଏହି ପ୍ଲାନର ବୈଧତା ମଧ୍ୟ ୨୮ ଦିନ । ଗ୍ରାହକଙ୍କୁ ଏଥିରେ ୨୦୦ ଏମବି ଡାଟା ମିଳିବ ।

୨୮ ଦିନର ଭ୍ୟାଲିଡିଟି ପ୍ଲାନ୍
୧୪୯ ଟଙ୍କାର ପ୍ଲାନରେ ଅନଲିମିଟେଡ୍ ଭଏସ୍ କଲ୍(ଅନ୍. ନେଟୱର୍କରେ କଲ୍ କଲେ FUP ଅନୁସାରେ ୧୦୦୦ ମିନିଟ୍ ମିଳିବ) । ପ୍ଲାନରେ ୨ ଜିବି ଡାଟା, ୩୦୦ ଏସଏମଏସ୍ ମଧ୍ୟ ଦିଆଯିବ । ୨୪୯ ଟଙ୍କିଆ ପ୍ଲାନରେ ଅନଲିମିଟେଡ୍ ଭଏସ୍ କଲ୍, ୧.୫ ଜିବି ଡାଟା, ୩୦୦ ଏସଏମଏସ୍ ମଧ୍ୟ ଦିଆଯିବ ।

୨୯୯ ଟଙ୍କିଆ ପ୍ଲାନ୍
ଏହି ପ୍ଲାନରେ ଅନଲିମିଟେଡ୍ ଭଏସ୍ କଲ୍, ୨ ଜିବି ଡାଟା, ୧୦୦ ଏସଏମଏସ୍ ମଧ୍ୟ ମିଳିବ ।

   ସମ୍ବନ୍ଧିତ ଖବର


ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଖେଳଣା ବନ୍ଧୁକ ଦେଖାଇ ଅପହରଣ, ଫୋନ କରି ମାଗିଲେ ୧୫ ଲକ୍ଷ

ଭାରତକୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନୀ ମନ୍ତ୍ରୀ

ରାହୁଲଙ୍କ ମନ୍ତବ୍ୟକୁ ଶିବସେନାର ବିରୋଧ, ସାବରକରଙ୍କୁ ଭଗବାନ କହିଲେ ସଂଜୟ ରାଓ୍ୱତ

ଫାଶୀ ଦିଆଯିବାର ୨ ଘଣ୍ଟା ପରେ ମଧ୍ୟ ବଞ୍ଚି ରହିଥିଲା ଏହି କୁଖ୍ୟାତ ଅପରାଧୀ, ଜାଣନ୍ତୁ ତା’ର କଳା କାରନାମା