ଭୋଡାଫୋନ୍ ଆଣିଲା ୨୧ ଟଙ୍କିଆ ନୂଆ ପ୍ଲାନ୍, ପାଆନ୍ତୁ ଅନଲିମିଟେଡ୍ କଲିଂର ଫାଇଦା

ନୁଆଦିଲ୍ଲୀ ୧୯/୧୧: ଟେଲିକମ୍ କମ୍ପାନୀମାନଙ୍କ ମଧ୍ୟରେ ଚାଲିଥିବା କଡା ଟକ୍କରରେ ଭୋଡାଫୋନ୍ ନିଜ ଗ୍ରାହକଙ୍କ ପାଇଁ ବହୁତ ଶସ୍ତା ପ୍ଲାନ୍ ନେଇଆସିଛି । କମ୍ପାନୀର ୨ ଶସ୍ତା ପ୍ଲାନର ମୂଲ୍ୟ ୯ ଓ ୨୧ ଟଙ୍କା । ସବୁଠାରୁ ଖାସ୍ କଥା ହେଉଛି ଏତେ କମ୍ ମୂଲ୍ୟର ପ୍ଲାନରେ ଅନଲିମିଟେଡ୍ କଲିଂ ଭଳି ବେନିଫିଟ୍ ଦିଆଯାଉଛି । ଆସନ୍ତୁ ଜାଣିବା ଏହି ପ୍ଲାନର କିଛି ଖାସ୍ ଫାଇଦା…

୯ ଟଙ୍କାର ପ୍ଲାନରେ ମିଳିବ ଅନଲିମିଟେଡ୍ କଲିଂ
ଏହା ଏମିତି ଏକ ପ୍ଲାନ୍ ଯାହାର ଭ୍ୟାଲିଡିଟି ଅଧିକ ଦିନ ନୁହେଁ । କିନ୍ତୁ ଏଥିରେ ଗ୍ରାହକଙ୍କୁ ଅନେକ ଫାଇଦା ମିଳିବ । ୯ ଟଙ୍କିଆ ପ୍ଲାନରେ ୧ ଦିନର ଭ୍ୟାଲିଡିଟି ସହିତ ଗ୍ରାହକଙ୍କୁ ଅନଲିମିଟେଡ୍ କଲିଂର ସୁବିଧା ମିଳିବ । ୧ ଦିନ ପାଇଁ ଏହି ପ୍ଲାନରେ ଗ୍ରାହକଙ୍କୁ ୧୦୦ ଫ୍ରି ଏସଏମଏସ୍ ମଧ୍ୟ ମିଳୁଛି । ଏହି ପ୍ଲାନରେ ୟୁଜର୍ସଙ୍କୁ ୧୦୦ ଏମବି ଡାଟା ମଧ୍ୟ ଦିଆଯାଉଛି ।

୨୧ ଟଙ୍କାର ପ୍ଲାନରେ ମଧ୍ୟ ବେନିଫିଟ୍
ଭୋଡାଫୋନର ଏହି ପ୍ଲାନରେ ଗ୍ରାହକଙ୍କୁ ୨ ଦିନର ଭ୍ୟାଲିଡିଟି ମିଳେ । ଏଥିରେ ୟୁଜର୍ସଙ୍କୁ ମାଗଣା ଅନଲିମିଟେଡ୍ କଲିଂର ଫାଇଦା ମିଳୁଛି । ଏହି ପ୍ଲାନରେ ୨ ଦିନ ପାଇଁ ୨୦୦ ଏସଏମଏସ୍ ଫ୍ରି ମିଳୁଛି । ଇଣ୍ଟରନେଟ୍ ଡାଟା କଥା କହିବା ତ ଏଥିରେ ଗ୍ରାହକଙ୍କୁ ଗୋଟିଏ ଦିନ ପାଇଁ  ୧୫୦ ଏମବି ଡାଟା ଦିଆଯାଉଛି ।

ଫୁଲ୍ ଟକଟାଇମ୍ ବିଶିଷ୍ଟ ଶସ୍ତା ପ୍ଲାନ୍
ଏହା ପୂର୍ବରୁ ଭୋଡାଫୋନ୍ ଫୁଲ୍ ଟକ୍ ଟାଇମ୍ ପ୍ଲାନ୍ ଆଣିଥିଲା ଯେଉଁଥିରେ ୨୦,୩୦ ଓ ୫୦ ଟଙ୍କାର ପ୍ଲାନ୍ ଥିଲା । ଏହି ପ୍ଲାନରେ ଗ୍ରାହକଙ୍କୁ ଫୁଲ୍ ଟକଟାଇମ୍ ମିଳିବ ଯାହାର ଭ୍ୟାଲିଡିଟି ୨୮ ଦିନ । ଏହା ବ୍ୟତୀତ କମ୍ପାନୀ ୧୦ ଟଙ୍କାର ଛୋଟ ରିଚାର୍ଜ ପ୍ଲାନ୍ ମଧ୍ୟ ଲଞ୍ଚ କରିଛି । କମ୍ ଭ୍ୟାଲିଡିଟି ସହିତ ଏହି ପ୍ୟାକରେ ୟୁଜର୍ସଙ୍କୁ ୭.୪୭ ଟଙ୍କାର ଟକ୍ ଟାଇମ୍ ମିଳେ ।

   ସମ୍ବନ୍ଧିତ ଖବର


ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ଫାଇନାଲ୍‌ ପରୀକ୍ଷା କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲେ ଅନୁମତି

ସ୍ତ୍ରୀ ରାଜନୀତିରେ , ପୁଅ ଇଂଲଣ୍ଡରେ ପଢୁଛନ୍ତି MBBS: ୮ଜଣ ପୁଲିସଙ୍କୁ ମାରି ବାପା ଫେରାର୍

କରୋନା ପଜିଟିଭ ଜଣାପଡିବା ପରେ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକ

Mylan ଭାରତରେ ଲଞ୍ଚ କଲା କୋଭିଡ୍-୧୯ର ଔଷଧ, ଜାଣନ୍ତୁ କେତେ ରହିଛି ଏହାର ଦାମ୍

ଯେତେବେଳେ ଅଣ୍ଡରଓ୍ୱାର ପିନ୍ଧିବା ବନ୍ଦ କରିବେ ଶରୀରେ ସହ ହୋଇଥାଏ ଏହା

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ, ଟୁଇଟରରେ ଟ୍ରେଣ୍ଡ କଲା #PMModiCBIForSSR